ସି-ପ୍ଲେନ୍ ସେବାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଅହମଦାବାଦ () ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିନ ଲୌହ ପୁରୁଷ ସରଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଦେଶର ପ୍ରଥମ ସି-ପ୍ଲେନ ଉଦଘାଟନ କରିଛନ୍ତି। ଏହି ସି-ପ୍ଲେନ୍ କେବଡିଆରୁ ସାବରମତୀ ରିଭରଫ୍ରଣ୍ଟ ମଧ୍ୟରେ ଚାଲିବ। ଏହି ବିମାନରେ ୧୯ ଜଣଙ୍କ ବସିବା ବ୍ୟବସ୍ଥା ରହିଛି। ଏହି ପ୍ଲେନ୍ ଜରିଆରେ ୨୦୦ କିମି ଦୂର ସ୍ଥାନକୁ ୪୦ ମିନିଟରେ ପହଞ୍ଚି ହେବ। ପ୍ରଧାନମନ୍ତ୍ରୀ ନିଜେ ମଧ୍ୟ ଏହି ଖାସ ଅବସରରେ ସି-ପ୍ଲେନ୍ ଜରିଆରେ କେବଡିଆରୁ ଅହମଦାବାଦ ଯାତ୍ରା କରିଛନ୍ତି। ବିମାନରେ ବସିବା ପୂର୍ବରୁ ମୋଦି ଜଳ ବିମାନବନ୍ଦରରେ ଅଧିକାରୀଙ୍କ ସହ କଥାବାର୍ତ୍ତା କରିଥିଲେ।

ସି-ପ୍ଲେନ ସେବା ପ୍ରତିଦିନ ଯାତ୍ରୀଙ୍କ ପାଇଁ ଅହମଦାବାଦରୁ କେବଡିଆ ଓ କେବଡିଆରୁ ଅହମଦାବାଦ ଯିବା ଆସିବା କରିବ। ମୋଦି ଏହା ପୂର୍ବରୁ କେବଡିଆରେ ଏକତା କୄଜ୍ ମଧ୍ୟ ଉଦଘାଟନ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି ଏହି କୄଜ ଜରିଆରେ ଷ୍ଟାଚ୍ୟୁ ଅଫ ୟୂନିଟି ଯାଏଁ ଯାତ୍ରା କରିଥିଲେ। ଏହା ପୂର୍ବରୁ ମୋଦି ୨୦୧୭ ମସିହାରେ ଗୁଜରାଟ ବିଧାନସଭା ନିର୍ବାଚନ ପ୍ରଚାରର ଶେଷ ଦିନରେ ସି-ପ୍ଲେନରେ ଯାତ୍ରା କରିଥିଲେ। ସେତେବେଳେ ମୋଦି ସାବରମତୀ ନଦୀରୁ ମେହସାଣା ଜିଲ୍ଲାର ଧରୋଇ ବନ୍ଧ ଯାଏଁ ସି-ପ୍ଲେନରେ ଯାତ୍ରା କରିଥିଲେ।

କେବଡିଆରୁ ସାବରମତୀ ରିଭରଫ୍ରଣ୍ଟ ସି-ପ୍ଲେନ୍ ସେବାକୁ ମୋଦି ଆଜି ସବୁଜ ପତାକା ଦେଖାଇଛନ୍ତି। କିନ୍ତୁ ଏହି ପ୍ରୋଜେକ୍ଟ ମୋଦିଙ୍କ ଡ୍ରିମ୍ ପ୍ରୋଜେକ୍ଟ ଥିଲା। ଏହାକୁ ବର୍ତ୍ତମାନ ଷ୍ଟାଚ୍ୟୁ ଅଫ୍ ୟୂନିଟ୍ ସହ ଯୋଡାଯାଇଛି। ଯାହାଫଳରେ ଅଧିକରୁ ଅଧିକ ପର୍ଯ୍ୟଟକ ଏଠାକୁ ଆସିବେ।

Share

Leave a Reply

Your email address will not be published. Required fields are marked *

twelve − 5 =