Business

ହାଇଦ୍ରାବାଦରେ ୧୦୦ କୋଟିର ଶିଳ୍ପ ଗବେଷଣା, ପ୍ରଯୁକ୍ତି ଓ ନବସୃଜନ ପାର୍କ ପାଇଁ ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ବିଟ୍‌ସ ପିଲାନି ସହ ବୁଝାମଣା

ଭୁବନେଶ୍ୱର: ଭାରତର ଅନ୍ୟତମ ସର୍ବବୃହତ୍ ବ୍ୟାଙ୍କ ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ବିର୍ଲା ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଆଣ୍ଡ୍ ସାଇନ୍‌ସ (ବିଟ୍‌ସ) ପିଲାନିର ହାଇଦ୍ରାବାଦ କ୍ୟାମ୍ପସରେ ଆକ୍ସିସ୍ ବ୍ୟାଙ୍କ-ବିଟ୍‌ସ ଶିଳ୍ପ ଗବେଷଣା, ପ୍ରଯୁକ୍ତି ଓ ନବସୃଜନ ପାର୍କ ସ୍ଥାପନ କରିବା ପାଇଁ ଅନୁଷ୍ଠାନ ସହ ଏକ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ୱାକ୍ଷର କରାଯାଇଛି। ୧୦୦ କୋଟି ଟଙ୍କାର ସିଏସ୍‌ଆର୍ ପାଣ୍ଠି ଜରିଆରେ ସ୍ଥାପନ ହେବାକୁ ଥିବା ଏହି ପାର୍କ ଶିଳ୍ପ-ଶିକ୍ଷା ସହଯୋଗିତାକୁ ସୁଦୃଢ଼ କରି, ନବସୃଜନ ଓ ଉଦ୍ୟମିତାକୁ ଆଗକୁ ବଢ଼ାଇ ଭାରତର ଡିପ୍‌ଟେକ୍ ଓ ରୂପାନ୍ତରୀତ ଗବେଷଣା ବ୍ୟବସ୍ଥା ପାଇଁ ଏକ ସମନ୍ୱିତ ଲଂଚ୍‌ପ୍ୟାଡ୍ ପ୍ରଦାନ କରିବ।
ଜୀବ ବିଜ୍ଞାନ, ବାୟୋଫାର୍ମା, ସ୍ୱାସ୍ଥ୍ୟସେବା ଓ ମେଡିକାଲ୍ ଡିଭାଇସ୍ ଉପରେ ଗୁରୁତ୍ୱାରୋପ କରି ଏହି ପାର୍କକୁ ଭାରତର ନବସୃଜନ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହିତ ଲୋକମାନଙ୍କ ଲାଭ ପାଇଁ ଏକ ସୁଲଭ ସ୍ୱାସ୍ଥ୍ୟସେବା ସମାଧାନ ସକ୍ଷମ କରିବା ଲକ୍ଷ୍ୟ ନେଇ ଏକ ଉତ୍ସର୍ଗୀକୃତ ପ୍ଲାଟଫର୍ମ ଭାବେ ବିକାଶ କରାଯିବ। ଜେନୋମ ଭ୍ୟାଲି ଭାବେ ପରିଚିତ ତେଲେଙ୍ଗାନାର ଜୀବ ବିଜ୍ଞାନ କେନ୍ଦ୍ର ସ୍ଥଳ ଭାବେ ପରିଚିତ ହାଇଦ୍ରାବାଦରେ ଏହି ପାର୍କ ରହିବ। ବାୟୋଫାର୍ମା ଓ ଡିପ୍‌ଟେକ୍ ନେତୃତ୍ୱାଧୀନ ଏହି