ବେଶ୍ୟାଳୟ ଚଳାଉଥିବା ଅଭିଯୋଗରେ ବିଜେପି ନେତା ଗିରଫ

ବେଶ୍ୟାଳୟ ଚଳାଉଥିବା ଅଭିଯୋଗରେ ମେଘାଳୟର ଜଣେ ବିଜେପି ନେତାଙ୍କୁ ଉତ୍ତର ପ୍ରଦେଶରୁ ଗିରଫ କରାଯାଇଛି। ମେଘାଳୟ ବିଜେପିର ଉପାଧ୍ୟକ୍ଷ ବର୍ନାର୍ଡ ଏନ୍ ମାରାକଙ୍କୁ ୟୁପି ପୋଲିସ ଗିରଫ କରିଛି। ମାରାକଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣିବା ପାଇଁ ମେଘାଳୟ ପୋଲିସ ଉତ୍ତର ପ୍ରଦେଶ ଯାଇଛି। ମାରାକଙ୍କ ଗିରଫ ପାଇଁ ମେଘାଳୟ ପୋଲିସ ନୋଟିସ ଜାରି କରିଥିଲା। ସୋମବାର ମେଘାଳୟ କୋର୍ଟ ତାଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରିଥିଲେ। ପକ୍ସୋ ଏବଂ ଅନ୍ୟ ଦଫାରେ ମାରାକଙ୍କୁ ଗିରଫ କରାଯାଇଛି |

ମାର୍କଙ୍କୁ ଉତ୍ତରପ୍ରଦେଶର ହାପୁର ଜିଲ୍ଲାରୁ ଗିରଫ କରାଯାଇଥିଲା। ସେ ମେଘାଳୟର ତୁରାରେ ଥିବା ତାଙ୍କ ଫାର୍ମହାଉସରେ ଏକ ବେଶ୍ୟାଳୟ ଚଳାଉଥିବା ଅଭିଯୋଗ ହୋଇଛି। ଶନିବାର ତାଙ୍କର ଏହି ଫାର୍ମ ହାଉସ ଉପରେ ଚଢ଼ାଉ ସମୟରେ ୬ ଜଣ ନାବାଳିକାଙ୍କୁ ଉଦ୍ଧାର କରାଯାଇଥିଲା । ତାଙ୍କ ଫାର୍ମହାଉସରୁ ୭୩ ଜଣଙ୍କୁ ଗିରଫ ମଧ୍ୟ କରାଯାଇଥିଲା । ଏହାପରେ ମାରାକ ଫେରାର ହୋଇଯାଇଥିଲେ । ପୋଲିସ କହିଛି ଯେ ମାରାକଙ୍କୁ ତଦନ୍ତରେ ସହଯୋଗ କରିବାକୁ କୁହାଯାଇଥିଲା, କିନ୍ତୁ ସେ ତଦନ୍ତ ଅଧିକାରୀଙ୍କୁ ଦେଖା ଦେଇନଥିଲେ ।

ପୋଲିସ କହିଛି ଯେ ମାରାକଙ୍କ ମାଲିକାନାରେ ଥିବା ତୁରାର ଏକ ରିସୋର୍ଟରେ ଅଟକ ଥିବା ପାଞ୍ଚ ଜଣ ଶିଶୁଙ୍କୁ ଶନିବାର ଉଦ୍ଧାର କରାଯାଇଥିଲା । ସେହି ସ୍ଥାନରୁ ଏକ ବେଶ୍ୟାଳୟ ଚାଲୁଥିଲା ବୋଲି ପୋଲିସ ଦାବି କରିଛି । ଏହି ରିସୋର୍ଟରେ ହୋଇଥିବା ଚଢ଼ାଉରେ ୪୭ ଜଣ ପୁରୁଷ ଏବଂ ୨୬ ମହିଳାଙ୍କୁ ଗିରଫ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଅନେକ ଉଲଗ୍ନ ଅବସ୍ଥାରେ ଥିଲେ ଓ ମଦ୍ୟପାନ କରୁଥିବା ଦେଖିବାକୁ ମିଳିଥିଲା।

ରାଜ୍ୟ ପୋଲିସ ମୁଖ୍ୟ ଏଲ.ଆର ବିଷ୍ଣୁ କହିଛନ୍ତି ଯେ ମାରାକଙ୍କ ଫାର୍ମ ହାଉସରୁ ବିପୁଳ ପରିମାଣର ମଦ, ପ୍ରାୟ ୫୦୦ ପ୍ୟାକେଟ୍ କଣ୍ଡୋମ୍, ମୋବାଇଲ୍ ଫୋନ୍ ଏବଂ ଆପତ୍ତିଜନକ କାଗଜପତ୍ର ଜବତ କରାଯାଇଥିଲା ।

Share

Leave a Reply

Your email address will not be published. Required fields are marked *

two + four =