ପଞ୍ଚମ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁ ଦୋଷୀ ସାବ୍ୟସ୍ତ

ବହୁଚର୍ଚ୍ଚିତ ଗୋଖାଦ୍ୟ ଦୁର୍ନୀତିର ପଞ୍ଚମ ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଲାଲୁଙ୍କ ସହ ଅନ୍ୟ 75 ଜଣଙ୍କୁ ମଧ୍ୟ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ । ଡୋରନ୍ଦା ଟ୍ରେଜେରୀରୁ ବେଆଇନ ଭାବେ 139 କୋଟି 30 ଲକ୍ଷ ଟଙ୍କା ଉଠାଇଥିବା ଅଭିଯୋଗରେ ସିବିଆଇ ସ୍ପେସାଲ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ।
ପୂର୍ବରୁ ମଧ୍ୟ ଚାରୋଟି ଗୋଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଲାଲୁ ପ୍ରସାଦ ଯାଦବ ମୁଖ୍ୟମନ୍ତ୍ରୀ ଥିବା ସମୟରେ 950 କୋଟି ଟଙ୍କାର ଗୋଖାଦ୍ୟ ଦୁର୍ନୀତି ହୋଇଥିଲା । ଏହି ବହୁଚର୍ଚ୍ଚିତ ଗୋଖାଦ୍ୟ ମାମଲାରେ ଅଭିଯୁକ୍ତମାନେ ବେଆଇନ ଭାବେ ଚାଇବସା ଟ୍ରେଜେରୀରୁ 37.7 କୋଟି ଓ 33.13 କୋଟି ଟଙ୍କା, ଦେଓଘର ଟ୍ରେଜେରୀରୁ 89.27 କୋଟି ଟଙ୍କା, ଡୁମକା ଟ୍ରେଜେରୀରୁ 3.76 କୋଟି ଟଙ୍କା ଉଠାଇଥିବା ଅଭିଯୋଗ ହୋଇଥିଲା । ଏସମସ୍ତ ମାମଲାରେ ଆରଜେଡି ମୁଖ୍ୟ ତଥା ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ସିବିଆଇ ସ୍ବତନ୍ତ୍ର କୋର୍ଟ ଦୋଷୀ ସାବ୍ୟସ୍ତ କରିସାରିଛନ୍ତି ।

Share

Leave a Reply

Your email address will not be published. Required fields are marked *

nineteen + nine =