Business

ୱାର୍ଡୱିଜାର୍ଡ ଇନୋଭେସନ୍ସ ପକ୍ଷରୁ ପ୍ରତିିରକ୍ଷା କର୍ମଚାରୀଙ୍କ ଦକ୍ଷତା ବିକାଶ ପାଇଁ ଇଭି ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା

ଭୁବନେଶ୍ୱର: ଭାରତର ଅଗ୍ରଣୀ ଦୁଇଚକିଆ ଇଲେକ୍ଟ୍ରିକ୍ ଯାନ ନିର୍ମାତା ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ୍ ମୋବିଲିଟି ଲିମିଟେଡ୍ ପକ୍ଷରୁ ଅଗ୍ନିବୀର ଓ ଅନ୍ୟାନ୍ୟ ଅବସରପ୍ରାପ୍ତ ସେବା ଅଧିକାରୀମାନଙ୍କୁ ସଶକ୍ତ କରିବା ଲାଗି ଏକ ରୂପାନ୍ତରୀତ ଯାତ୍ରାର ଶୁଭାରମ୍ଭ କରାଯାଇଛି । ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ଉତରପ୍ରଦେଶର ଫରିଦାବାଦଠାରେ ଥିବା ଅଯୋଧ୍ୟା କ୍ୟାଟଂନମେଂଟ୍‌ରେ ଥିବା ଡୋଗ୍ରା ରେଜିମେଂଟାଲ୍ ସେଂଟରରେ ଏକ ଇଭି ଉତ୍କର୍ଷ କେନ୍ଦ୍ର ସ୍ଥାପନ କରିବା ଲାଗି କଂପାନି ପକ୍ଷରୁ ଡୋଗ୍ରା ରେଜିମେଂଟ୍ ସହିତ ଏକ ବୁଝାମଣାପତ୍ର ସ୍ୱାକ୍ଷର କରାଯାଇଛି ।
ଏହି ଗୁରୁତ୍ୱପୂର୍ଣ୍ଣ ସହଯୋଗିତାର ଲକ୍ଷ୍ୟ ହେଉଛି ଅଗ୍ନିବୀର ଓ ଅନ୍ୟାନ୍ୟ ଅବସରପ୍ରାପ୍ତ ସେନା ଅଧିକାରୀମାନଙ୍କୁ ସମୃଦ୍ଧ ହେଉଥିବା ଇଲେକ୍ଟ୍ରିକ୍ ଯାନ ଶିଳ୍ପରେ ସ୍ୱତନ୍ତ୍ର ଦକ୍ଷତା ବିକାଶ ଏବଂ ଦକ୍ଷତାରେ ଉନ୍ନତି ଆଣିବା ଲାଗି ସୁଯୋଗ ପ୍ରଦାନ କରିବା । ଡୋଗ୍ରା ରେଜିମେଂଟାଲ୍ ସେଂଟରର ଡେପୁଟି କମାଡେଂଟ୍ କର୍ଣ୍ଣେଲ୍ ସୌରଭ ଶାହ, ଡୋଗ୍ରା ରେଜିମେଂଟାଲ୍ ସେଂଟରର କମାଡେଂଟ୍ ବ୍ରିଗେଡିୟର କେ ରାଜୀବ ସିଂହ ଓ ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ୍ ମୋବିଲିଟି ଲିମିଟେଡ୍‌ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ ଶ୍ରୀ ୟତିନ୍ ଗୁପ୍ତେଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷର ହୋଇଥିଲା ଯାହା ପ୍ରତିରକ୍ଷା କର୍ମଚାରୀମାନଙ୍କ ସାମଗ୍ରିକ ଅଭିବୃଦ୍ଧି ଓ କ୍ୟାରିୟାରରେ ରୂପାନ୍ତରଣରେ ସହାୟକ ହେବା ଲାଗି ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖ୍‌ୁଂଟର ସ୍ଥାପନ କରିଛି ।
ଏହି ବୁଝାମଣାର ଅଂଶ ସ୍ୱରୂପ ୱାର୍ଡୱିଜାର୍ଡ ଇନୋଭସେନ୍ସ ପକ୍ଷରୁ ଡୋଗ୍ରା ରେଜିମେଂଟ୍ ସହଯୋଗିତାରେ ଚୟନ କରାଯାଇଥିବା କର୍ମଚାରୀମାନଙ୍କ ଲାଗି ୫-୬ ଦିନିଆ ତାଲିମ କର୍ମଶାଳା ଆୟୋଜନ କରାଯିବ । ଇଲେକ୍ଟ୍ରିକ୍ ଯାନ କ୍ଷେତ୍ରରେ ଅଂଶଗ୍ରହଣକାରୀମାନଙ୍କୁ ଆବଶ୍ୟକ ଜ୍ଞାନ ଓ ବିଶେଷତା ପ୍ରଦାନ କରିବା ଲାଗି ତାଲିମ କାର୍ଯ୍ୟକ୍ରମକୁ ଯତ୍ନ ସହକାରେ ପ୍ରସ୍ତୁତ କରାଯାଇଛି । ଜୟ ଇ-ବାଇକ୍ ଓ ଉପକରଣର ପ୍ରଦର୍ଶନ ଏବଂ ପ୍ରତ୍ୟକ୍ଷ ତାଲିମ ଜରିଆରେ ଅଂଶଗ୍ରହଣକାରୀମାନେ ଇଲେକ୍ଟ୍ରିକ୍ ଯାନର ବିଭିନ୍ନ ଦିଗ ବିଷୟରେ ଅବଗତ ହୋଇପାରିବେ ।
