ଯେକୌଣସି ସମୟରେ ଋଷିଆ କରିପାରେ ଆକ୍ରମଣ

ୟୁକ୍ରେନ ଉପରେ ଭୟଙ୍କର ଆକ୍ରମଣ ପାଇଁ ଋଷିଆର ଜୋରଦାର ପ୍ରସ୍ତୁତି । ୟୁକ୍ରେନ ସୀମାନ୍ତରେ ସୈନ୍ୟ ଓ ଯୁଦ୍ଧ ସରଞ୍ଜାମ ଠୁଳ କରିବାରେ ଲାଗିଛି ଋଷିଆ । ବେଲାରୁସ, କ୍ରିମିଆ ଓ ଋଷିଆର ପଶ୍ଚିମାଞ୍ଚଳରେ ଏୟାରକ୍ରାଫ୍ଟ, ଫାଇଟର ଜେଟ୍ ମୁତୟନ କରାଯାଇଛି । ଉଭୟ ସ୍ଥଳ ଓ ଆକାଶ ମାର୍ଗରୁ ଆକ୍ରମଣ କରିବା ପାଇଁ ଋଷିଆର ସେନା ମୁତୟନ ୟୁକ୍ରେନ ଓ ଋଷିଆ ମଧ୍ୟରେ ଉତ୍ତେଜନା ବୃଦ୍ଧି କରିବାରେ ଲାଗିଛି । ମାକ୍ସାର ସାଟେଲାଇଟ ଚିତ୍ରରୁ ଋଷିଆର ସେନା ଓ ଯୁଦ୍ଧ ସରଞ୍ଜାମ ସଂପର୍କରେ ତଥ୍ୟ ମିଳିଛି । ତେବେ ଉଭୟ ଦେଶ ଭିତରେ ଉତ୍ତେଜନା ହ୍ରାସ ପାଇଁ ୟୁରୋପିୟ ରାଷ୍ଟ୍ରଗୁଡିକ ଉଦ୍ୟମ ଜାରି ରଖିଛନ୍ତି । ଆମେରିକା ରାଷ୍ଟ୍ରପତି ଜୋ ବିଡେନ ୟୁକ୍ରେନ ଉପରେ ଆକ୍ରମଣ କଲେ ଋଷିଆକୁ ବହୁମୂଲ୍ୟ ଦେବାକୁ ପଡିବ ବୋଲି ସତର୍କ କରାଇ ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

19 − four =