ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଭୁବନେଶ୍ୱରରେ ମୁଦ୍ରା ବିନିମୟ ମେଳା ଅୟୋଜିତ

ଭୁବନେଶ୍ୱର: ଭାରତୀୟ ରିଜର୍ଭ ବ୍ୟାଙ୍କ ଆନୁକୂଲ୍ୟରେ ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ନୟାପଲ୍ଲୀସ୍ଥିତ ଇନ୍ଦ୍ରଧନୁ ମାର୍କେଟରେ ଏକ ମୁଦ୍ରା ବିନିମୟ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ମେଳାର ଉଦ୍ଦେଶ୍ୟ ଥିଲା ସାଧାରଣ ଲୋକଙ୍କୁ ମୁଦ୍ରା ବଂଟନ କରିବା ସହିତ ମଇଳା ଓ ଚିରା ଫଟା ମୁଦ୍ରା ବଦଳରେ ତାଜା ନୋଟ୍ ଯୋଗାଇବା । ଆରବିଆଇର ସ୍ୱଚ୍ଛ ନୋଟ୍ ନୀତି ଅନୁଯାୟୀ ଏହି ପଦକ୍ଷେପ ନିଆଯାଇଛି ।

ବ୍ୟବସାୟୀ, ଖୁଚୁରା ବ୍ୟବସାୟୀ, ଅବସରପ୍ରାପ୍ତ ବ୍ୟକ୍ତିଙ୍କ ସମେତ ସମସ୍ତ ବର୍ଗର ଲୋକ ମାନେ ଏହି ମେଳାରେ ଅଂଶଗ୍ରହଣ କରି ନୂତନ ମୁଦ୍ରା ଏବଂ ମୁଦ୍ରା ହାସଲ କରିଥିଲେ, ଯାହା ସେମାନଙ୍କୁ ସୁବିଧାଜନକ ଉପାୟରେ କାରବାର କରିବାରେ ସାହାଯ୍ୟ କରିବ । ଏହି ମେଳାରେ ଆଇସିଆଇସିଆଇ ବ୍ୟାଙ୍କର ଗ୍ରାହକଙ୍କ ସହ ଅନ୍ୟ ବ୍ୟାଙ୍କର ଗ୍ରାହକମାନେ ଅଂଶଗ୍ରହଣ କରିଥିଲେ ।

ମୁଦ୍ରା ବିନିମୟ କାର୍ଯ୍ୟକ୍ରମରେ ୫୦୦ ଟଙ୍କିଆ, ୨୦୦ ଟଙ୍କିଆ, ୧୦୦ ଟଙ୍କିଆ, ୫୦ ଟଙ୍କିଆ ଓ ୨୦ ଟଙ୍କିଆ, ୧୦ ଟଙ୍କିଆ ନୋଟ୍ ଏବଂ ୨୦ ଟଙ୍କିଆ, ୧୦ ଟଙ୍କିଆ, ୫ ଟଙ୍କିଆ, ୨ ଟଙ୍କିଆ ଓ ୧ ଟଙ୍କିଆ କଏନ୍ ବଦଳାଯାଇଥିଲା ।

ବ୍ୟାଙ୍କର ଓଡ଼ିଶାରେ ୧୮୦ରୁ ଅଧିକ ଶାଖା ଓ ୩୫୦ ଏଟିଏମ୍‌ର ନେଟ୍‌ୱକ ରହିଥିବା ବେଳେ ଭୁବନେଶ୍ୱରରେ ୨୯ ଶାଖା ଓ ୯୧ ଏଟିଏମ୍ ରହିଛି ।

ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଶାଖା, ଏଟିଏମ୍‌, କଲ୍ ସେଂଟର, ଇଟଂରନେଟ୍ ବ୍ୟାଙ୍କିଙ୍ଗ (ଙ୍ଗଙ୍ଗଙ୍ଗ.ସମସମସଭବଦ୍ଭଳ.ମକ୍ଟଜ୍ଞ), ଏବଂ ମୋବାଇଲ୍ ବ୍ୟାଙ୍କିଙ୍ଗ୍ ଜରିଆରେ ବ୍ୟାପକ ଗ୍ରାହକଙ୍କୁ ସେବା ପ୍ରଦାନ କରୁଛି ।

ଅଧିକ ଖବର ଓ ଅପ୍‌ଡେଟ୍ ପାଇଁ ପରିଦର୍ଶନ କରନ୍ତୁ ଙ୍ଗଙ୍ଗଙ୍ଗ.ସମସମସଭବଦ୍ଭଳ.ମକ୍ଟଜ୍ଞ: କିମ୍ବା ଟ୍ୱିଟରରେ ଆମକୁ ଫଲୋ କରନ୍ତୁ ଙ୍ଗଙ୍ଗଙ୍ଗ.ଗ୍ଧଙ୍ଗସଗ୍ଧଗ୍ଧରକ୍ସ.ମକ୍ଟଜ୍ଞ/ଓଉଓଉଓଈବଦ୍ଭଳ

ଗଣମାଧ୍ୟମ ପ୍ରଶ୍ନ ପାଇଁ ଲେଖନ୍ତୁ: ମକ୍ଟକ୍ସକ୍ଟ୍ରକ୍ଟକ୍ସବଗ୍ଧର.ମକ୍ଟଜ୍ଞଜ୍ଞଙ୍କଦ୍ଭସମବଗ୍ଧସକ୍ଟଦ୍ଭଗ୍ଦଅସମସମସଭବଦ୍ଭଳ.ମକ୍ଟଜ୍ଞ.

Share

Leave a Reply

Your email address will not be published. Required fields are marked *

3 × 4 =