କୋଲକାତାରେ ଘାତକ “ନିପା’ ଯବାନଙ୍କ ଜୀବନ ନେଲା

କୋଲକାତା () କେରଳ ପରେ କର୍ଣ୍ଣାଟକ ଆଉ ଏବେ ପଶ୍ଚିମବଙ୍ଗରେ ଦେଖିବାକ ମିଳିଛି ନିପାର ଦୌରାତ୍ମ୍ୟ । ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ନିପା ଭୂତାଣୁ ଜନିତ ରୋଗରେ ସଂକ୍ରମିତ ହୋଇ ପ୍ରଥମ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି । ଅଲିପୁର କମାଣ୍ଡ  ହସ୍ପିଟାଲରେ ଭର୍ତ୍ତି ଜଣେ ସୈନିକ ଏବେ ଏହି ନିପା ଭାଇରସ ଶିକାର ହୋଇଛନ୍ତି ।ମାରାତ୍ମକ ନିପା ଭୂତାଣୁଜନିତ ରୋଗରେ ରବିବାର ସୈନିକଙ୍କ ମୃତ୍ୟୁ ଘଟିଛି ।ସୋମବାର ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି ଏବଂ ବୁଧବାର ସେନାକୁ ଏହାର ସରକାରୀ ସୂଚନା ଦିଅ ।ଯାଇଛି ।ମୃତ ସୈନିକଙ୍କ ନାମ ସିନୁ ପ୍ରସାଦ । ମୂଳତଃ କେରଳ ବାସିନ୍ଦା ସିନୁ  ସେନାର ପୂର୍ବାଞ୍ଚଳ ମୁଖ୍ୟାଳ । କୋର୍ଟ ଭିଲିୟମରେ ମୃତୟନ ଥିଲେ ।

ସୈନ୍ୟ ସୂତ୍ର ମୁତାବକ କେରଳ ସ୍ଥିତ ଗାଁରେ ରହୁଥିବା  ସମୟରେ ସିନୁ ଭାଇରାଲ ଜରରେ ସଂକ୍ରମିତ ହୋଇଥିଲେ ।ସମ୍ଭାବିତ ନିପା ସଂକ୍ରମଣ କାରଣରୁ ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ କୋଲକାତା ଅଣାଯାଇ ଆର୍ମି କମାଣ୍ଡ ହସ୍ପିଟାରେଲ ଏପ୍ରିଲ ୨୦ରେ ଭର୍ତ୍ତି କରାଯାଇଥିଲା । କେରଳରେ ପରୀକ୍ଷଣ ସମୟରେ ସେ ନିପା ଭୂତାଣୁ ଜନିତ ରୋଗରେ ସଂକ୍ରମିତ ହୋଇଥିଲେ । ଅନେକ ପ୍ରକାରର ଯାଞ୍ଚ ମଧ୍ୟ ହୋଇଥିଲା । ଏହା ମଧ୍ୟରେ ସିନୁ ରବିବାର ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି । ମୃତ ସୈନିକଙ୍କ ଶରୀରରୁ ନମୂନା ସଂଗ୍ରହ କରାଯାଇଛି ।

ଭାଇରାଲ ଜର ସମ୍ବନ୍ଧିତ ଚିକିତ୍ସା ପାଇଁ କୋଲକାତାର ଏକ ମାତ୍ର ସରକାରୀ ବୋଲି ଆଘାଟି ଆଇଡି ହସ୍ପିଟାଲରେ ଏ ପର୍ୟ୍ୟନ୍ତ ତିନି ଜଣ ଲୋକେ ସମ୍ଭାବିତ ନିପା ସଂକ୍ରମଣରେ ପୀଡ଼ିତ ହୋଇ ଚିକିତ୍ସାଧୀନ ଅଛନ୍ତି । ଏମାନଙ୍କୁ ମଧ୍ୟରୁ ଦୁଇ ଜଣ କର୍ଣ୍ଣାଟକକୁ କାମ କରିବାକୁ ଯାଇଥିଲେ ଏବଂ ସେଠାରେ ନିପାରେ ସଂକ୍ରମିତ ହୋଇଥିଲେ । ସେମାନଙ୍କୁ ୱାର୍ଡର ଆଇସୋଲେସନ ୱାର୍ଡରେ ରଖି ଚିକିତ୍ସା କରାଯାଉଛି ।

Share

Leave a Reply

Your email address will not be published. Required fields are marked *

two × 3 =