ୟେସ୍ ବ୍ୟାଙ୍କକୁ ଶାହା ହେବ ଏସବିଆଇ

ନୁଆଦିଲ୍ଲୀ()ୟେସ୍ ବ୍ୟାଙ୍କକୁ ଶାହା ହେବ ଏସବିଆଇ । ୟେସ୍ ବ୍ୟାଙ୍କର ୪୯ % ଅଂଶଧନକୁ କିଣିପାରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ।

ସୂଚନା ଅନୁସାରେ , ଏସବିଆଇ ଅଧ୍ୟକ୍ଷ ରଜନୀଶ କୁମାର ଆଜି ସାମ୍ବାଦିକ ସମ୍ବିଳନୀ କରି କହିଛନ୍ତି, ୟେସ୍ ବ୍ୟାଙ୍କକୁ ବର୍ତମାନ ୨୦ ହଜାର କୋଟି ଆବଶ୍ୟକ । ଆଉ ଏସବିଆଇ ୨୪ ଶହ ୫୦ କୋଟି ଟଙ୍କା ନିବେଶ କରିବାର ଲକ୍ଷ୍ୟ ରଖିଛି । ବଡ଼ କଥା ହେଉଛି ୟେସ୍ ବ୍ୟାଙ୍କ ଏବେ ଦେବାଳିଆ ଭଳି ସ୍ଥିତିରେ ଥିବା ବେଳେ ଏହାର ପୁନରଉଦ୍ଧାର ପାଇଁ ଆଗେଇ ଆସିଛି ଏଏସବିଆଇ ।

ସେପଟେ ୟେସ୍ ବ୍ୟାଙ୍କର ପୂର୍ବତନ ସିଇଓ ରାଣା କପୁରଙ୍କ ବିରୋଧରେ ଜାରି ହୋଇଛି ଲୁକ୍ ଆଉଟ୍ ନୋଟିସ୍ । ଅର୍ଥାତ ଏଣିକି ରାଣା କପୁର ଦେଶ ଛାଡି ବିଦେଶକୁ ଯାଇପାରିବ ନାହିଁ । ଅନ୍ୟପଟେ ଯାଞ୍ଚ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡିର ଏକ ଟିମ୍ ରାଣାଙ୍କ ମୁମ୍ବାଇ ସ୍ଥିତ ବାସଭବନରେ ପହଁଚିଛି । ଏବଂ ତାଙ୍କ ବୟାନ ରେକର୍ଡ କରାଯାଇଥିବା ଜଣାପଡିଛି ।

ଅନ୍ୟପଟେ ଗତକାଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାମ୍ବାଦିକ ସମ୍ବିଳନୀ କରି କହିଥିଲେ ନିବେଶକଙ୍କ ଜମାରାଶି ସୁରକ୍ଷିତ ଅଛି ।

Share

Leave a Reply

Your email address will not be published. Required fields are marked *

nineteen − 14 =