କପିଳାସ ରୋଡରେ ଫଲକନୁମା ଏକ୍ସପ୍ରେସ ଲାଇନଚ୍ୟୁତ

ଭୁବନେଶ୍ବର () ଫଲକନୁମା ଏକପ୍ରେସ ଲାଇନଚ୍ୟୁତ । କଟକ ଠାରୁ 15 କିଲୋମିଟର ଦୂର କପିଳାସ ରୋଡ ଷ୍ଟେସନ ନିକଟରେ ଫଲକନୁମା ଏକ୍ସପ୍ରେସର ଗୋଟିଏ ବଗି ଲାଇନଚ୍ୟୁତ ହୋଇଛି । ଟ୍ରେନର ସବା ପଛ ବଗିଟି ଲାଇନଚ୍ୟୁତ ହୋଇଥିବା ଜଣାପଡିଛି । ତେବେ ଏହାଦ୍ବାରା କୌଣସି ଯାତ୍ରୀଙ୍କର କିଛି କ୍ଷୟକ୍ଷତି ହୋଇନାହିଁ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି । ଲାଇନଚ୍ୟୁତ ହୋଇଥିବା ବଗିଟିକୁ ଛାଡି ଅନ୍ୟ ବଗିଗୁଡିକ ସହ ଟ୍ରେନ ଚାଲିଯାଇଛି । ତଦନ୍ତ ପାଇଁ ଖୋର୍ଦ୍ଧା ରୋଡରୁ ଅତିରିକ୍ତ ଡିଆରଏମ ଏସ.ପି. ଦ୍ବିବେଦୀ ନିଜ ଟିମ ସହ ତଦନ୍ତ ପାଇଁ ଘଟଣାସ୍ଥଳରେ ପହଁଚିଛନ୍ତି ।

Share

Leave a Reply

Your email address will not be published. Required fields are marked *

10 + 11 =