ପାଣିଘେରରେ ବେଙ୍ଗାଲୁରୁ, ଟ୍ରାକ୍ଟରରେ ଅଫିସ୍ ଯାଉଛନ୍ତି ଆଇଟି କର୍ମଚାରୀ

ଗତ କିଛି ଦିନ ଧରି ପ୍ରବଳ ବର୍ଷା ଯୋଗୁଁ ବେଙ୍ଗାଲୁରୁ ସ୍ଥିତି ବେହାଲ୍ ହୋଇଯାଇଛି । ଅଧା ସହର ପାଣି ଘେରରେ ବୁଡ଼ି ରହିଥିବା ବେଳେ ଜୀବନ ଯାତ୍ରା ବ୍ୟାହତ ହୋଇଛି । ସହରର ଅନେକ ଅଞ୍ଚଳ ଓ ପ୍ରମୁଖ ରାସ୍ତାରେ ୩ ରୁ ୫ ଫୁଟ ପାଣି ଚାଲୁଥିବାରୁ ଗମନା ଗମନ ସମସ୍ୟା ସୃଷ୍ଟି ହୋଇଛି । କାର୍ ଏବଂ ବସ୍ ଚଳାଚଳ ଠପ୍ ହୋଇଯାଇଛି । ଏଭଳି ସ୍ଥିତିରେ ଆଇଟି ରାଜଧାନୀ ନାମରେ ପରିଚିତ ବେଙ୍ଗାଲୁରୁରେ ଇଞ୍ଜିନିୟର ଓ ଅନ୍ୟ କର୍ମଚାରୀ ଏବେ ଟ୍ରାକ୍ଟରରେ ଅଫିସ୍ ଯିବାକୁ ବାଧ୍ୟ ହେଉଛନ୍ତି | ରାସ୍ତାଘାଟ ଜଳମଗ୍ନ ହେବା ଯୋଗୁଁ ଯାତାୟାତ ପାଇଁ ଲୋକଙ୍କ ପାଖରେ ଆଉ କୌଣସି ବିକଳ୍ପ ନାହିଁ | ଏଭଳି ପରିସ୍ଥିତିରେ ଟ୍ରାକ୍ଟର ଲୋକଙ୍କ ପାଇଁ ଏବେ ଏକମାତ୍ର ଭରସା ପାଲଟିଛି।

ୟେମାଲୁର ଅଞ୍ଚଳରେ ଅବସ୍ଥିତ ଆଇଟି କମ୍ପାନୀଗୁଡିକର କାର୍ଯ୍ୟାଳୟରେ ପହଞ୍ଚିବା ପାଇଁ କର୍ମଚାରୀମାନେ ଟ୍ରାକ୍ଟରର ସହାୟତା ନେଉଛନ୍ତି। ଜଣେ ବ୍ୟକ୍ତି କହିଛନ୍ତି ଯେ ଅଫିସରୁ ଅଧିକ ଛୁଟି ନିଆଯାଇପାରିବ ନାହିଁ, ତେଣୁ ଅଫିସ୍ ଯିବାକୁ ପଡ଼ିବ | ଅଫିସ୍ ପର୍ଯ୍ୟନ୍ତ ଛାଡ଼ିବା ପାଇଁ ଟ୍ରାକ୍ଟର ୫୦ ଟଙ୍କା ଚାର୍ଜ କରୁଛନ୍ତି | ଏହି ସଙ୍କଟ ମଧ୍ୟରେ ଲୋକମାନେ ଟ୍ରାକ୍ଟର ଟ୍ରଲିରେ ଯାତାୟାତ କରୁଛନ୍ତି | କର୍ମଚାରୀମାନେ ଅଫିସ ଯିବାରେ ସମସ୍ୟା ହେଉଥିବାରୁ ଆଇଟି କମ୍ପାନୀ ଗୁଡ଼ିକୁ ପ୍ରାୟ ୨୨୫ କୋଟି କ୍ଷତି ହୋଇଥିବା ଜଣାପଡ଼ିଛି ।

ମଙ୍ଗଳବାର ମଧ୍ୟ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। କର୍ଣ୍ଣାଟକର ୨୭ଟି ଜିଲ୍ଲା ବନ୍ୟା ପ୍ରଭାବିତ ହୋଇଛି। ଏଥିସହିତ ରାଜଧାନୀ ବାଙ୍ଗାଲୋରର ସ୍ଥିତି ଶୋଚନୀୟ ହୋଇଛି। ସୋମବାର ବେଙ୍ଗାଲୁରୁରେ ୧୩ ସେଣ୍ଟିମିଟର ବର୍ଷା ରେକର୍ଡ କରାଯାଇଛି। ବାୟୁମଣ୍ଡଳରେ ଶୀୟର ଜୋନ୍ ସୃଷ୍ଟି ଯୋଗୁଁ କର୍ଣ୍ଣାଟକର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ହେଉଛି।

ବାଙ୍ଗାଲୋରର ଅନେକ ଅଞ୍ଚଳରେ ଲୋକମାନେ ଜଳବନ୍ଦୀ ଜୀବନ ବିତାଉଛନ୍ତି । ଡଙ୍ଗା ସାହାଯ୍ୟରେ ଏସଡିଆରଏଫ୍ ଦଳ ଲୋକଙ୍କୁ ଉଦ୍ଧାର କରୁଛି | ପରିସ୍ଥିତି ଏପରି ହୋଇଛି ଯେ ରାସ୍ତାଘାଟ ମଧ୍ୟ ଦେଖାଯାଉ ନାହିଁ । ସାରା ସହରରେ ଏବେ ଖାଲି ଟ୍ରାକ୍ଟର ଏବଂ ଡଙ୍ଗା ଚାଲୁଥିବା ଦେଖିବାକୁ ମିଳୁଛି | ସହରର ପୋଶ୍ ଅଞ୍ଚଳ ଗୁଡ଼ିକରେ ମଧ୍ୟ ସ୍ଥିତି ତଦ୍ରୁପ । ପାଣିରେ ବହୁ କାର୍ ଏବଂ ଦୁଇ ଚକିଆ ଯାନ ଭାସୁଥିବା ଦେଖିବାକୁ ମିଳିଛି। ସହରର ସ୍କୁଲ ଏବଂ କଲେଜଗୁଡ଼ିକ ପାଣିରେ ବୁଡ଼ି ରହିଛି।

Share

Leave a Reply

Your email address will not be published. Required fields are marked *

5 × four =