ହକି ବିଶ୍ୱକପରେ ଖେଳାଳି ଓ ଅତିଥିଙ୍କୁ ଦିଆଯିବ ପାରମ୍ପାରିକ ଉପହାର

ଓଡ଼ିଶାକୁ ବିଶ୍ୱ ଦରବାରରେ ପହଁଚାଇବା ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ ଜାରି ରହିଛି । ଆଉ ଏହାର ପ୍ରକୃଷ୍ଠ ମାଧ୍ୟମ ହକି ବିଶ୍ୱକପକୁ କରିଛନ୍ତି ରାଜ୍ୟ ସରକାର । ଓଡ଼ିଶାରେ ଆୟୋଜିତ ହେବାକୁଥିବା ବିଶ୍ୱସ୍ତରୀୟ ଇଭେଣ୍ଟ ପୁରୁଷ ହକି ବିଶ୍ୱକପରେ ଦେଖିବାକୁ ମିଳିବ ଓଡ଼ିଶାର କଳାକୃତିର ଝଲକ । ଅତିଥି ଓ ଖେଳାଳୀଙ୍କୁ ଦିଆଯିବ ଓଡ଼ିଶାର ପାରମ୍ପାରିକ ହସ୍ତଶିଳ୍ପ ଓ ହସ୍ତତନ୍ତ କାରିଗରୀ ଉପହାର । ଯେଉଁଥିରେ ରହିଛି ନବରଙ୍ଗପୁର ଜିଲ୍ଲାର ଲାଖ ହସ୍ତଶିଳ୍ପ। ରାଜ୍ୟ ସରକାର ହସ୍ତଶିଳ୍ପ ଓ ହସ୍ତତନ୍ତର ପ୍ରଚାର ତଥା ପ୍ରସାର ନିମନ୍ତେ ଏଭଳି ନିଷ୍ପତ୍ତି ନେଇଛନ୍ତି। ସୂଚନା ମୁତାବକ ନବରଙ୍ଗପୁରର ଶିଳ୍ପୀଙ୍କ ଦ୍ବାରା ପ୍ରସ୍ତୁତ ଲାଖ ସାମଗ୍ରୀକୁ ଏହି ମେଗା ଇଭେଣ୍ଟରେ ଉପହାର ସ୍ବରୂପ ପ୍ରଦାନ କରାଯିବ। ଭାଗ ନେଉଥିବା ୧୬ଟି ଦଳର ଖେଲାଳି ଏବଂ ଅତିଥିଙ୍କୁ ପ୍ରଦାନ କରିବାକୁ ସ୍ଥିର କରାଯାଇଛି। ସେହିପରି ଖେଳାଳି ଓ ଅତିଥିଙ୍କୁ ପଶ୍ଚିମ ଓଡ଼ିଶାର ବୁଣାକାରଙ୍କ ଦ୍ବାରା ଇଜ୍ଜତ ହସ୍ତତନ୍ତରେ ପ୍ରସ୍ତୁତ ଷ୍ଟୋଲ୍ସ ଦେଇ ସ୍ବାଗତ କରାଯିବ। ଏହାବ୍ୟତୀତ ଡୋକ୍ରା, କଟକ ତାରକାସି ସାମଗ୍ରୀ ବି ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି। ତେବେ ହକି ବିଶ୍ୱକପ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି । ତେଣୁ ଆସନ୍ତା ନଭେମ୍ବର ୨୮ରୁ ଡିସେମ୍ବର ୧୬ତାରିଖ ପର‌୍ୟ୍ୟନ୍ତ ଅନୁଷ୍ଠିତ ହେବାକୁଥିବା ଏହି ବିଶ୍ବସ୍ତରୀୟ ଖେଳରେ ବହୁ ସଂଖ୍ୟାରେ ବିଦେଶୀ ଖେଳାଳି ଓ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହେବେ। ତେଣୁ ରାଜ୍ୟ ବାହାରେ ତଥା ବିଦେଶରେ ଓଡ଼ିଶାର ସମୃଦ୍ଧ ପରମ୍ପରା ଓ ହସ୍ତଶିଳ୍ପକୁ ପ୍ରଚାର ପ୍ରସାର କରିବା ପାଇଁ ଏଭଳି ଏକ ପରିକଳ୍ପନା କରିଛନ୍ତି ରାଜ୍ୟ ସରକାର। ପ୍ରଥମ ଥର ପାଇଁ ନବରଙ୍ଗପୁର ଜିଲ୍ଲାର ହସ୍ତଶିଳ୍ପ ଏଭଳି ଏକ ବଡ଼ ଇଭେଣ୍ଟରେ ସ୍ଥାନ ପାଇବାକୁ ଯାଉଛି।

Share

Leave a Reply

Your email address will not be published. Required fields are marked *

fourteen − 12 =