ଗୋଗଇଙ୍କ ପରେ ବୋବଡେ ହେବେ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ() ଜଷ୍ଟିସ ଶରଦ ଅରବିନ୍ଦ୍ ବୋବଡେ ହେଲେ ପରବର୍ତ୍ତୀ ପ୍ରଧାନ ବିଚାରପତି । ଜଷ୍ଟିସ ରଂଜନ ଗୋଗଇଙ୍କ ସ୍ଥାନ ନେବେ ଜଷ୍ଟିସ ବୋବଡେ । ବିଚାରପତି ଶରଦ ଅରବିନ୍ଦ୍ ବୋବଡେଙ୍କ ନାଁ ସୁପାରିଶ କଲେ ବର୍ତ୍ତମାନର ପ୍ରଧାନ ବିଚାରପତି ରଞ୍ଜନ ଗୋଗଇ । ଏନେଇ କେନ୍ଦ୍ର ସରକାରଙ୍କୁ ଚଠି ଲେଖି ଜଣାଇ ଦେଇଛନ୍ତି ଗୋଗଇ ।

ଆସନ୍ତା ନଭେମ୍ବର୧୭ରେ ଗୋଗଇ ଅବସର ନେବେ ଏବଂ ବୋବଡେ ତା’ପରଦିନ ଅର୍ଥାତ ଆସନ୍ତା ୧୮ ତାରିଖରେ ଦାୟିତ୍ୱ ଗ୍ରହଣ କରିବେ ବୋଲି ସୂଚନା ମିଳିଛି । ୨୦୨୧ ଏପ୍ରିଲ ୨୩ ପର୍ୟ୍ୟନ୍ତ ବୋବଡେ ପ୍ରଧାନ ବିଚାରପତି ଦାୟିତ୍ୱରେ ରହିବେ । ୨୦୧୩ରୁ ସୁପ୍ରିମକୋର୍ଟରେ ବିଚାରପତି ଭାବେ କାର୍ୟ୍ୟ କରି ଆସୁଛନ୍ତି ବୋବଡେ ।

Share

Leave a Reply

Your email address will not be published. Required fields are marked *

13 + nine =