ବିଧାନସଭାରେ କାନ୍ଦିଲେ ଆରଜିକର ଦୁଷ୍କର୍ମ-ହତ୍ୟା ପୀଡିତାଙ୍କ ମା’
କୋଲକତା ଆରଜିକର ଦୁଷ୍କର୍ମ-ହତ୍ୟା ପୀଡିତାଙ୍କ ମା’ ଆଜି ବି ନ୍ୟାୟ ଅପେକ୍ଷାରେ ରହିଛନ୍ତି । ଆଉ ମୁଖ୍ୟମନ୍ତ୍ରୀଙ୍କ ଭରସା ଶୁଣିବା ପରେ ବିଧାନସଭାରେ କାନ୍ଦିଛନ୍ତି ଆରଜିକର ପୀଡିତାଙ୍କ ମା’ ତଥା ବିଜେପି ବିଧାୟିକା ରତ୍ନା ଦେବନାଥନ ।
୨୦୨୪ ଅଗଷ୍ଟ ୯ ତାରିଖରେ ୩୧ ବର୍ଷୀୟ ପୀଡିତା ଆରଜିକର ହସପିଟାଲରେ ଡ୍ୟୁଟି କରଉଥିବା ବେଳେ ଦୁଷ୍କର୍ମ ଏବଂ ହତ୍ୟାର ଶିକାର ହୋଇଥିଲେ । ସେତେବେଳେ ଟିଏମସି ଶାସନ କରୁଥିଲା । ଆଉ ଏବେ ପଶ୍ଚିମବଙ୍ଗର ବିଜେପି ଶାସନକୁ ଆସିବା ପରେ ପୀଡ଼ିତାଙ୍କୁ ନିଶ୍ଚିତ ନ୍ୟାୟ ମିଳିବ ବୋଲି ସ୍ପଷ୍ଟ କରିଦେଇଛନ୍ତି । ବିଧାନସଭାରେ ରାଜ୍ୟପାଳଙ୍କ ଭାଷଣକୁ ନେଇ ହୋଇଥିବା ଚର୍ଚ୍ଚା ପରେ ଶୁଭେନ୍ଦୁ ଅଧିକାରୀ କହିଛନ୍ତି, ଆରଜିକର ମାମଲାରେ ନ୍ୟାୟ ମିଳିବ । ବଙ୍ଗଳା ଲୋକ ଭୋଟ ଦେଇଛନ୍ତି, ଅଭୟାଙ୍କୁ ନ୍ୟାୟ ମିଳିବ ବୋଲି । ନ୍ୟାୟ ମିଳିବ ବୋଲି ୩ ଆଇପିଏସ ଅଫିସରଙ୍କୁ ସସପେଣ୍ଟ କରାଯାଇଛି । ଆମେ ସବୁକିଛି ସଫା କରିଦେବୁ ।
ନିଜ ଝିଅକୁ ନ୍ୟାୟ ମିଳିବା କଥା ଶୁଣି ବିଧାନସଭାରେ କାନ୍ଦି ପକାଇଥିଲେ ମା’ ରତ୍ନା ଦେବନାଥନ । ପାଣିହାଟିର ବିଧାୟିକା ରତ୍ନା ଦେବନାଥନ କହିଛନ୍ତି, ମୋ ଝିଅକୁ ନ୍ୟାୟ ମିଳିବ, ମୁଁ ଏଠାରେ କୌଣସି ପାୱର ନୁହେଁ ବରଂ ମୋ ଝିଅର ନ୍ୟାୟ ପାଇଁ ଠିଆ ହୋଇଛି ।
ଆରଜି କରି ଦୁଷ୍କର୍ମ ହତ୍ୟା ମାମଲା ବେଳେ ଡ. ସନ୍ଦୀପ ଘୋଷ ହସପିଟାଲର ମୁଖ୍ୟ ଥିଲେ । ଘଟଣା ପରେ କୋଲକତାର ପୂର୍ବ ପୋଲିସ କମିଶନର ବିନୀତ ଗୋୟଲ ଏବଂ ପୂର୍ବତନ ଡେପୁଟି କମିଶନର ଇନ୍ଦିରା ମୁଖାର୍ଜ ଏବଂ ଅଭିଷେକ ଗୁପ୍ତାଙ୍କୁ ଭିନ୍ନ ଭିନ୍ନ କାରଣରୁ ସସପେଣ୍ଡ କରାଯାଇଛି । ଏହି ମାମଲାରେ ସଂଜୟ ରାୟଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ଆଜୀବନ କାରାଦଣ୍ଡାଦେଶ ଶୁଣାଯାଇଛି । ଆଉ ଏବେ ଏହି ମାମଲାର ପୁଣିଥରେ ଯାଞ୍ଚ ସିବିଆଇ କରୁଛି ।

