ପରଦାକୁ ଆସିବ କମେଡି ଫିଲ୍ମ ‘ହେରାଫେରି-୩’

ଅକ୍ଷୟ କୁମାର, ପରେଶ ରାୱଳ ଓ ସୁନୀଲ ସେଟ୍ଟିଙ୍କ ଅଭିନୀତ ହେରା ଫେରି ଫିଲ୍ମ ଏବେ ପର୍ୟ୍ୟନ୍ତ ଲୋକଙ୍କର ଫେଭରିଟ ଫିଲ୍ମ ମଧ୍ୟରୁ ଅନ୍ୟତମ ରହିଛି । ହେରା ଫେରି ଫିଲ୍ମ ଏହି ୩ ଅଭିନେତାଙ୍କ ପାଇଁ କ୍ୟାରିୟରର ଟର୍ଣ୍ଣିଂ ପଏଣ୍ଟ ଥିଲା । ସବୁଠୁ ବଡ କଥା ହେଲା, ଏବେ ମଧ୍ୟ ଲୋକେ ଏହି ଫିଲ୍ମକୁ ବେଶ ପସନ୍ଦ କରନ୍ତି । ପ୍ରିୟଦର୍ଶନ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ । ଏହି ଫିଲ୍ମର ଲୋକପ୍ରିୟତା ଦେଖି ନୀରଜ ପାଣ୍ଡେ ଏହାର ସ୍ୱିକ୍ୱେଲ ମଧ୍ୟ ନିର୍ମାଣ କରିଥିଲେ ।
ସ୍ୱିକ୍ୱେଲ ଫିଲ୍ମଟି ପ୍ରଥମ ଫିଲ୍ମ ଭଳି ସଫଳତା ପାଇନଥିଲେ ମଧ୍ୟ ବକ୍ସ ଅଫିସରେ ଭଲ ଆୟ କରିଥିଲା । ଆଉ ଏସବୁ ଭିତରେ ପ୍ରଯୋଜକ ଫିରୋଜ ନାଡିଆୱାଲା ନିର୍ଦ୍ଦେଶକ ଇନ୍ଦ୍ର କୁମାରଙ୍କ ସହ ମିଶି ହେରାଫେରିର ତୃତୀୟ ଭାଗ ନିର୍ମାଣ କରିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏହି ଫିଲ୍ମର ସ୍କ୍ରିପ୍ଟିଂ ଏବେ ଲେଖା ଚାଲିଛି ବୋଲି ସୂଚନା ମିଳିଛି । ଟୋଟାଲ ଧମାଲ ଫିଲ୍ମ ରିଲିଜ ହେବା ପରେ ଇନ୍ଦ୍ର କୁମାର ପୁଣି ହେରାଫେରି-୩ର କାମ ଆରମ୍ଭ କରିବେ ବୋଲି ଜଣାପଡିଛି ।

Share

Leave a Reply

Your email address will not be published. Required fields are marked *

16 − two =