ଉଲ୍ଲେଖନୀୟ ସୁରକ୍ଷା ବ୍ୟବସ୍ଥା ପାଇଁ ଟାଟା ଷ୍ଟିଲ୍ ମେରାମଣ୍ଡଳୀ କୁ ‘ଇସ୍ପାତ ସୁରକ୍ଷା ପୁରସ୍କାର’

ବିଭିନ୍ନ ବର୍ଗରେ ୧୨ ପୁରସ୍କାର ହାସଲ
ନରେନ୍ଦ୍ରପୁର: ଟାଟା ଷ୍ଟିଲ୍ ମେରାମଣ୍ଡଳୀ (ଟିଏସ୍‌ଏମ୍‌) ଏହାର ଉଲ୍ଲେଖନୀୟ ସୁରକ୍ଷା ବ୍ୟବସ୍ଥା ପାଇଁ ଜଏଂଟ୍ କମିଟି ଅନ୍ ସେଫ୍‌ଟି, ହେଲ୍‌ଥ ଆଣ୍ଡ୍ ଏନଭାର୍ଣ୍ଣମେଂଟ୍ ଇନ୍ ଷ୍ଟିଲ୍ ଇଣ୍ଡଷ୍ଟ୍ରି (ଜେସିଏସ୍‌ଏସ୍‌ଆଇ) ଠାରୁ ସମ୍ମାନଜନକ “ଇସ୍ପାତ ସୁରକ୍ଷା ପୁରସ୍କାର’ ହାସଲ କରିଛି ।
ଏକ ବିଶିଷ୍ଟ ଜାତୀୟ ସୁରକ୍ଷା ସଂସ୍ଥା ଜେସିଏସ୍‌ଏସ୍‌ଆଇ ପକ୍ଷରୁ ୨୦୨୩ ମାର୍ଚ୍ଚ ୨୨ ତାରିଖ ରେ ରାଂଚିଠାରେ ଆୟୋଜିତ ‘ଇସ୍ପାତ ସୁରକ୍ଷା ପୁରସ୍କାର’ ସମାରୋହରେ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା । ୨୦୨୧ ଓ ୨୦୨୨ କ୍ୟାଲେଣ୍ଡର ବର୍ଷ ପାଇଁ ସମନ୍ୱିତ ଇସ୍ପାତ କାରଖାନାରେ ଶୂନ ଘାତକ ଦୁର୍ଘଟଣା ଏବଂ ୨୦୨୧ କ୍ୟାଲେଣ୍ଡର ବର୍ଷରେ ଏକ ସମନ୍ୱିତ ଇସ୍ପାତ କାରଖାନାରେ ଚୁକ୍ତି ଭିତିକ ଶ୍ରମିକ ଜଡ଼ିତ ଥିବା ଶୂନ ଘାତକ ଦୁର୍ଘଟଣା ସମେତ ବିଭିନ୍ନ ବର୍ଗରେ ଟିଏସ୍‌ଏମ୍ ୧୨ଟି ପୁରସ୍କାର ହାସଲ କରିଛି ।
ସୁରକ୍ଷା ପ୍ରତି ମେରାମଣ୍ଡଳୀ କାରଖାନାର ଅବଦାନ ପାଇଁ ଟିଏସ୍‌ଏମ୍‌ର କୋକ୍ ଓଭେନ୍‌, ବ୍ଲାଷ୍ଟ୍ ଫର୍ଣ୍ଣେସ୍‌, ସିଂଟର ପ୍ଲାଂଟ୍‌, କଂଚାମାଲ ପରିଚାଳନା ବ୍ୟବସ୍ଥା, ଷ୍ଟିଲ୍ ମେଲ୍‌ଟିଂ ସପ୍‌ସ, ସେୟାରଡ୍ ସର୍ଭିସ୍‌, ରୋଲିଂ ମିଲ୍‌ସ ଏବଂ ଇଞ୍ଜିନିୟରିଂ ଓ ପ୍ରୋଜେକ୍ଟସ୍ ଆଦି ବିଭାଗର ସୁରକ୍ଷା ପ୍ରତି ସେମାନଙ୍କ ଅବଦାନ ଲାଗି ଏହି ପୁରସ୍କାର ପ୍ରଦାନ କରାଯାଇଛି । ଟିଏସ୍‌ଏମ୍‌ର ଇଞ୍ଜିନିୟରିଂ ଓ ପ୍ରୋଜେକ୍ଟସ୍ ବିଭାଗ ଲଗାତାର ଚତୁର୍ଥ ବର୍ଷ ଯଥାକ୍ରମେ ୨୦୧୮-୨୦୧୯, ୨୦୧୯-୨୦୨୦, ୨୦୨୦-୨୦୨୧ ଓ ୨୦୨୧-୨୦୨୨ ପାଇଁ ଏହି ପୁରସ୍କାର ହାସଲ କରିିଛି । ଟିଏସ୍‌ଏମ୍ ତରଫରୁ କାର୍ଯ୍ୟକ୍ଷେତ୍ର ସୁରକ୍ଷା ମୁଖ୍ୟ ଉପେନ୍ଦ୍ର ପ୍ରସାଦ ଯାଦବ, ବ୍ଲାଷ୍ଟ୍ ଫର୍ଣ୍ଣେସ୍ ପରିଚାଳନା ମୁଖ୍ୟ ସୁବ୍ରତ କୁଣ୍ଡୁ, ସିଂଟର୍ ପ୍ଲାଂଟ୍ ପରିଚାଳନା ମୁଖ୍ୟ ଜୁଗ୍‌ନୁ କୋଠାରି,ବାଇ ପ୍ରଡକ୍ଟ କୋକ୍ ଓଭେନ୍ ମୁଖ୍ୟ ପୁଷ୍ପେନ୍ଦ୍ର କୁମାର, ସେଂଟ୍ରାଲ୍ ମେଟେଂନାନ୍ସ ପ୍ଲାନିଂ ମୁଖ୍ୟ ରାଜେଶ କୁମାର ଦୁବେ ଏବଂ ଅନ୍ୟମାନେ ଏହି ପୁରସ୍କାର ଗ୍ରହଣ କରିଥିଲେ ।
ଟିଏସ୍‌ଏମ୍‌ରେ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇଥାଏ ଏବଂ ଏହା ପାଇଁ ଉଚ୍ଚ ମାନଦଣ୍ଡ ଧାର୍ଯ୍ୟ କରାଯାଇଛି । ଯାହାକୁ କାର୍ଯ୍ୟକ୍ଷେତ୍ରରେ ପ୍ରତ୍ୟେକ ସ୍ତରରେ ନିରନ୍ତର ଭାବେ କାର୍ଯ୍ୟକାରୀ କରାଯାଉଛି ।
ଏହି ଅବସରରେ ଜେସିଏସ୍‌ଏସ୍‌ଆଇର ଅଧ୍ୟକ୍ଷ ତଥା ସେଲ୍‌ର ନିର୍ଦେଶକ (ବୈଷୟିକ, ପ୍ରକଳ୍ପ ଓ କଂଚାମାଲ) ଏ କେ ସିଂହ, ଜେସିଏସ୍‌ଏସ୍‌ଆଇର ସଦସ୍ୟ ସଚିବ ଓ ସେଲ୍ ଏସ୍‌ଏସ୍‌ଓର ସିଜିଏମ୍ (ସୁରକ୍ଷା) ଏସ୍ ବଶିଷ୍ଠ, ଜେସିଏସ୍‌ଏସ୍‌ଆଇର ଉପାଧ୍ୟକ୍ଷ ଓ ସେଲ୍ ଏସ୍‌ଏସ୍‌ଓର କାର୍ଯ୍ୟନିର୍ବାହୀ ନିର୍ଦେଶକ ଆଶିଷ ଚକ୍ରବର୍ତୀ, ଜେସିଏସ୍‌ଏସ୍‌ଆଇର ଉପାଧ୍ୟକ୍ଷ ଓ ଆଇଏନ୍‌ଟିୟୁସିର ସଭାପତି ଡକ୍ଟର ଜି ସଂଜୀବା ରେଡ୍ଡି ଏବଂ ଜେସିଏସ୍‌ଏସ୍‌ଆଇର ଶ୍ରମିକ ସଂଗଠନ ପ୍ରତିିନିଧିମାନଙ୍କ ସମେତ ବହୁ ଅତିଥି ଭାଗ ନେଇଥିଲେ ।

Share

Leave a Reply

Your email address will not be published. Required fields are marked *

4 × three =