ପରଲୋକରେ ପୂର୍ବତନ ବିଜେଡି ବିଧାୟକ ଉମେଶ ଚନ୍ଦ୍ର ସ୍ୱାଇଁ

ଭୁବନେଶ୍ୱର: ବାଲିକୁଦାର ପୂର୍ବତନ ବିଧାୟକ ବରିଷ୍ଠ ବିଜେଡି ନେତା ଉମେଶ ଚନ୍ଦ୍ର ସ୍ୱାଇଁ ଙ୍କ ପରଲୋକ। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା। ଭୁବନେଶ୍ୱରରେ ଆଜି ସକାଳୁ ହୃଦଘାତରେ ମୃତ୍ୟୁ ହୋଇଥିବା ସୂଚନା ରହିଛି । ବାଲିକୁଦା ବ୍ଲକ ମାଛଗାଁ ପଞ୍ଚାୟତ ମାଛଗାଁ ଗ୍ରାମର ଏକ ସମ୍ଭ୍ରାନ୍ତ ପରିବାରରେ ଜନ୍ମ ଗ୍ରହଣ କରିଥିବା କାର୍ତିକ ସ୍ବାଇଁଙ୍କ ୪ ସନ୍ତାନ ମଧ୍ୟରୁ କନିଷ୍ଠ ପୁତ୍ର ହେଉଛନ୍ତି ଉମେଶ ଜ୍ଝ ବାଲିକୁଦା ନିର୍ବାଚନ ମଣ୍ଡଳୀରୁ ୪ ଥର ଓଡ଼ିଶା ବିଧାନସଭାକୁ ପ୍ରତିନିଧିତ୍ୱ କରିଥିବା ୭୪ ବର୍ଷୀୟ ଉମେଶ ଚନ୍ଦ୍ର ସ୍ବାଇଁ ଛାତ୍ର ଜୀବନରୁ ଥିଲେ ଉଚ୍ଚାଭିଳାସୀ ,କିଛି କରିବାର ଆଶା ନେଇ ଓ ଅଞ୍ଚଳର ଲୋକମାନଙ୍କୁ ସହଯୋଗ କରିବା ପାଇଁ ପ୍ରଥମେ ସେ ଛାତ୍ର ରାଜନୀତିରେ ପ୍ରବେଶ କରି ମଧୁସୂଦନ ଆଇନ କଲେଜରେ ଛାତ୍ର ସଂସଦ ସଭାପତି ରୂପେ ନିର୍ବାଚିତ ହୋଇଥିଲେ। ଏହାପରେ ଆରମ୍ଭ ହୋଇଥିଲା ତାଙ୍କର ରାଜନୈତିକ ଯାତ୍ରାର ଲମ୍ବା ଇତିହାସ। ବିଜୁବାବୁଙ୍କ ଏକାନ୍ତ ଅନୁଗତ ଓ ଆଜ୍ଞାଧୀନ ଭାବେ ସେ ବେଶ ପରିଚିତ ଥିଲେ। ତାଙ୍କର ଆଦର୍ଶରେ ଅନୁପ୍ରାଣୀତ ହୋଇ ରାଜନୀତିକୁ ନିଜ ଜୀବନର ଅଂଶବିଶେଷ କରି ଜନତାଙ୍କ ସେବା ପାଇଁ ପ୍ରଥମେ ବାଲିକୁଦା ନିର୍ବାଚନ ମଣ୍ଡଳୀରୁ ଟିକେଟ ପାଇଁ ବିଜୁଙ୍କ ନିକଟରେ ଦାବି ରଖିଥିଲେ। କିନ୍ତୁ ଏହି ନିର୍ବାଚନ ମଣ୍ଡଳୀରୁ ରଘୁନାଥ ମହାପାତ୍ରଙ୍କୁ ଦଳ ଚୟନ କରିଥିବାରୁ ୧୯୭୪ ମସିହାରେ ସ୍ୱାଧୀନ ପ୍ରାର୍ଥୀ ଭାବେ ସାଇକେଲ ଚିହ୍ନରେ ନିର୍ବାଚନ ମଇଦାନକୁ ଓହ୍ଲାଇ ୫୫୭୯ ଭୋଟ ପାଇ ରାଜ୍ୟ ନେତୃବୃନ୍ଦଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେ ଏହି ନିର୍ବାଚନ ଲଢିବା ଦ୍ୱାରା ବିଜୁବାବୁଙ୍କ ସମର୍ଥିତ ପ୍ରାର୍ଥୀ ରଘୁନାଥ ମହାପାତ୍ରଙ୍କ ପରାଜୟ ଘଟିବା ସହ କଂଗ୍ରେସର ହେଭିୱେଟ ନେତା ବାସୁଦେବ ମହାପାତ୍ରଙ୍କ ଜିତିବା ପଥ କୁସୁମିତ ହୋଇଥିଲା।

Share

Leave a Reply

Your email address will not be published. Required fields are marked *

nine − three =