ଟ୍ରୋଲର ହେଲେ ମଲାଇକା

ମୁମ୍ବାଇ: କରୋନା ଟିକାର ଦ୍ୱିତୀୟ ଡୋଜ ନେଇଛନ୍ତି ବଲିଉଡ ଅଭିନେତ୍ରୀ ମଲାଇକା ଅରୋରା ଖାନ । ଟିକା ନେବା ପରେ ସେ ଏକ ଫଟୋ ନିଜ ଇନଷ୍ଟାଗ୍ରାମ ପେଜରେ ପୋଷ୍ଟ କରିଛନ୍ତି । ଯାହାକୁ ନେଇ ଏବେ ସେ ଟ୍ରୋଲର ଶିକାର ହୋଇଛନ୍ତି । ୟୁଜର୍ସମାନେ ତାଙ୍କୁ ବହୁତ ଖରାପ କମେଣ୍ଟ ଦେଉଥିବା ଦେଖିବାକୁ ମିଳୁଛି । ମଲାଇକା ଟିକାକେନ୍ଦ୍ରକୁ ଯେଉଁ ଡ୍ରେସ ପିନ୍ଧି ଯାଇଥିଲେ ତାକୁ ନେଇ ୟୁଜର୍ସମାନେ କମେଣ୍ଟ ଦେବା ଆରମ୍ଭ କରି ଦେଇଛନ୍ତି । ୟୁଜର୍ସମାନେ ତାଙ୍କୁ କହିଛନ୍ତି କି, ୫୦ ବର୍ଷୀୟା ମଲାଇକା ଟିକକେନ୍ଦ୍ରକୁ କିଭଳି ପୋଷାକ ପିନ୍ଧି ଆସିବା କଥା ତାଙ୍କୁ ଜଣାନାହିଁ । ସେପଟେ ଆଉଜଣେ ୟୁଜର୍ସ ମଜାଳିଆ ଢ଼ଙ୍ଗରେ କମେଣ୍ଟ କରିଛନ୍ତି କି ସେ ଜିମ ସେଣ୍ଟରକୁ ଗଲା ଭଳି ଆସିଛନ୍ତି । ତେବେ ଏଭଳି ବହୁ ୟୁଜର୍ସ ତାଙ୍କୁ ବିଭିନ୍ନ କମେଣ୍ଟ୍ ଦେଇଛନ୍ତି । ମଲାଇକାଙ୍କ ଏହି ପୋଷ୍ଟଟି ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

Share

Leave a Reply

Your email address will not be published. Required fields are marked *

four + 15 =