ବିଧାନସଭାର ସ୍ୱାଧିକାର ଭଙ୍ଗ ନୋଟିସରେ ହାଜର ଦେଲେ ଜାଗି ପଣ୍ଡା

ଗୃହରେ ସ୍ୱାଧୀକାର ଭଙ୍ଗ କରିବା ଘଟଣାରେ ଆଜି ବିଧାନସଭା ସ୍ୱାଧିକାର କମିଟି ଆଗରେ ହାଜର ହେଲେ ଓଟିଭିର ସହ ପ୍ରତିଷ୍ଠାତା ଜଗି ମଙ୍ଗତ ପଣ୍ଡା । ଜାନୁୟାରୀ ୨୮ କିମ୍ବା ତା ପୂର୍ବରୁ ହାଜର ହେବା ପାଇଁ କମିଟି ପକ୍ଷରୁ ତାଙ୍କୁ ନୋଟିସ୍ କରାଯାଇଥିଲା । ଗତବର୍ଷ ନଭେମ୍ବର ୧୯ ତାରିଖରେ ଓଟିଭିରେ ବିଧାନସଭା ସମ୍ପର୍କିତ ଏକ ଖବର ପ୍ରସାରଣ କରାଯାଇଥିଲା । ଏହା ବିଧାନସଭାର ଅପମାନ କରୁଥିବା ଅଭିଯୋଗ ହୋଇଥିଲା । ଏନେଇ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଗୃହରେ ସ୍ୱାଧୀକାର ଭଙ୍ଗ ନୋଟିସ୍ ଆଣିଥିଲେ ।

Share

Leave a Reply

Your email address will not be published. Required fields are marked *

twenty + eighteen =