ଆଇନଜୀବିଙ୍କ ଘର ଉପରକୁ ବୋମା ମାଡ

ଖୋର୍ଦ୍ଧାରେ ଜଣେ ଜଣେ ଆଇନଜୀବିଙ୍କ ଘରକୁ ବୋମା ମାଡ ଘଟିବା ପରେ ଆଜି ଖୋର୍ଦ୍ଧାର ସମସ୍ତ କୋର୍ଟ କଚେରୀ ବନ୍ଦ ରହିଥିଲା । ଘଟଣାରୁ ପ୍ରକାଶ ଯେ ସତ୍ୟକାମ ମହାପାତ୍ର ନାମକ ଜଣେ ଆଡଭୋକେଟ ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ଜେମାଦେଇପୁର ଅଂଚଳରେ ରହୁଥିଲେ । ଗତକାଲି ରାତିରେ କେତେକ ଦୁର୍ବୃତ ତାଙ୍କ ଘର ଉପରକୁ ବୋମା ମାଡ କରି ପଳାଇଯାଇଥିଲେ । ଏ ସମ୍ପର୍କରେ ଆଡଭୋକେଟ ମହାପାତ୍ରଙ୍କ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି । ଏହି ଘଟଣାରେ ଖୋର୍ଦ୍ଧାର ଆଡଭୋକେଟ ମାନେ କାର୍ଯ୍ୟବନ୍ଦ କରିବା ଯୋଗୁଁ ଏଠାରେ ଅଧିକାଂଶ କୋର୍ଟ କଚେରୀ କାର୍ଯ୍ୟ ଅଚଳ ହୋଇପଡିଥିଲା । ପୋଲିସ ଘଟଣାର ତଦନ୍ତ କରୁଛି ।

Share

Leave a Reply

Your email address will not be published. Required fields are marked *

ten + 19 =