ବିଜେଡିର ନିର୍ବାଚନ ପାଣ୍ଠି ସଂଗ୍ରହ ଅଭିଯାନ

ଆସନ୍ତା ନିର୍ବାଚନ ପାଇଁ ବିଜେଡି ପାଣ୍ଠି ସଂଗ୍ରହ କରିବା ପାଇଁ ଦଳର ସୁପି୍ରମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ କର୍ମକର୍ତା ମାନଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ଏହିକ୍ରମରେ ସେ ଦଳର ସମସ୍ତ ବିଧାୟକ, ସାଂସଦ, ମନ୍ତ୍ରୀ ଓ ଜିଲ୍ଲା କର୍ମକର୍ତା ମାନଙ୍କୁ ପତ୍ର ଲେଖିଛନ୍ତି । ମନ୍ତ୍ରୀ, ସାଂସଦ ଓ ବିଧାୟକ ମାନେ ସେମାନଙ୍କର ଗୋଟିଏ ମାସର ଦରମା ଦଳକୁ ଦେବା ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହା ବ୍ୟତୀତ ଜିଲ୍ଲା କର୍ମକର୍ତା ମାନେ ଦଳ ପାଇଁ ପାଣ୍ଠି ସଂଗ୍ରହ କରିବା ପାଇଁ ମଧ୍ୟ କୁହାଯାଇଛି । ଏଥି ପାଇଁ କୌଣସି ସର୍ବନିମ୍ନ ବା ସର୍ବୋଚ୍ଚ ସୀମା ରଖାଯାଇନାହିଁ । ତେବେ ଜିଲ୍ଲା କର୍ମକର୍ତା ମାନେ ପ୍ରତି ୱାର୍ଡରେ ୨୦୦ ସଭ୍ୟ ସଂଗ୍ରହ କରିବାକୁ ଶ୍ରୀ ପଟ୍ଟନାୟକ ନିଦେ୍ର୍ଧଶ ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

18 + 15 =