ନବୀନଙ୍କ ପ୍ରକୃତି ପ୍ରେମ

ଭୁବନେଶ୍ୱର: ବିଶ୍ୱ ପରିବେଶ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନିଜ ଟ୍ୱିଟର ପେଜରେ ଏକ ଫଟୋ ପୋଷ୍ଟ କରିଛନ୍ତି । ନବୀନ ଗଛ ଲଗାଉଥିବାର ଏକ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଯଉଁଥିରେ ସେ ଲେଖିଛନ୍ତି କି ଏହି ଗଛଦିନେ ବଡ଼ ହେବ । ପକ୍ଷୀମାନେ ଏଠାରେ ବସା ବାନ୍ଧିବେ, ମହୁମାଛି ମଧୁ ସଂଗ୍ରହ କରିବ । ଏହି ଗଛରେ ବସିଥିବା ପଙ୍ମାନେ କିଚିରିମିଚିରି ଶବ୍ଦ କରିବେ । ଗଛରେ ଫୁଲ ଫୁଟିବ ଓ ଫଳ ଫଳ ଫଳିବ । ଏହି ଗଛ ଛାଇଦେବ । ପ୍ରକୃତିକୁ ନେଇ ଏଭଳି ପୋଷ୍ଟ କରିଥିବା ମୁଖ୍ୟମନ୍ତ୍ରୀଙ୍କ ଫଟୋକୁ ସୋସିଆଲ ମିଡିଆରେ ଅନେକ ଲାଇକ୍ ଓ କମେଣ୍ଟ ମିଳିଛି । ସମସ୍ତେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରକୃତିପ୍ରେମୀ ବୋଲି ମଧ୍ୟ କହିଛନ୍ତି । ତେବେ ମୁଖ୍ୟମନ୍ତ୍ରୀଙ୍କର ଏହି ପୋଷ୍ଟଟି ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଯେତିକି ମାତ୍ରାରେ ଭାଇରାଲ ହେଉଛି ସେତିକି ମାତ୍ରା ଭଲ ପାଇବା ମଧ୍ୟ ମକ୍ଟଳରଥିବା ଦେଖିବାକୁ ମିଳୁଛି ।

Share

Leave a Reply

Your email address will not be published. Required fields are marked *

17 − nine =