ଭୋଡାଫୋନ୍ ଆଇଡିଆ ଲିମିଟେଡ୍‌ରେ ୧୮,୦୦୦ କୋଟି ଟଙ୍କାର ଏଫ୍‌ପିଓ ୨୦୨୪ ଏପ୍ରିଲ୍ ୧୮, ଗୁରୁବାର ଖୋଲିବ

ଭୁବନେଶ୍ୱର: ଭୋଡାଫୋନ ଆଇଡିଆ ଲିମିଟେଡର ଫର୍ଦର ପବ୍ଲିକ ଅଫରିଂ (ଏଫପିଓ) ୨୦୨୪ ଏପ୍ରିଲ ୧୮, ଗୁରୁବାର ଦିନ ଖୋଲିବ । ଏହି ଅଫରରେ ୧୮,୦୦୦ କୋଟି ଟଙ୍କାର ଇକ୍ୱିଟି ସେୟାର ଜାରି କରାଯିବ । ନିବେଶକମାନେ ସର୍ବନିମ୍ନ ୧୨୯୮ଟି ଇକ୍ୱିଟି ସେୟାର ପାଇଁ ବିଡ୍ ଦାଖଲ କରିପାରିବେ ଏବଂ ଏହା ପରେ ସେଥିରେ ୧୨୯୮ଟି ଲେଖାଏଁ ଇକ୍ୱିଟି ସେୟାର ଯୋଡ଼ିପାରିବେ ।
ଆଙ୍କର ନିବେଶକମାନେ ୨୦୨୪ ଏପ୍ରିଲ ୧୬ରେ ବିଡ୍ ଦାଖଲ କରିପାରିବେ । ଏହି ଏଫ୍‌ପିଓର ବିଡ୍ ୨୦୨୪ ଏପ୍ରିଲ୍ ୧୮ରେ ଖୋଲିବ ଏବଂ ୨୦୨୪ ଏପ୍ରିଲ୍ ୨୨, ସୋମବାର ବନ୍ଦ ହେବ ।କମ୍ପାନି ଇକ୍ୱିଟି ସେୟାରର ନୂତନ ଇସ୍ୟୁରୁ ମିଳିବାକୁ ଥିବା ପାଣ୍ଠିକୁ ଏହାର ନେଟୱାର୍କ ଭିତିଭୂମିର ସମ୍ପ୍ରସାରଣ ପାଇଁ ଉପକରଣ କ୍ରୟ ନିମନ୍ତେ ୧୨,୭୫୦ କୋଟି ଟଙ୍କା, ନୂତନ ୪ଜି ସାଇଟ୍ ସ୍ଥାପନ, ବର୍ତମାନର ୪ଜି ସାଇଟ୍ ଏବଂ ନୂତନ ୪ଜି ସାଇଟ୍‌ର କ୍ଷମତା ବୃଦ୍ଧି ଏବଂ ନୂତନ ୫ଜି ସାଇଟ୍ ସ୍ଥାପନ, ଟେଲିକମ୍ ବିଭାଗକୁ ସ୍ପେକ୍ଟ୍ରମ୍ ପାଇଁ ନିର୍ଦ୍ଦିଷ୍ଟ ସ୍ଥଗିତ ଦେୟ ଏବଂ ଏହା ଉପରେ ଜିଏସ୍‌ଟି ବାବଦରେ ୨,୧୭୫ କୋଟି ଟଙ୍କା ଏବଂ ଅବଶିଷ୍ଟ ପାଣ୍ଠିକୁ ସାଧାରଣ କର୍ପୋରେଟ୍ ଉଦ୍ଦେଶ୍ୟରେ ବ୍ୟବହାର କରିବ ।
ଏଫ୍‌ପିଓ ଜରିଆରେ ଉପଲବ୍ଧ ଇକ୍ୱିଟି ସେୟାରଗୁଡ଼ିକୁ ବମ୍ବେ ଷ୍ଟକ ଏକ୍ସଚେଞ୍ଜ ଓ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜରେ ତାଲିକାଭୁକ୍ତ କରାଯିବ ବୋଲି ଡ୍ରାଫ୍ଟ ରେଡ୍ ହେରିଂ ପ୍ରୋସ୍‌ପେକ୍ଟସ୍‌ରେ ପ୍ରସ୍ତାବ ଦିଆଯାଇଛି । ଏହାର ଡେଜିଗନେଟେଡ ଷ୍ଟକ ଏକ୍ସଚେଞ୍ଜ ହେଉଛି ଏନଏସଇ ।
ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିୟମ ଅନୁସାରେ ଏହି ଅଫରର ୫୦ ପ୍ରତିଶତ ପର୍ଯ୍ୟନ୍ତ ଇକ୍ୱିଟି ସେୟାରକୁ ଯୋଗ୍ୟ ସଂସ୍ଥାଗତ ନିବେଶକ (କ୍ୟୁଆଇବି) ମାନଙ୍କ ଲାଗି ରହିବ । ତାହାର ୬୦ ପ୍ରତିଶତ ପର୍ଯ୍ୟନ୍ତ ଇକ୍ୱିଟି ସେୟାରକୁ ବୁକ୍ ରନିଂ ଲିଡ୍ ମ୍ୟାନେଜରମାନେ ଆଙ୍କର ନିବେଶକମାନଙ୍କ ଲାଗି ଜାରି କରିପାରିବେ । ସେଥିରୁ ଏକ ତୃତୀୟାଂଶ ଇକ୍ୱିଟି ସେୟାର ସ୍ଥାନୀୟ ମୁୃଚ୍ରୁଆଲ ଫଣ୍ଡଗୁଡ଼ିକ ଲାଗି ସଂରକ୍ଷିତ ରହିବ । କ୍ୟୁଆଇବିର ୫ ପ୍ରତିଶତ ରାଶି ସମାନୁପାତିକ ଭିତିରେ କେବଳ ମ୍ୟୁଚୁଆଲ ଫଣ୍ଡମାନଙ୍କ ଲାଗି ରହିବ । ୧୫ ପ୍ରତିଶତ ଇକ୍ୱିଟି ସେୟାରକୁ ଅଣ ସଂସ୍ଥାଗତ ନିବେଶକମାନଙ୍କ ଲାଗି ଉପଲବ୍ଧ କରାଯିବ ।
ଏହି ଅଫରର ବୁକ୍ ରନିଂ ଲିଡ୍ ମ୍ୟାନେଜରମାନେ ହେଉଛନ୍ତି ଜେଫେରିଜ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ଓ ଏସ୍‌ବିଆଇ କ୍ୟାପିଟାଲ୍ ମାର୍କେଟସ୍ ଲିମିଟେଡ୍ ।

Share

Leave a Reply

Your email address will not be published. Required fields are marked *

4 + twelve =