ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅପରାଜିତା

ବିଜେପିରେ ସାମିଲ ହେବା ପରେ ଆଜି ଭୁବନେଶ୍ୱର ଫେରିଛନ୍ତି ଅପରାଜିତା ଷଡଙ୍ଗୀ । ସ୍ୱେଚ୍ଛାକୃତ ଅବସର ନେବା ପରେ ଆଇଏଏସ୍ ଅଧିକାରୀ ଅପରାଜିତା ଷଡ଼ଙ୍ଗୀ ବିଜେପିରେ ସାମିଲ ହୋଇଛନ୍ତି । ଦିଲ୍ଲୀରେ ଜାତୀୟ ସଭାପତି ଅମିତ ଶାହା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ଉପସ୍ଥିତିରେ ଅପରାଜିତା ବିଜେପିରେ ସାମିଲ ହୋଇଥିଲେ ।
ମୋଦିଙ୍କ ବ୍ୟକ୍ତିତ୍ୱରେ ଅନୁପ୍ରାଣିତ ହୋଇ ସେ ରାଜନୀତିରେ ଯୋଗ ଦେଇଥିବା କହିଥିଲେ । ଗଣଶିକ୍ଷା ବିଭାଗର ସଚିବ ଏବଂ ଭୁବନେଶ୍ୱର ମହାନଗର ନିଗମର କମିଶନର ଥିବା ବେଳେ ଅପରାଜିତା ଅନେକ ବଡ ନିଷ୍ପତି ନେଇ ଚର୍ଚ୍ଚାକୁ ଆସିଥିଲେ । ଏବେ ରାଜ୍ୟ ବିଜେପିରେ ଅପରାଜିତାଙ୍କ ଭୂମିକା କଣ ରହିବ ସେ ଉପରେ ସମସ୍ତଙ୍କ ନଜର ରହିଛି ।
ସୂଚନାଯୋଗ୍ୟ ୧୯୯୪ ବ୍ୟାଚର ଓଡିଶା କ୍ୟାଡରର ଏହି ଆଇଏଏସ ସଫଳତାର ସହ ରାଜ୍ୟରେ ଅନେକ ଗୁରୁତ୍ୱ ପୂର୍ଣ୍ଣ ଦାୟିତ୍ୱ ତୁଲାଇଛନ୍ତି । ଏମିତିକି ପ୍ରଶାସିକ ଭାବେ ନେତା,ମନ୍ତ୍ରୀଙ୍କ ଠାରୁ ଭିନ୍ନ ମତ ରଖି ରାଜ୍ୟ ରାଜନୀତିକୁ ହଲଚଲ କରିଛନ୍ତି । ଏଣୁ ରାଜନୀତିର ମୈଦାନରେ ବିଜେପି ତାଙ୍କୁ ଏକ ଗୁରୁ ଦାୟିତ୍ୱ ଦେବା ନେଇ ଚର୍ଚ୍ଚା ହେଉଛି । ଅପରାଜିତାଙ୍କୁ କେଉଁ ପଦ ମିଳିବ ବା କେଉଁଠୁ ଦଳ ତାଙ୍କ ପ୍ରାର୍ଥୀ କରିବ ସେନଇ ଉତ୍କଣ୍ଠା ବଢିଚାଛି ।

Share

Leave a Reply

Your email address will not be published. Required fields are marked *

fifteen + 6 =