ଜାନୁଆରୀ ୧୫ ଭିତରେ ବକେୟା ବିଲ ନଦେଲେ କଟିବ ଲାଇନ

ଭୁବନେଶ୍ୱର() ରାଜ୍ୟରେ ଅନେକ ବିଦ୍ୟୁତ ଉପଭୋକ୍ତାଙ୍କ ବିଲ ବକେୟା ରହିଛି । ଉପଭୋକ୍ତା ବିଜୁଳି ବିଲ ପୈଠ କରି ନାହାଁନ୍ତି । ଜାନୁଆରୀ ୧୫ ଯାଏଁ ସମୟ ଦିଆଯାଇଛି ।୧୫ ଭିତରେ ଯେଉଁ ମାନେ ବିଦ୍ୟୁତ ବିଲ ପୈଠ କରିନଥିବେ ସେମାନଙ୍କର କଟିବ ଲାଇନ ବୋଲି ସୂଚନା ଦେଇଛନ୍ତି ସେସୁ ସିଇଓ ଅରୁଣ ବ୍ରୋଥ୍ରା ।

ଜାନୁଆରୀ ୧୬ରୁ ସେସୁ ବିଦ୍ୟୁତ ବିଚ୍ଛିନ୍ନ କାମ ଆରମ୍ଭ କରିବ । ଏଯାବତ ୧ ଲକ୍ଷ ୧୦ ହଜାର ଲୋକ ବିଦ୍ୟୁତ ବିଲ ବକେୟା ପୈଠ କରିଛନ୍ତି । ବକେୟା ରଖିଥିବା ୭ଲକ୍ଷ ଗ୍ରାହକଙ୍କ ମଧ୍ୟରୁ ୧.୧୦ ଲକ୍ଷ ଗ୍ରାହକ ପୈଠ କରିଛନ୍ତି । ବକେୟା ଥିବା ୧୯୭୧ କୋଟିରୁ ୨୧ କୋଟି ଆଦାୟ ହୋଇଛି । ବିଦ୍ୟୁତ କାଟିବାକୁ ୧୧, ୩୯୭ ଗାଁକୁ ଚିହ୍ନଟ କରାଯାଇଛି । ବିଦ୍ୟୁତ କାଟିବାକୁ ୪୧୩ଟି ସ୍ୱତନ୍ତ୍ର ସ୍କ୍ୱାର୍ଡ଼ କରାଯାଇଛି ।

ବକେୟା ପୈଠ ନ କରିଲେ ନିଶ୍ଚିତ ଭାବେ ବିଦ୍ୟୁତ କଟାଯିବ । ବିଦଦ୍ୟୁତ ବିଲ ବକେୟା ରଖିଥିବା ସରକାରୀ, ଘରୋଇ ଗ୍ରାହକଙ୍କୁ ନୋଟିସ ହୋଇଛି । ୫୯୬୫ ସରକାରୀ ଅନୁଷ୍ଠାନ ବକେୟା ରଖିଛନ୍ତି । ସରକାରୀ ଅନୁଷ୍ଠାନ ଉପରେ ୬୪ କୋଟି ୩୬ ଲକ୍ଷ ବାକି ରହିଛି । ସରକାର ପ୍ରତିଶ୍ରୁତି ଦେଇଛନ୍ତି ସରକାରୀ ବକେୟା ମାର୍ଚ୍ଚ ସୁଦ୍ଧା ପୈଠ କରିବେ ।

Share

Leave a Reply

Your email address will not be published. Required fields are marked *

one × 5 =