୬୫ ବର୍ଷୀୟା ବୃଦ୍ଧାଙ୍କୁ ଦୁଷ୍କର୍ମ କଲେ ୫ ଦୁର୍ବୁତ୍ତ

ଲକ୍ଷ୍ନୌ: ଲଜ୍ଜା । ପୁଣି ଲଜ୍ଜା । ସମ।।ନ୍ୟ ଦେହର ସୁଖ ଆଗରେ ସବୁକିଛି ତୁଚ୍ଛ । କିଛି କ୍ଷଣର ସୁଖ ଲାଗି ମଣିଷ ପାଲଟି ଯାଉଛି ପଶୁ । ବୟସର ତାରତମ୍ୟ ନଦେଖି କରି ବସୁଛନ୍ତି ଅମାନୁଷିକ କାଣ୍ଡ । ଜଣେ ୬୫ ବର୍ଷୀୟା ବୃଦ୍ଧାଙ୍କୁ ୫ଜଣ ମିଶି ଦୁଷ୍କର୍ମ କରିଛନ୍ତିି । ମଧ୍ୟପ୍ରଦେଶରୁ ଆସିଛି ଏଭଳି ଲଜ୍ଜାଜନକ ଖବର । ଅଭିଯୁକ୍ତ ୫ଜଣଙ୍କୁ ଗିରଫ କରିଛି ପୋଲିସ । ତେବେ ୫ଜଣଙ୍କ ମଧ୍ୟରୁ ୪ଜଣ ନାବାଳିକ ଥିବା ବେଳେ ଜଣଙ୍କ ବୟସ ରହିଛି ୨୪ ।

ପିଡିତା ଜଣକ ରାତିରେ ଭଉଣୀ ଘରୁ ଫେରୁଥିବା ବେଳେ ରେଲୱେ କ୍ରସିଂ ପାଖରେ ୫ଜଣଯାକ ମିଶି ତାଙ୍‌କୁ ଉଠାଇ ନେଇଥିଲେ । ପରେ ସେମାନେ ତାଙ୍କୁ ଦୁଷ୍କର୍ମ କରିଥିଲେ । ସକାଳୁ ଥାନାରେ ଅଭିଯୋଗ କରିବା ପରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ତେବେ ଗିରଫ ଅଭିଯୁକ୍ତମାନେ ନିଶାସେବନ କରି ଏଭଳି କାଣ୍ଡ ଭିଆଇଥିବା ଜଣା ପଡିଛି ।

Share

Leave a Reply

Your email address will not be published. Required fields are marked *

15 − six =