ସୁପରଷ୍ଟାର ଚିରଞ୍ଜିବୀ କରୋନା ପଜିଟିଭ୍

ନୂଆଦିଲ୍ଲୀ()  ସାଉଥ୍ ଫିଲ୍ମର ସୁପରଷ୍ଟାର ଚିରଞ୍ଜିବୀ କରୋନା ପଜିଟିଭ୍ ହୋଇଛନ୍ତି । ରିପୋର୍ଟ ପଜିଟିଭ୍ ଆସିଥିବା ନେଇ ସେ ନିଜେ ଟ୍ୱିଟ ଜରିଆରେ ସୂଚନା ଦେଇଛନ୍ତି । ଏହା ସହ ଗତ ୫ ଦିନ ଧରି ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ କରୋନା ଟେଷ୍ଟ କରାଇବାକୁ ଅନୁରୋଧ କରିଛନ୍ତି ଚିରଞ୍ଜିବୀ । ଏବେ ସେ ହୋମ୍ ଆଇସୋଲେସନରେ ଅଛନ୍ତି । ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଟ୍ୱିଟ କରି ସେ ଲେଖିଛନ୍ତି, ଫିଲ୍ମ ‘ଆଚାର୍ଯ୍ୟ’ ସୁଟିଂ ପୂର୍ବରୁ ପ୍ରଟୋକଲ୍ ଅନୁସାରେ ସେ କୋଭିଡ ଟେଷ୍ଟ କରାଇଥିଲେ । ଦୁର୍ଭାଗ୍ୟଜନକ ଭାବରେ ତାଙ୍କର ରିପୋର୍ଟ ପଜିଟିଭ୍ ଆସିଛି । ଏବେ ତାଙ୍କ ପାଖରେ କରୋନାର କୌଣସି ଲକ୍ଷଣ ନାହିଁ ।

Share

Leave a Reply

Your email address will not be published. Required fields are marked *

five × 4 =