ସହଯୋଗିତା ସୁଲଭ ସ୍ୱାସ୍ଥ୍ୟସେବା, ରୂପାନ୍ତରିତ ଗବେଷଣା ଏବଂ ଆତ୍ମନିର୍ଭର ଭାରତ ଓ ମେକ୍ ଇନ୍ ଇଣ୍ଡିଆ ଅଭିଯାନ ଅଧୀନରେ ଗୁରୁତ୍ୱପୂର୍ଣ୍ଣ ପ୍ରଯୁକ୍ତିରେ ଆତ୍ମନିର୍ଭରଶୀଳ ହେବା ପାଇଁ ରହିଥିବା ଜାତୀୟ ପ୍ରାଥମିକତା ସହ ଏହା ସମନ୍ୱିତ ରହିଛି।
ବୁଝାମଣା ଅନୁସାରେ ବିଟ୍‌ସ ପିଲାନି ଏହି ଗବେଷଣା ପାର୍କ ପାଇଁ ପ୍ରଶାସନିକ ଓ ଗବେଷଣା ଏଜେଣ୍ଡା ଯୋଗାଇ ଦେବ ଏବଂ ଆକ୍ସିସ୍ ବ୍ୟାଙ୍କ ଭିତିଭୂମି ବିକାଶ କରିବ।
୧,୨୦,୦୦୦ ବର୍ଗଫୁଟରେ ବ୍ୟାପ୍ତ ଆକ୍ସିସ ବ୍ୟାଙ୍କ-ବିଟସ ଶିଳ୍ପ ଗବେଷଣା, ପ୍ରଯୁକ୍ତି ଓ ନବସୃଜନ ପାର୍କରେ ଲାବୋରେଟୋରି, ଇନକ୍ୟୁବେସନ ସ୍ଥଳ ଓ ଗୋଟିଏ ଛାତ ତଳେ ବିବିଧ ସୁବିଧା ରହିବ ଯାହା ଶିକ୍ଷା, ଷ୍ଟାର୍ଟଅପ ଓ ଏମଏସଏମଇ କ୍ଷେତ୍ରର ନବସୃଜନକାରୀମାନଙ୍କୁ ଢ଼ାଂଚାଗତ ସହଯୋଗିତା, ମିଳିତ ଡିଜାଇନ ଓ ପ୍ରକଳ୍ପକୁ ମିଳିତ ଭାବେ ସୃଷ୍ଟି କରିବାର ସୁବିଧା ପ୍ରଦାନ କରିବ। ଏହା ପ୍ରଯୁକ୍ତି ହସ୍ତାନ୍ତର ଓ ଆଇପି ପରିଚାଳନା ମଧ୍ୟ କରିବ।
ବିଟ୍‌ସ ପିଲାନିର ଚାନସେଲର (କୁଳାଧିପତି) ଶ୍ରୀ କୁମାର ମଙ୍ଗଳମ ବିର୍ଲା କହିଛନ୍ତି ଯେ, “ବିଟ୍‌ସ ପିଲାନି ଓ ଆକ୍ସିସ୍ ବ୍ୟାଙ୍କ ମଧ୍ୟରେ ସହଯୋଗିତା ଏକ ଦୃଢ଼ ନବସୃଜନ ବ୍ୟବସ୍ତା ଗଠନ କରିବା ପାଇଁ ଭାରତ ଚାହୁଥିବା ଉନ୍ନତ ସହଯୋଗିତା ଭଳି ଏହି ଗବେଷଣା ପାର୍କ ବିଟ୍‌ସ ପିଲାନିକୁ ଉନ୍ନତ ଗବେଷଣା ଓ ଉଦ୍ୟମିତାରେ ଏହାର କାମକୁ ଗଭୀର କରିବା ଏବଂ ସମାଜରେ ଅର୍ଥପୂର୍ଣ୍ଣ ପ୍ରଭାବ ସୃଷ୍ଟି କରୁଥିବା ସମାଧାନ ପ୍ରତି ଯୋଗଦାନ ପ୍ରଦାନ କରିବାରେ ସହାୟକ ହେବ। ଗବେଷଣା, ପ୍ରତିଭା ବିକାଶ ଓ ଦୀର୍ଘସ୍ଥାୟୀ ଜାତୀୟ ପ୍ରଭାବ ପାଇଁ ଶିକ୍ଷାନୁଷ୍ଠାନ ଓ ଅଗ୍ରଣୀ ଶିଳ୍ପ ଏକାଡି ହେବା ଦେଖି ଉତ୍ସାହିତ ଲାଗୁଛି।”
