ପୂର୍ବତନ ପଟାଙ୍ଗୀ ବିଧାୟିକା ଚନ୍ଦ୍ରମା ସାନ୍ତାଙ୍କ ପରଲୋକ

କୋରାପୁଟ: କୋରାପୁଟ ଜିଲ୍ଲା ପଟାଙ୍ଗିର ପୂର୍ବତନ ବିଧାୟିକା ଶ୍ରୀମତୀ ଚନ୍ଦ୍ରମା ସାନ୍ତାଙ୍କ ପରଲୋକ ଘଟିଛି। ସେ କିଛି ଦିନ ତଳେ ହାର୍ଟ ଅପରେସନ ହୋଇ ଘରେ ରହି ଚିକିତ୍ସିତ ହେଉଥିଲେ। ଦୀର୍ଘଦିନ ଧରି ଦେହ ଅସୁସ୍ଥତା କାରଣରୁ ପଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତର ସିପାଇପୁଟ ଗ୍ରାମସ୍ଥିତ ନିଜ ବାସଭବନରେ ରହି ଚିକିତ୍ସିତ ହେଉଥିଲେ। ଆଜି ସକାଳ ପ୍ରାୟ ୭ ଟା ସମୟରେ ପ୍ରାଣ ତ୍ୟାଗକରିଥିବା ନେଇ ଜଣାପଡିଅଛି।

ସୂଚନା ଥାଉକି ସେ କୋରାପୁଟ ମାଟିର ଜନ୍ମିତ କନ୍ୟା ହୋଇଥିବା ବେଳେ ଅବିଭକ୍ତ କୋରାପୁଟ ଜିଲ୍ଲାର କଂଗ୍ରେସର ଟାଣୁଆ ନେତ୍ରୀ ଥିଲେ। ସେ ଜିଲ୍ଲା ପରିଷଦ ଅଧକ୍ଷା, ପଞ୍ଚାୟତ ସମିତିର ଅଧକ୍ଷା,ପୂର୍ବତନ ବିଧାୟିକା ଭାବେ ଅଞ୍ଚଳର ଲୋକଙ୍କୁ ସେବା ଯୋଗାଇଆସିଥିଲେ।ଏଭଳି ଜଣେ ବରିଷ୍ଠ ନେତ୍ରୀଙ୍କ ପରଲୋକ ପରେ ତାଙ୍କ ପରିବାର ଠାରୁ ପ୍ରାରମ୍ଭ କରି ଅଞ୍ଚଳବାସୀଙ୍କ ମଧ୍ୟରେ ଦୁଃଖର ଛାୟା ଖେଳି ଯାଇଥିବା ଦେଖିବାକୁ ମିଳିଛି।ତାଙ୍କର ପ୍ରାର୍ଥିବ ଶରିରକୁ ଶେଷ ଦର୍ଶନ କରିବା ନିମନ୍ତେ ଅଞ୍ଚଳର ବରିଷ୍ଠନେତା ତଥା କୋରାପୁଟ ବିଧାୟକ, ପଟ୍ଟାଙ୍ଗି ବିଧାୟକ ପୂର୍ବତନ ବିଧାୟକ ଏବଂ ଉପଜିଲ୍ଲାପାଳ ଓ ପୋଲିସ ପ୍ରଶାସନ ପହଂଚି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

15 + 9 =