ଲାଡଲୀ ମିଡିଆ ପୁରସ୍କାର ପ୍ରଦାନ

ଭୁବନେଶ୍ୱର: ସାମାଜିକ ଲିଙ୍ଗଗତ ସମ୍ବେଦନଶୀଳତା ପାଇଁ ଦିଆ ଯାଉଥିବା ‘ଲାଡଲି ମିଡିଆ ଆଣ୍ଡ ଆଡଭଟାଇଜିଂ ଆଓ୍ଵାର୍ଡ ଗ୍ଦକ୍ଟ-୨୦୨୧’ ଆଜି ଅନଲାଇନ୍ ଯୋଗେ ପ୍ରଦାନ କରାଯାଇଛି। ଓଡ଼ିଶାରୁ ତିନି ଜଣ ସାମ୍ବାଦିକ ଏବଂ ସ୍ତମ୍ଭକାର ଏହି ପୁରସ୍କାର ପାଇଛନ୍ତି। ସମ୍ବାଦ ସାମ୍ବାଦିକ ଶୁଭକାନ୍ତ ପଢ଼ିହାରୀଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇ ପୁରସ୍କୃତ କରାଯାଇଛି। ସମ୍ବାଦର ‘ରବିବାର’ ବିଭାଗ ୨୦୨୦ ଡିସେମ୍ବର ୨୭ ତାରିଖରେ ପ୍ରକାଶିତ ‘ଅସହାୟ ପରୀମାନେ’ ଷ୍ଟୋରି ବିଚାରକ ମଣ୍ଡଳୀ ଦ୍ବାରା ଯୋଗ୍ୟ ବିବେଚିତ ହୋଇଥିଲା। ନୟାଗଡ଼ର ବହୁଚର୍ଚ୍ଚିତ ପରୀ ନିଖୋଜ ମାମଲାକୁ ଆଧାର କରି ଓଡ଼ିଶାରେ ଶିଶୁ ନିଖୋଜ ଘଟଣାକୁ ନେଇ ଏହି ତଥ୍ୟଭିତ୍ତିକ ଓ ମତାମତ ଷ୍ଟୋରି ପ୍ରକାଶ ପାଇଥିଲା। ଯାହା ପାଠକୀୟ ମହଲରେ ଆଦୃତି ଲାଭ କରିବା ସହ ଉଚ୍ଚ ପ୍ରଶଂସିତ ହୋଇ ପାରିଥିଲା। ଏହା ସହ ସରକାରୀ ସ୍ତରରେ ମଧ୍ୟ ତତ୍ପରତା ପ୍ରକାଶ ପାଇଥିଲା। ନିଖୋଜ ନାବାଳିକାଙ୍କୁ ଖୋଜିବା ପାଇଁ ରାଜ୍ୟ ପୁଲିସ ପକ୍ଷରୁ ସ୍ବତନ୍ତ୍ର ଡ୍ରାଇଭ ହୋଇଥିଲା। ସେହିପରି ସ୍ତମ୍ଭକାର ତଥା କ୍ରୀଡା ସମୀକ୍ଷକ ରୁଦ୍ରପ୍ରସନ୍ନ ରଥ ଓ ସମାଜର ପ୍ରତିନିଧି ବିଜୟ ଦ୍ବିବେଦୀଙ୍କୁ ପୁରସ୍କୃତ କରାଯାଇଛି।
ସଂଯୁକ୍ତ ରାଷ୍ଟ୍ର ଜନସଂଖ୍ୟା କୋଷ ଏବଂ ଭାରତରେ ଥିବା ନରଓ୍ୱେ ଦୂତାବାସର ମିଳିତ ସହଯୋଗରେ ଏହି ପୁରସ୍କାର ପ୍ରଦାନ କାର୍ୟ୍ୟକ୍ରମ ଅନଲାଇନରେ ଆୟୋଜିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବିଖ୍ୟାତ ସ୍ତମ୍ଭକାର ଫାଏ ଡିସୌଜା ଏବଂ ସମ୍ମାନିତ ଅତିଥି ଭାବେ ସଂଯୁକ୍ତ ରାଷ୍ଟ୍ର ଜନସଂଖ୍ୟା କୋଷର ଭାରତ ପ୍ରତିନିଧି ଶ୍ରୀରାମ ହରିଦାସ ଯୋଗ ଦେଇଥିଲେ।

Share

Leave a Reply

Your email address will not be published. Required fields are marked *

5 × one =