ଯୋଡ଼ା ମହିଳାମାନଙ୍କୁ ସଶକ୍ତ କରୁଛି ଟାଟା ଷ୍ଟିଲ ଫାଉଣ୍ଡେସନ୍ ର ଛତୁ ଚାଷ ପ୍ରକଳ୍ପ

ଯୋଡ଼ା: ଚଳିତ ଋତୁରେ ଛତୁ ଚାଷ କରି ରେକର୍ଡ଼ ଉତ୍ପାଦନ କରିଥିବା ଯୋଡ଼ା ବ୍ଲକ ଗୁରୁଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଠାକୁରାଣୀ ଗ୍ରାମର ମହିଳା ଶଶିବାଳା ମୁଣ୍ଡା ଏବେ ଖୁବ ଆନନ୍ଦିତ ଓ କାରଣ ସେ ଏହି ଚାଷ କରି ନିଜ ପରିବାରକୁ ଆର୍ଥିକ ସହାୟତାର ହାତ ବଢ଼ାଇ ପାରିଛନ୍ତି ଓ
“ଚଳିତ ବର୍ଷ ମୁଁ ୨୫୦ ବେଡ଼ ରେ ଛତୁ ଉତ୍ପାଦନ କରି ପାରିଛି । ଆମ ଅଞ୍ଚଳରେ ଘରେ ଉତ୍ପାଦନ ହେଉଥିବା ଛତୁର ବହୁତ ଚାହିଦା ଥିବାରୁ ଗ୍ରାହକମାନେ ଘରକୁ ଆସି ନିଜ ଆବଶ୍ୟକତା ଅନୁସାରେ ଛତୁ ନେଉଛନ୍ତି\”, ମୁଣ୍ଡା କହନ୍ତି ଓ
କେବଳ ଶଶିବାଳା ନୁହନ୍ତି, ଯୋଡ଼ା ମୁନିସିପାଲିଟି ଭିତରେ ଏବଂ ଆଖପାଖ ଗାଁ ର ମହିଳା ମାନେ ମଧ୍ୟ ଟାଟା ଷ୍ଟିଲ ଫାଉଣ୍ଡେସନ (ଟିଏସ୍ଏଫ୍) ଦ୍ୱାରା ପ୍ରୋତ୍ସାହିତ ଏହି ଛତୁ ଚାଷ ପ୍ରକଳ୍ପ ଦ୍ୱାରା ବହୁ ଉପକୃତ ହେବା ସହ ସଶକ୍ତ ହେଉଛନ୍ତି ଓ ଟିଏସ୍ଏଫ୍ ର ଏହି ପ୍ରକଳ୍ପ ମହିଳାମାନଙ୍କୁ ସେମାନଙ୍କ ଆୟ ଦ୍ୱିଗୁଣିତ କରିବା ସହିତ ପୁରୁଷ କେନ୍ଦ୍ରିକ ସମାଜରେ ଏକ ମହିଳା ଉଦ୍ୟୋଗୀ ଭାବେ ସେମାନଙ୍କ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରାଇ ପାରିଛି ।
ଯୋଡ଼ା ବ୍ଳକ୍ ଅନ୍ତର୍ଗତ ଜଳହରି, ବାଲଦା, ନୟାଗଡ଼ ଏବଂ ପଲସା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବିଚ୍ଚାକୁଣ୍ଡି, ଖଣ୍ଡବନ୍ଧ, ଗୁରୁଡ଼ା, ରଙ୍ଗାମାଟିଆ, ନୟାଗଡ଼, ଜମୁନାପୋଷି ଏବଂ ଯୋଡ଼ା ବସ୍ତି ଅଞ୍ଚଳର ପ୍ରାୟ ୭୦ ଜଣ ମହିଳା ଏହି ପ୍ରକଳ୍ପ ଦ୍ୱାରା ଉପକୃତ ହୋଇଛନ୍ତି ।