ଏହି ଅବସରରେ ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ୍ ମୋବିଲିଟିର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ ଶ୍ରୀ ୟତିନ୍ ଗୁପ୍ତେ କହିଛନ୍ତି ଯେ, “ଏହି ମହତ ଉଦ୍ଦେଶ୍ୟ ଲାଗି ଅତୁଟ ସମର୍ଥନ ପ୍ରଦାନ କରିଥିବାରୁ ପ୍ରତିରକ୍ଷା ମନ୍ତ୍ରାଳୟ ଓ ଡୋଗ୍ରା ରେଜିମେଂଟ୍‌କୁ ଆମେ ହୃଦୟରୁ କୃତଜ୍ଞତା ଜଣାଉଛୁ । ଅଗ୍ନିବୀର ଓ ଅନ୍ୟାନ୍ୟ ଅବସରପ୍ରାପ୍ତ ଅଧିକାରୀମାନଙ୍କ ସାହସ ଓ ସର୍ମପଣ ଭାବକୁ ୱାର୍ଡୱିଜାର୍ଡ ଇନୋଭେସନ୍ସ ସ୍ୱୀକୃତି ପ୍ରଦାନ କରୁଛି ଏବଂ ନୂଆ ସମ୍ଭାବନା ସହିତ ସେମାନଙ୍କୁ ସଶକ୍ତ କରିବାକୁ ଆମେ ପ୍ରତିବଦ୍ଧ ରହିଛୁ । ଆମର ବ୍ୟାପକ ଇଭି ତାଲିମ ଜରିଆରେ ଏହି ଉଦୀୟମାନ ଶିଳ୍ପରେ ବଜାୟ ରହିବା ଲାଗି ଆମେ ସେମାନଙ୍କୁ କୌଶଳ ପ୍ରଦାନ କରିବୁ । ମିଳିତ ଭାବେ ଆମେ ଏକ ନିରନ୍ତର ଭବିଷ୍ୟତ ପଥରେ ଆଗକୁ ବଢ଼ିବୁ ଯେଉଁଠାରେ ବିଶେଷତା ଏବଂ ଅତୁଟ ଭାବ ଏକ ଦୀର୍ଘସ୍ଥାୟୀ ପ୍ରଭାବ ସୃଷ୍ଟି କରିବ । ନିକଟ ଭବିଷ୍ୟତରେ ବିଭିନ୍ନ ରେଜିମେଂଟ୍ ସହିତ ଏଭଳି ଏମ୍‌ଓୟୁ ସ୍ୱାକ୍ଷର କରିବାକୁ ଆମେ ପ୍ରତିବଦ୍ଧ ରହିଛୁ । ପ୍ରତିଟି ପାଦ ଆଗକୁ ବଢ଼ିବା ସହ ଆମେ ଏହି ପରମ୍ପରାକୁ ସମ୍ମାନ ଜଣାଇବୁ ଏବଂ ଉଜ୍ଜ୍ୱଳ ଭବିଷ୍ୟତ ଗଠନ କରି ସେବା କରିବା ଲାଗି ଅତୁଟ ପ୍ରତିବଦ୍ଧତା ସହ ଆମ ଦେଶର ପ୍ରଗତିକୁ ଆକାର ପ୍ରଦାନ କରିବୁ ।’’
ଏହି ଇଭି ଉତ୍କର୍ଷ କେନ୍ଦ୍ରରେ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଥିବା ଶ୍ରେଣୀ ଗୃହ ରହିଛି ଯେଉଁଠାରେ ପ୍ରତ୍ୟକ୍ଷ ତାଲିମ, ବକ୍ତବ୍ୟ ଏବଂ ଶିଳ୍ପକୁ ଜାଣିବାର ସୁବିଧା ପ୍ରଦାନ କରାଯିବ । ପୁନଶ୍ଚ, ଏହି କେନ୍ଦ୍ର ଶିକ୍ଷକଙ୍କ ତାଲିମ କାର୍ଯ୍ୟକ୍ରମ ଆୟୋଜନ କରିବ ଯଦ୍ୱାରା ଫାକଲ୍‌ଟି ସଦସ୍ୟମାନେ ସଦ୍ୟତମ ବିକାଶ ବିଷୟରେ ଅବଗତ ହୋଇପାରିବେ । ଏଥିରେ ରହିଛି ଡିସ୍‌ପ୍ଲେ ଟେବୁଲ, ଲୋ-ସ୍ପିଡ୍ ସ୍କୁଟର, ବ୍ୟାଟେରି, ଚାର୍ଜିଂ ସୁବିଧା, ଚାର୍ଜର, ଇ-ରିକ୍ସା ଯାହା ଜରିଆରେ ପ୍ରତ୍ୟକ୍ଷ ପ୍ରଶିକ୍ଷଣ ହାସଲ କରାଯାଇପାରିବ ।

Share

Leave a Reply

Your email address will not be published. Required fields are marked *

16 − fifteen =