ଛାଡ଼ପତ୍ର ପରେ ୨୦୦ କୋଟି ଟଙ୍କାର ଭରଣପୋଷଣ ନେବାକୁ ମନାକଲେ ସାମନ୍ଥା

ହାଇଦ୍ରାବାଦ: ଟଲିଉଡର ସୁପରହିଟ୍ ଯୋଡ଼ି ସାମନ୍ଥା ଏବଂ ନାଗା ଚୈତନ୍ୟଙ୍କ ବିଚ୍ଛେଦ ହେବାକୁ ଯାଉଛି । ଷ୍ଟାର କପୁଲଙ୍କ ମଧ୍ୟରେ ହେବ ଛାଡ଼ପତ୍ର । ଉଭୟଙ୍କ ସ୍ୱୀକୃତିରେ ଅଲଗା ହେବାକୁ ଯାଉଛନ୍ତି । ତେବେ ସବୁଠାରୁ ବଡ଼ କଥା ହେଉଛି କି, ସାମନ୍ଥାଙ୍କ ଭରଣପୋଷଣ ଲାଗି ନାଗା ଚୈତନ୍ୟଙ୍କ ପରିବାର ପକ୍ଷରୁ ସାମନ୍ଥାଙ୍କୁ ୨୦୦ କୋଟି ଯଚା ଯାଇଥିଲା । କିନ୍ତୁ ଏହି ଟଙ୍କାକୁ ଗ୍ରହଣ କରିବାକୁ ମନା କରିଦେଇଛନ୍ତି ସେ । ନିଜ ଅର୍ଜିତ ଧନରେ ଚଳିବେ ବୋଲି କହିଛନ୍ତିି ଏହି ଚର୍ଚ୍ଚିତ ନାୟିକା । ବିବାହ ବାର୍ଷିକୀର ଚତୁର୍ଥ ବର୍ଷ ପୂର୍ତ୍ତିର ୫ ଦିନ ପୂର୍ବରୁ ସେମାନେ ଏଭଳି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ପରସ୍ପରଙ୍କ ସହମତି ଆଧାରରେ ଦୁହେଁ ଛାଡ଼ପତ୍ର ପାଇଁ ଆବେଦନ କରିବେ ବୋଲି ଜଣାପଡ଼ିଛି।

ବ୍ୟକ୍ତିଗତ ସମସ୍ୟାକୁ ଏଡ଼ାଇ ସମ୍ପ୍ରତି ଅଭିନେତ୍ରୀ ସାମନ୍ତା ଆପଣା କାର୍ୟ୍ୟରେ ଧ୍ୟାନ ଦେଉଥିବା କଥା ତାଙ୍କର ନିକଟତମଙ୍କ ସୂତ୍ରରୁ ପ୍ରକାଶ। ସେ କହିଛନ୍ତି, ପ୍ରତିଦିନ କାମକୁ ବାହାରିଯିବା ଏବେ ସାମନ୍ତାଙ୍କ ପାଇଁ ସହଜ କଥା ନୁହେଁ। ସେ ଅତି ବିଷାଦଗ୍ରସ୍ତ ହୋଇପଡ଼ିଛନ୍ତି। କିନ୍ତୁ, ତାଙ୍କ ବ୍ୟକ୍ତିଗତ ଜୀବନ ହେତୁ ତାଙ୍କର ସମ୍ପୃକ୍ତି ଥିବା କୌଣସି ପ୍ରୋଜେକ୍ଟ୍ର ସେ କ୍ଷତି ଚାହାଁନ୍ତି ନାହିଁ।

Share

Leave a Reply

Your email address will not be published. Required fields are marked *

seven + 14 =