ଚଳିତ ଋତୁ ରେ ୭୫ ବେଡ଼ ଛତୁ ଉତ୍ପାଦନ କରିଥିବା ବିଚ୍ଚାକୁଣ୍ଡି ଗ୍ରାମର ମହିଳା ବାସନ୍ତୀ ଚକ୍ରବର୍ତ୍ତି ନିଜ ପରିବାର ପାଇଁ ଅତିରିକ୍ତ ଆୟ କରିପାରୁଥିବାରୁ ଖୁସି ଅନୁଭବ କରିଛନ୍ତି ଓ ବାସନ୍ତୀଙ୍କ ଅନୁସାରେ ସେ କିଲୋ ପିଛା ୧୪୦ ଟଙ୍କା ଦରରେ ଛତୁ ବିକ୍ରି କରିବା ସହିତ ନିଜ ପରିବାରର ଅଧା ଖର୍ଚ୍ଚ ବହନ କରିବାରେ ସହାୟତା କରିପାରୁଛନ୍ତି । ଆଗାମୀ ବର୍ଷରେ ସେ ଆହୁରି ଅଧିକ ମାତ୍ରରେ ଚାଷ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏହାସହିତ ସେ ଟିଏସ୍ଏଫ୍କୁ ବୈଷୟିକ ଏବଂ ବେଡ଼ ନିର୍ମାଣ ପାଇଁ ସହାୟତା ଯୋଗାଇ ଥିବାରୁ ଧନ୍ୟବାଦ ଜଣାଇଛନ୍ତି ।
ଏବେ ଏହି ଅଂଚଳରେ ମହିଳା ମାନେ ଅଧିକରୁ ଅଧିକ ଢିଙ୍ଗରି ଏବଂ ବଟନ୍ ଛତୁ ଚାଷ କରିବାର ପରିଲକ୍ଷିତ ହେଉଛି, ଯେଉଁମାନଙ୍କୁ ଟିଏସ୍ଏଫ୍ ବୈଷୟିକ ଏବଂ ବେଡ଼ ନିର୍ମାଣ ପାଇଁ ସହାୟତା ମଧ୍ୟ କରିଛି ଓ ଏହାସହିତ ଫାଉଣ୍ଡେସନ୍ ପକ୍ଷରୁ ସେମାନଙ୍କ ଉତ୍ପାଦ ବିକ୍ରି ପାଇଁ ଜରୁରୀ ବଜାର ସଂଯୋଗୀକରଣ ମଧ୍ୟ ଯୋଗାଇ ଦିଆଯାଇଛି ।
ଟିଏସ୍ଏଫ୍ ସହାୟତାରେ ବୈଷୟିକ ଜ୍ଞାନ କୌଶଳର ପ୍ରୟୋଗ ଦ୍ୱାରା ସ୍ଥାନୀୟ ଅଞ୍ଚଳରେ ଛତୁ ଉତ୍ପାଦନରେ ବୃଦ୍ଧି ଘଟିଛି । ଏହାସହିତ ଉତ୍ପାଦକମାନଙ୍କୁ ସମୟ ସମୟରେ ଛତୁ ଚାଷ ସମ୍ପର୍କିତ ଜରୁରୀ ପ୍ରଶିକ୍ଷଣ ମଧ୍ୟ ପ୍ରଦାନ କରାଯାଉଛି । ଉତ୍ପାଦକମାନଙ୍କ ଆୟରେ ବୃଦ୍ଧି ଆଣିବା ପାଇଁ ସେମାନଙ୍କୁ ଶୁଖିଲା ଛତୁ ଉତ୍ପାଦନ, ଏହାର ପ୍ୟାକିଂ କିମ୍ବା ଆଚାର ପ୍ରସ୍ତୁତିରେ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି ।
ଆଗାମୀ ଦିନରେ, ଟିଏସ୍ଏଫ୍ ଏହି ଗ୍ରାମ ଗୁଡିକରେ ହିତାଧିକାରୀଙ୍କ ସଂଖ୍ୟା ବୃଦ୍ଧି କରିବାକୁ ଯୋଜନା ରଖିଛି।

Share

Leave a Reply

Your email address will not be published. Required fields are marked *

5 × 4 =