ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

ଜଟଣୀ: ଘରୋଇ ଫାଇନାନ୍ସ ଋଣ କିସ୍ତି ସୁଝିବାକୁ ନେଇ ସ୍ବାମୀ-ସ୍ତ୍ରୀ ମଧ୍ୟରେ ଚାଲିଥିଲା ଗଣ୍ଡଗୋଳ। ଶେଷରେ ସ୍ବାମୀ, ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହାଣିଦେଲା । ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ଜଟଣୀ ଥାନା ଅନ୍ତର୍ଗତ ପାଇକରାପୁର ଗ୍ରାମରେ । ସେଠାରେ ରହୁଥିବା ସୁକାନ୍ତ ମଳିକ ବର୍ତ୍ତମାନ ଅଭାବ ସମୟରେ ଅଟୋ ଋଣ କିସ୍ତି, ଘରୋଇ ଫାଇନାନ୍ସ କିସ୍ତି ପଇସା ନ ଦେଇପାଇବାରୁ ଉଭୟ ସ୍ବାମୀ ସୁକାନ୍ତ ମଳିକ ଓ ସ୍ତ୍ରୀ ପୂଜା ମଳିକଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗି ରହିଥିଲା। ଶେଷରେ ସୁକାନ୍ତ ଧାରୁଆ ଅସ୍ତ୍ରରେ ସ୍ତ୍ରୀ ପୂଜାକୁ ହାଣିଦେଲା । ଫଳରେ ପୂଜାର ମୃତ୍ୟୁ ଘଟିଛି । ଖବର ପାଇ ଜଟଣୀ ପୋଲିସ ସ୍ବାମୀ ସୁକାନ୍ତକୁ ଥାନାରେ ଅଟକ ରଖିଥିବା ବେଳେ ମୃତଦେହକୁ ଜବତ କରି ତଦନ୍ତ ଚଳାଇଛି ।

Share

Leave a Reply

Your email address will not be published. Required fields are marked *

1 × two =