ଆକ୍ସିସ୍ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅମିତାଭ ଚୌଧୁରୀ କହିଛନ୍ତି ଯେ, “ଆକ୍ସିସ ବ୍ୟାଙ୍କରେ ଆମର ବିଶ୍ୱାସ ରହିଛି ଯେ ଅନ୍ତର୍ଭୁକ୍ତୀକରଣ ଓ ସ୍ଥାୟୀ ଅଭିବୃଦ୍ଧିର ଭବିଷ୍ୟତ ଜ୍ଞାନ, ନବସୃଜନ ଓ ଉଦ୍ଦେଶ୍ୟରେ ସମାହିତ ରହିଛି। ବିଟ୍‌ସ ପିଲାନି ସହିତ ଆମର ସହଯୋଗିତା ଆମ ସଂସ୍ଥାର ମୂଲ୍ୟବୋଧ ଓ ବାସ୍ତବ ଦୁନିଆର ଆହ୍ୱାନକୁ ସମାଧାନ କରିବା ପାଇଁ ବ୍ୟବସ୍ଥାକୁ ସମୃଦ୍ଧ କରିବାକୁ ଆମର ରହିଥିବା ପ୍ରତିବଦ୍ଧତା ସହ ମେଳ ଖାଉଛି। ଏକ ଅନୁଷ୍ଠାନ ଭାବେ ଆମ ଜ୍ଞାନ ସହିତ ସମୃଦ୍ଧ ଓ ଭିନ୍ନତା ଆଣିବାକୁ ଅଟଳ ସଂକଳ୍ପ ରଖିଥିବା ଲିଡର ସୃଷ୍ଟି କରିବାକୁ ଚାହୁଛୁ।”
ବିଟ୍‌ସ ପିଲାନିର କୁଳପତି ପ୍ରଫେସର ଭି ରାମଗୋପାଳ ରାଓ କହିଛନ୍ତି ଯେ, “ଶିଳ୍ପ ଓ ଶିକ୍ଷାନୁଷ୍ଠାନ ମଧ୍ୟରେ ଲକ୍ଷ୍ୟର ଏକ ଶକ୍ତିଶାଳୀ ସମନ୍ୱୟକୁ ଏହି ଏମ୍‌ଓୟୁ ଉପସ୍ଥାପିତ କରୁଛି। ବିଟ୍‌ସ ପିଲାନିରେ ଆମେ ସର୍ବଦା ବିଶ୍ୱାସ କରୁ ଯେ ଉଚ୍ଚ ଶିକ୍ଷାର ଭବିଷ୍ୟତ ସର୍ବଦା ବ୍ୟବସ୍ଥା ସୃଷ୍ଟି କରିବାରେ ରହିଛି ଯାହା ବହୁଶୃଙ୍ଖଳା, ଗବେଷଣା ଧର୍ମୀ ଓ ଗଭୀର ଭାବେ ସମାଜ ଓ ଶିଳ୍ପ ସହ ଜଡ଼ିତ ହୋଇଥିବ। ସେଭଳି ବ୍ୟବସ୍ଥା ଗଠନ କରିବାରେ ଆମକୁ ଆକ୍ସିସ ବ୍ୟାଙ୍କ-ବିଟ୍‌ସ ଗବେଷଣା ପାର୍କ ସହାୟକ ହେବ ଯାହା ଫାକଲଟି ନେତୃତ୍ୱାଧୀନ ନବସୃଜନକୁ ସମର୍ଥନ କରିବା, ଡକ୍ଟରାଲ ଗବେଷଣାକୁ ସମୃଦ୍ଧ କରିବା, ରୂପାନ୍ତରଣକୁ ତ୍ୱରାନ୍ୱିତ କରିବା ଏବଂ ବ୍ୟାପକ ଭାବେ ଜଟିଳ ସମସ୍ୟାର ସମାଧାନ କରିବା ପାଇଁ ଆମ ଛାତ୍ରଛାତ୍ରୀମାନଙ୍କୁ ପ୍ରସ୍ତୁତ କରିବ।”

Share

Leave a Reply

Your email address will not be published. Required fields are marked *

nineteen − 14 =