ସକାଳେ ଭାସି ଯାଇଥିଲେ, ଏବେ ମୃତଦେହ ଉଦ୍ଧାର

ଯାଜପୁର: ବ୍ରାହ୍ମଣୀ ନଦୀରେ ଭାସିଗଲେ ଦୁଇ ଯୁବକ । ଗାଧୋଉଥିବା ବେଳେ ଗୋଡ଼ ଖସିଯିବାରୁ ଭାସି ଯାଇଥିଲେ । ଅଗ୍ନିଶମ କର୍ମଚାରୀ ସେମାନଙ୍କୁ ଉଦ୍ଧାର କରିଛନ୍ତି । ତେବେ ଉଭୟଙ୍କ ମୃତ୍ୟୁ ହୋଇଥିବା ସଦ୍ୟ ସୂଚନାରୁ ପ୍ରକାଶ । ଆଜି ସକାଳେ ଶଙ୍କରାଘାଟରେ ଗାଧୋଉଥିବା ବେଳେ ଭାସିଯାଇଥିଲେ । ସ୍ଥାନୀୟ ଲୋକେ ଖୋଜା ଖୋଜି କରିବା ପରେ ମଧ୍ୟ ଉଦ୍ଧାର କରି ପାରିନଥିଲେ । ଶେଷରେ ଖବର ପାଇ ଅଗ୍ନିଶମ କର୍ମଚାରୀ ଖୋଜାଖୋଜି କରିବା ପରେ ଉଭୟଙ୍କ ମୃତଦେହକୁ ଉଦ୍ଧାର କରିଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Share

Leave a Reply

Your email address will not be published. Required fields are marked *

12 + nine =