ଜାତୀୟ

ଏଣିକି ୨୫ ଦିନ ପରେ ହୋଇପାରିବ ଗ୍ୟାସ୍ ରିଫିଲ୍ ବୁକିଂ

ବଢ଼ିଲା ରୋଷେଇ ଗ୍ୟାସ୍ ବୁକିଂ ଅବଧି । ଏଣିକି ୨୫ ଦିନ ପରେ ହୋଇପାରିବ ଗ୍ୟାସ୍ ରିଫିଲ୍ ବୁକିଂ । ଅର୍ଥାତ୍ ଗୋଟିଏ ଗ୍ୟାସ୍ ସିଲିଣ୍ଡର୍ ଡେଲିଭରିର ୨୫ ଦିନ ପରେ ଆଉ ଗୋଟିଏ ସିଲିଣ୍ଡର୍ ପାଇଁ ବରାଦ କରିପାରିବେ ଉପଭୋକ୍ତା । ମଧ୍ୟପ୍ରାଚ୍ୟ ଯୁଦ୍ଧ ସଂକଟ ଭିତରେ କେନ୍ଦ୍ର ସରକାର ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି । ତେଣୁ ମାପିଚୁପି ଜାଳନ୍ତୁ ରୋଷେଇ ଗ୍ୟାସ୍ । କାରଣ ୨୫ ଦିନ ଭିତରେ ଗ୍ୟାସ୍ ସରିଗଲେ ହଇରାଣ ହେବାକୁ ପଡ଼ିପାରେ । ଏଥିସହ ପେଟ୍ରୋଲ ଡିଜେଲକୁ ବି ନେଇ ଆସିଛି କେନ୍ଦ୍ରର ସ୍ପଷ୍ଟୀକରଣ । ନଜର ପକାନ୍ତୁ ପୂରା ତଥ୍ୟ ଉପରେ ।

 

୨୫ ଦିନ ପରେ ଗ୍ୟାସ୍‌ ବୁକିଂ
ଗ୍ୟାସ୍ ସିଲିଣ୍ଡର ବୁକିଂ ସଂପର୍କିତ ନୂଆ ନିୟମ ଲାଗୁ କଲେ କେନ୍ଦ୍ର ସରକାର । ଏଣିକି ୨୫ ଦିନ ପରେ ହିଁ ହୋଇପାରିବ ଗ୍ୟାସ୍ ସିଲିଣ୍ଡର୍ ରିଫିଲ୍ ବୁକିଂ । ଗୋଟିଏ ସିଲିଣ୍ଡର ପାଇବା ୨୫ ଦିନ ପରେ ଆଉ ଗୋଟିଏ ପାଇଁ ବୁକିଂ କରିହେବ । ସିଲିଣ୍ଡର ଡେଲିଭରିର ୨୫ ଦିନ ଭିତରେ ନୂଆ ବୁକିଂ କରିପାରିବେନି ଉପଭୋକ୍ତା । ଏହି ଅବଧିକୁ ୨୧ ଦିନରୁ ୨୫ ଦିନକୁ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଏଲ୍‌ପିଜି କଳାବଜାରୀ ରୋକିବାକୁ ରିଫିଲ୍ ବୁକିଂ ଅବଧି ବଢ଼ାଇବାକୁ ନିଷ୍ପତ୍ତି । ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ଦେଖି ଲୋକେ ତରବରିଆ ଗ୍ୟାସ୍ ବୁକିଂ କରୁଥିବା ସୂଚନା । ‘ପୂର୍ବରୁ ଯେଉଁମାନେ ୫୫ ଦିନରେ ବୁକିଂ କରୁଥିଲେ, ଏବେ ୧୫ ଦିନରେ କରୁଛନ୍ତି’ । ରିଫାଇନାରିଗୁଡ଼ିକୁ ଏଲ୍‌ପିଜି ଉତ୍ପାଦନ ବୃଦ୍ଧି କରିବାକୁ ସରକାରଙ୍କ ନିର୍ଦ୍ଦେଶ ।

ବାଣିଜ୍ୟିକ ଅପେକ୍ଷା ଘରୋଇ ଗ୍ୟାସ୍ ସଂଯୋଗକୁ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ । ଦେଶରେ ପେଟ୍ରୋଲ ଓ ଡିଜେଲ୍ ଦର ବଢ଼ିବା ଆଶଙ୍କା ନାହିଁ: କେନ୍ଦ୍ର । ଅଶୋଧିତ ତୈଳ ବ୍ୟାରେଲ୍ ପ୍ରତି ୧୩୦ ଡଲାର୍ ନ ଟପିବା ଯାଏ ଦର ବଢ଼ିବନି । ଦେଶରେ ପର୍ଯ୍ୟାପ୍ତ ପେଟ୍ରୋଲ, ଡିଜେଲ ଓ ବିମାନ ଇନ୍ଧନ ଗଚ୍ଛିତ ଥିବା ସୂଚନା ।

ସରକାର ସମସ୍ତ ତୈଳ ବିପଣନ କମ୍ପାନୀଗୁଡ଼ିକୁ ଘରୋଇ ରନ୍ଧନ ଗ୍ୟାସ ଯୋଗାଣକୁ ପ୍ରାଥମିକତା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଇଣ୍ଡିଆନ ଅଏଲ, ଭାରତ ପେଟ୍ରୋଲିୟମ ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ ଭଳି କମ୍ପାନୀଗୁଡ଼ିକୁ ପ୍ରଥମେ ଘରୋଇ ଆବଶ୍ୟକତା ପୂରଣ କରିବାକୁ କୁହାଯାଇଛି । ଗ୍ରାହକମାନଙ୍କ ମଧ୍ୟରେ ଗଚ୍ଛିତତାକୁ ରୋକିବା ପାଇଁ, ସିଲିଣ୍ଡର ବିତରଣ ପାଇଁ ଅପେକ୍ଷା ଅବଧି ବୃଦ୍ଧି କରାଯାଇଛି ।

ସରକାର ବିକଳ୍ପ ଉତ୍ସ ମାଧ୍ୟମରେ ଏଲପିଜି ଯୋଗାଣ ବୃଦ୍ଧି କରିବାକୁ ମଧ୍ୟ ଚେଷ୍ଟା କରୁଛନ୍ତି। ଏଥିପାଇଁ, ଆଲଜେରିଆ, ଅଷ୍ଟ୍ରେଲିଆ, କାନାଡା ଏବଂ ନରୱେ ସମେତ ଅନେକ ଦେଶରେ ସମ୍ଭାବ୍ୟ ଯୋଗାଣକାରୀଙ୍କୁ ଅନୁସନ୍ଧାନ କରାଯାଉଛି। ଚେନ୍ନାଇ ଏବଂ ବାଙ୍ଗାଲୋର ହୋଟେଲ ଆସୋସିଏସନର ପ୍ରତିନିଧିମାନେ ମାର୍ଚ୍ଚ ୧୧ ତାରିଖରେ ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ପୁରୀଙ୍କ ସହ ସାକ୍ଷାତ କରିବେ ବୋଲି ଆଶା କରାଯାଉଛି। ଗ୍ୟାସ ଯୋଗାଣ ସମସ୍ୟାର ଏକ ଠୋସ୍ ସମାଧାନ ମିଳିପାରିବ ବୋଲି ଆଶା କରାଯାଉଛି।

Share

Leave a Reply

Your email address will not be published. Required fields are marked *

5 × four =