ଗ୍ରିନପ୍ଲାଏ ପକ୍ଷରୁ ମାଟେସିଆ ୨୦୨୬ରେ ନବସୃଜନ ପ୍ରଦର୍ଶିତ
ଭୁବନେଶ୍ୱର: ଗ୍ରିନପ୍ଲାଏ ଇଣ୍ଡଷ୍ଟ୍ରିଜ ଲିମିଟେଡ ପକ୍ଷରୁ ମାଟେସିଆ ୨୦୨୬ରେ ଏହାର ବିଭିନ୍ନ ନବସୃଜନଗୁଡ଼ିକୁ ଛଅଟି ସ୍ତମ୍ଭ ଅଗ୍ନି, ଜଳ, ସୁରକ୍ଷା, ଦୃଢ଼ତା, ଡିଜାଇନ ଓ ଏମିସନ ବର୍ଗରେ ପ୍ରଦର୍ଶିତ କରାଯାଇଛି। ଏହା ଜରିଆରେ କମ୍ପାନି ନିଜକୁ କେବଳ ଏକ ନିର୍ମାଣ ଉପକରଣ ସଂସ୍ଥା ନୁହେଁ, ବରଂ ଇଞ୍ଜିନିୟରିଂ ପ୍ରଦର୍ଶନ ବ୍ୟବସ୍ଥା ଭାବେ ଉପସ୍ଥାପନ କରିଛି।
କମ୍ପାନି ପକ୍ଷରୁ ପ୍ରିମିୟମ ପ୍ଲାଏଉଡ କ୍ଲବ ୭୦୦, ଟର୍ମିଭାକ୍ସ, ଭାରତର ପ୍ରଥମ ଉଇ ନିରୋଧୀ ଟିକାଯୁକ୍ତ ପ୍ଲାଏଉଡ, ନୂଆ ଏକ୍ସପ୍ରୋ ରଙ୍ଗ ଓ ‘ନେଭର ବିଫୋର ଟିକ’କୁ ଉପସ୍ଥାପନ କରାଯାଇଥିଲା। ଏହି ପ୍ରଦର୍ଶନର ନେତୃତ୍ୱ ନେଇଥିଲା ଗ୍ରିନପ୍ଲାଏ ଗୋଲ୍ଡ ଯାହା ହେଉଛି ଏହି ବର୍ଗର ପ୍ରଥମ ସୁରକ୍ଷା ସ୍କିମ ଯେଉଁଥିରେ ଡବଲ ପ୍ରତିଶ୍ରୁତି, ୧୧ ବର୍ଷର ସମ୍ପୂର୍ଣ୍ଣ ସୁରକ୍ଷା, ୩୦ ବର୍ଷର ୱାରେଂଟିଳ ବଦଳ, ପୁନରୁଦ୍ଧାର, ଉପକରଣ ଓ ପରିବହନ ଖର୍ଚ୍ଚ ଭଳି ସୁବିଧା ରହିଛି।
ଏମଡିଏଫର ଭାର ସହନଶୀଳ ସୁଦୃତାକୁ ପ୍ରଦର୍ଶନ କରିବା ପାଇଁ ଏକ ଜାପାନର ସୁମୋ କୁସ୍ତିକୁ ପ୍ରଦର୍ଶନ କରାଯାଇଛି। ସାଇକୋ ହିନସିଟୁ ଓ କାଇଜେନରୁ ଅନୁପ୍ରାଣିତ ହୋଇ ଏହା ପ୍ରସ୍ତୁତ କରାଯାଇଛି। ଏହି ଏଆଇ ଆଧାରିତ ଇଂଟରଆକ୍ଟିଭ ଜୋନରେ ପ୍ରଯୁକ୍ତି ଜରିଆରେ ଉତ୍ପାଦକୁ ଅନୁସନ୍ଧାନ କରିପାରିବେ। ଗ୍ରିନପ୍ଲାଏ ଗୋଲ୍ଡର ଡବଲ ଆସ୍ୟୁରାନ୍ସରେ ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ ସୁବିଧା ରହିଛି।
ଗ୍ରିନପ୍ଲାଏ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ରାଜେଶ ମିତଲ କହିଛନ୍ତି ଯେ, “୪୨ ବର୍ଷ ଧରି ଭାରତ ଓ ଏହାର ବଦଳୁଥିବା ଆକାଂକ୍ଷା ସହ ଗ୍ରିନପ୍ଲାଏ ଆଗକୁ ବଢ଼ିଛି। ଆମର ଯାତ୍ରା ସର୍ବଦା ଗ୍ରାହକମାନେ କଣ ଚାହୁଛନ୍ତି ତାହାକୁ ବୁଝିବା ଓ ବାସ୍ତବ ସମସ୍ୟାର ସମାଧାନ ପାଇଁ ନବସୃଜନକୁ ବ୍ୟବହାର କରିବା ଉପରେ ଆଧାରିତ ରହିଛି। ପ୍ଲାଏଉଡ ଓ ଏମଡିଏଫ ଅଧିକ ଇଞ୍ଜିନିୟରିଂ, ପ୍ରଦର୍ଶନ ଆଧାରିତ ଓ ପ୍ରଯୁକ୍ତି ପରିଚାଳିତ ହେଉଥିବାରୁ ଭାରତର ଉଡ ପ୍ୟାନେଲ ଶିଳ୍ପ ଗୁରୁତ୍ୱପୂର୍ଣ୍ଣ ରୂପାନ୍ତରଣ ଦେଇ ଗତି କରୁଛି। ସେହି ପରିବର୍ତନରେ ଆଗରେ ରହିବା ପାଇଁ ଆମର ରହିଥିବା ଆକଂକ୍ଷାକୁ ମାଟେସିଆରେ ଆମର ପ୍ରଦର୍ଶନ ପ୍ରତିଫଳିତ କରୁଛି ଯେଉଁଥିରେ ଏକ ସୁରକ୍ଷିତ, ଦୃଢ଼ ଓ ଭବିଷ୍ୟତ ପାଇଁ ଗଠିତ ଉତ୍ପାଦ ପ୍ରସ୍ତୁତ କରିବା ପାଇଁ ପ୍ରଯୁକ୍ତି, ଇଞ୍ଜିନିୟରିଂ, ବିନିର୍ମାଣ ବିଶେଷତା ଓ ଗ୍ରାହକଙ୍କ ଅନ୍ତର୍ଦୁଷ୍ଟିର ସମିଶ୍ରଣ ରହିଛି। ଆମର ବିଶ୍ୱାସ ରହିଛି ଯେ ଏହି ଶିଳ୍ପର ପରବର୍ତୀ ପର୍ଯ୍ୟାୟ ଅଭିବୃଦ୍ଧି ପ୍ରଦର୍ଶନର ମାନଦଣ୍ଡ, ଗୁଣାତ୍ମକ ମାନ ଓ ନବସୃଜନକୁ ବଢ଼ାଇବାରୁ ଆସିବ ଏବଂ ସେହି ପରିବର୍ତନର ଆଗରେ ରହିବାକୁ ଗ୍ରିନପ୍ଲାଏ ପ୍ରତିବଦ୍ଧ ରହିଛି।”
ଗ୍ରିନପ୍ଲାଏ ଇଣ୍ଡଷ୍ଟ୍ରିଜ ଲିମିଟେଡର ଯୁଗ୍ମ ପରିଚାଳନା ନିର୍ଦେଶକ ସାନିଧ୍ୟ ମିତଲ କହିଛନ୍ତି ଯେ, “ଗ୍ରିନପ୍ଲାଏରେ ଆମେ କେବଳ ଯାହା ତିଆରି କରୁ ତାହା ନୁହେଁ, ବରଂ ଉଡେନ ପ୍ୟାନେଲ ଶିଳ୍ପର ଭବିଷ୍ୟତ ବିଷୟରେ ଆମେ କଣ ଭାବୁଛୁ ତାହା ପ୍ରଦର୍ଶନ କରିବାକୁ ମାଟେସିଆ ଆମକୁ ସୁଯୋଗ ଦେଇଛି। ଆମେ ପ୍ରଦର୍ଶନ କରିଥିବା ପ୍ରତିଟି ଉତ୍ପାଦ, ପ୍ରଯୁକ୍ତି ଓ ଅନୁଭୂତି ଏକ ବୃହତର ଚିନ୍ତାଧାରାକୁ ଉପସ୍ଥାପନ କରିଛି। ତାହା ହେଉଛି ଇଞ୍ଜିନିୟରିଂ, ନବସୃଜନ ଓ ଗ୍ରାହକଙ୍କ ଆବଶ୍ୟକତାକୁ ଭଲ ଭାବେ ବୁଝିଲେ ପ୍ଲାଏଉଡ ଓ ଏମଡିଏଫ ମୂଳ କାର୍ଯ୍ୟଦକ୍ଷତାଠାରୁ ଅଧିକ ପ୍ରଦର୍ଶନ କରିପାରିବ। ଦୃଢ଼ତା, ସୁରକ୍ଷା, ଡିଜାଇନ କିମ୍ବା ପ୍ରଯୁକ୍ତି ହେଉ ଆମର ଲକ୍ଷ୍ୟ ହେଉଛି ଉଡେନ ପ୍ୟାନେଲ ପ୍ରଦାନ କରିପାରୁଥିବା ସମ୍ଭାବନାକୁ ସମ୍ପ୍ରସାରଣ କରିବା। ୪୨ ବର୍ଷ ପରେ ଆମେ ଗୋଟିଏ ବିଷୟ ଉପରେ ମନୋନିବେଶ କରୁଛୁ, ତାହା ହଉଛି ଆଗକୁ କଣ ହେବ ତାହାକୁ ଆକାର ପ୍ରଦାନ କରିବା।”

