ମାସ୍କ ନପିନ୍ଧି ପୋଲିସ ହାବୁଡେ ପଡିଗଲେ ଜଟଣୀର ବିଧାୟକ, ତାପର କ’ଣ ହେଲା ଜାଣନ୍ତୁ

ଭୁବନେଶ୍ୱର() କରେନା ମୁକାବିଲା ପାଇଁ ରାଜ୍ୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ମାସ୍କନପିନ୍ଧିଲେ ପ୍ରଥମ ୩ ଥର ୨୦୦ ଓ ପରେ ୫୦୦ ଟଙ୍କା ଫାଇନ ଆଦାୟ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ । ଗତ ଦୁଇ ଦିନ ତଳୁ ଏହାକୁ ବାଧ୍ୟତାମୂଳକ କରାଯାଇଥିଲେ ହେଁ ଆଜିଠୁ ଫାଇନ ଆଦାୟ ଆରମ୍ଭ କରିଛି କମିଶନରେଟ ପୋଲିସ । ମାସ୍କ ନଥିବା ବ୍ୟକ୍ତିଙ୍କୁ ୨୦୦ଟଙ୍କା ଫାଇନ କରାଯାଉଥିବା ବେଳେ ମାସ୍କ ନଥିବା ବ୍ୟକ୍ତିଙ୍କୁ ମାଗଣା ମାସ୍କ ଯୋଗାଉଛି ପୋଲିସ ।ଏହି ମାସ୍କ ଚେକିଂ ବେଳେ ପୋଲିସ ହାବୁଡେ ପଡିଯାଇଥିଲେ ଜଟଣୀର କଂଗ୍ରେସ ବିଧାୟକ ସୁର ରାଉତରାୟ । କିନ୍ତୁ ଜଣେ ବରିଷ୍ଠ ନାଗରିକ ହୋଇଥିବାରୁ ସୁରଙ୍କୁ ଫାଇନ ନକରି ଛାଡି ଦେଇଛି ପୋଲିସ । ସୁର ନିଜ ମାଉସୀମା ମନ୍ଦିର ଘରୁ ଶିଶୁଭବନ ଛକ ଆଡକୁ ଯାଉଥିବା ବେଳେ ପୋଲିସ୍ ହାବୁଡେ ପଡିଥିଲେ ।

Share

Leave a Reply

Your email address will not be published. Required fields are marked *

one × 2 =