ଫିନକେୟାର ସ୍ମଲ ଫାଇନାନ୍ସ ବ୍ୟାଙ୍କ ପକ୍ଷରୁ ଭୁବନେଶ୍ୱରରେ ନୂଆ ଶାଖାର ଶୁଭାରମ୍ଭ

ଭୁବନେଶ୍ୱର: ଫିନକେୟାର ସ୍ମଲ ଫାଇନାନ୍ସ ବ୍ୟାଙ୍କ ପକ୍ଷରୁ ଭୁବନେଶ୍ୱରରେ ନୂତନ ଶାଖାର ଶୁଭାରମ୍ଭ ସହ ଓଡ଼ିଶାରେ ସମ୍ପ୍ରସାରଣ କରାଯାଇଛି । ଗ୍ରାମୀଣ, ଖୁଚୁରା ତଥା ବିଭିନ୍ନ ଅର୍ଥନୈତିକ କାର୍ଯ୍ୟକଳାପରେ ସମ୍ପୃକ୍ତ ଗ୍ରାହକଙ୍କ ବିବିଧ ଆବଶ୍ୟକତାକୁ ପୂରଣ କରିବା ପାଇଁ ବ୍ୟାଙ୍କ ସମ୍ପ୍ରସାରଣ କରିବା ଏବଂ ଗୋଷ୍ଠୀ ସମୁଦାୟକୁ ବ୍ୟାପକ ବ୍ୟାଙ୍କ ସେବା ସହିତ ସଶକ୍ତ କରିବା ଦିଗରେ ଏହି ମାଇଲଖୁଂଟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଯାହା ଦ୍ୱାରା ବ୍ୟାଙ୍କ ସେବା ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହେବ ।
ଫିନକେୟାର ସ୍ମଲ ଫାଇନାନ୍ସ ବ୍ୟାଙ୍କର ଓଡ଼ିଶାରେ ସମ୍ପ୍ରସାରଣ ଏହାର ଆର୍ôଥକ ଅନ୍ତର୍ଭୁକ୍ତୀକରଣ ଏବଂ ପର୍ସନାଲ ବ୍ୟାଙ୍କିଙ୍ଗକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟର ପ୍ରମାଣ । ଏହି ଅଞ୍ଚଳରେ ବଢୁଥିବା ଆୟ ସ୍ତର ଏବଂ ବିବିଧ ଅର୍ଥନୈତିକ କାର୍ଯ୍ୟକଳାପ ସହିତ ବ୍ୟାଙ୍କ ଏହାର ଅନନ୍ୟ ବ୍ୟାଙ୍କ ସେବା ମାଧ୍ୟମରେ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ଏବଂ ବିକାଶକୁ ତ୍ୱରାନ୍ୱିତ କରିବାକୁ ଲକ୍ଷ୍ୟ ରଖିଛି ।
ଏହି ଅବସରରେ ଫିନକେୟାର ସ୍ମଲ ଫାଇନାନ୍ସ ବ୍ୟାଙ୍କର ଏମଡି ତଥା ସିଇଓ ରାଜୀବ ଯାଦବ କହିଛନ୍ତି ଯେ, “ଭୁବନେଶ୍ୱରରେ ଆମର ନୂତନ ବ୍ୟାଙ୍କିଂ ଶାଖା ଆରମ୍ଭ କରି ଆମେ ଆନନ୍ଦିତ । ଏହି ସମ୍ପ୍ରସାରଣ ଆମର ମୂଲ୍ୟବାନ ଗ୍ରାହକମାନଙ୍କୁ ଶୀର୍ଷସ୍ତରୀୟ, ଅନୁକୂଳ ବ୍ୟାଙ୍କିଙ୍ଗ୍ ସମାଧାନ ପ୍ରଦାନ କରି ଏହି ଅଞ୍ଚଳର ଶିଳ୍ପ କ୍ଷେତ୍ର ଏବଂ ଏହାର ସମୃଦ୍ଧ ଅର୍ଥନୀତିକୁ ସଶକ୍ତ କରିବା ପାଇଁ ଆମର ଅତୁଟ ସମର୍ପଣକୁ ସୂଚିତ କରୁଛି । ଆମେ ଭୁବନେଶ୍ୱରରେ ଏହି ଯାତ୍ରା ଆରମ୍ଭ କରିବାକୁ ଆଗ୍ରହୀ ଏବଂ ଏହି ଅଞ୍ଚଳର ଅର୍ଥନୈତିକ ସମୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବା ପାଇଁ ସ୍ଥାୟୀ ସହଯୋଗିତା ସ୍ଥାପନ କରିବାକୁ ଚାହୁଁଛୁ ।”
ଭୁବନେଶ୍ୱରରେ ନୂତନ ଭାବେ ଆରମ୍ଭ ହୋଇଥିବା ଏହି ବ୍ୟାଙ୍କିଂ ଆଉଟଲେଟରେ ସଞ୍ଚୟ ଖାତା, ସ୍ଥାୟୀ ଜମା, ଋଣ ଠାରୁ ଆରମ୍ଭ କରି ଡିଜିଟାଲ ବ୍ୟାଙ୍କିଙ୍ଗ ସମାଧାନ ଭଳି ଅନେକ ଆର୍ôଥକ ଉତ୍ପାଦ ଓ ସେବା ଉପଲବ୍ଧ ହେବ । ବ୍ୟାଙ୍କ ସେବାକୁ ସରଳ କରିବା ଏବଂ ଗ୍ରାହକଙ୍କ ସୁବିଧା ବଢ଼ାଇବା ପାଇଁ ସେଗୁଡ଼ିକୁ ପ୍ରସ୍ତୁତ କରାଯାଇଛି ।
ଫିନକେୟାର ସ୍ମଲ ଫାଇନାନ୍ସ ବ୍ୟାଙ୍କ ଏହି ରୋମାଂଚକର ଅଧ୍ୟାୟ ଆରମ୍ଭ କରୁଥିବା ବେଳେ ଓଡ଼ିଶାର ପରିବାର ତଥା ଶିଳ୍ପ ଓ ବାଣିଜ୍ୟିକ କ୍ଷେତ୍ର ପାଇଁ ଏକ ବିଶ୍ୱସ୍ତ ଆର୍ôଥକ ଅଂଶୀଦାର ହେବା ଏବଂ ଏକ ଆନନ୍ଦଦାୟକ ବ୍ୟାଙ୍କିଙ୍ଗ ଅନୁଭୂତି ପ୍ରଦାନ କରିବା ପାଇଁ ଏହାର ପ୍ରତିବଦ୍ଧତାକୁ ଦୋହରାଇଛି ।
୨୦୨୩ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ବ୍ୟାଙ୍କର ୧୯ଟି ରାଜ୍ୟ ଓ ୩ଟି କେନ୍ଦ୍ରଶାସିତ ଅଞ୍ଚଳରେ ୧,୨୩୧ଟି ବ୍ୟାଙ୍କିଙ୍ଗ ଆଉଟଲେଟ ରହିଛି, ଯାହା ୩୩୮ଟି ଜିଲ୍ଲା ଓ ୫୭,୧୮୬ଟି ଗାଁରେ ବ୍ୟାପ୍ତ । ଏହି ବ୍ୟାଙ୍କ ୪୨ରୁ ଅଧିକ ଲକ୍ଷ ଗ୍ରାହକଙ୍କୁ ସେବା ପ୍ରଦାନ କରୁଛି ଏବଂ ଏଥିରେ ୧୪,୦୦୦ରୁ ଅଧିକ କର୍ମଚାରୀ ଅଛନ୍ତି ।

Share

Leave a Reply

Your email address will not be published. Required fields are marked *

eight − four =