ଅମୃତ ଯୋଜନା କାର୍ଯ୍ୟକାରୀତାରେ ଓଡିଶା ଦ୍ବିତୀୟ

ଭୁବନେଶ୍ବର () ଜାତୀୟ ସ୍ତରରେ ଅମୃତ ଯୋଜନା କାର୍ଯ୍ୟକାରିତାରେ ଓଡିଶା ଦ୍ବିତୀୟ ସ୍ଥାନରେ ରହିଛି । ଅଗଷ୍ଟ 21 ତାରିଖ ପର୍ଯ୍ୟନ୍ତ ହୋଇଥିବା ଜାତୀୟ ରେଟିଂ ଫ୍ରେମୱାର୍କ ସର୍ଭେରେ ଓଡିଶା ଦ୍ବୀତୟ ସ୍ଥାନରେ ଥିବା ଜଣାପଡିଛି । ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଏହି ସୂଚନା ଦେଇଛନ୍ତି ଗୃହ ଓ ନଗର ଉନ୍ନୟନ ସଚିବ ଜି. ମାଥିଭାଥନନ  ।

ଅମୃତ ଯୋଜନା ରାଜ୍ୟର 9ଟି ସହରରେ କାର୍ଯ୍ୟକାରୀ ହେଉଛି । ସମୀକ୍ଷା ବୈଠକରେ ମୁଖ୍ୟ ଶାସନ ସଚିବ ଏହିସବୁ ସହରରେ ପାନୀୟ ଜଳ ପ୍ରକଳ୍ପକୁ ଅଗ୍ରାଧୀକାର ଭିତ୍ତିରେ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହିସବୁ ସହରର ପ୍ରତ୍ୟେକ ଘରେ ପାଇପ ଯୋଗେ ପାନୀୟ ଜଳ ପହଁଚିବାକୁ ପ୍ରାଥମିକତା ଦେବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ଏଥିରେ କାମର ମାନରେ କୌଣସି ପ୍ରକାର ସାଲିସ କରାଯିବ ନାହିଁ ବୋଲି ସେ ତାଗିଦ କରିଛନ୍ତି ।

ବୈଠକରେ ପାନୀୟ ଜଳ ପ୍ରକଳ୍ପ ସହ ସ୍ବେରେଜ, ପାର୍କ ଓ ଖେଳପଡିଆ ନିର୍ମାଣକୁ ଅଗ୍ରାଧିକାର ଦେବାକୁ ନିଷ୍ପତ୍ତି ହୋଇଛି । ଗୃହ ଓ ନଗର ଉନ୍ନୟନ ସଚିବ ଏହି ଅବସରରେ ସୂଚନା ଦେଇଛନ୍ତି ଯେ, ଅମୃତ ଯୋଜନାରେ ବର୍ତ୍ତମାନ ସୁଦ୍ଧା 192ଟି ପ୍ରକଳ୍ପ କାମ ଆରମ୍ଭ ହୋଇଛି । ସେ ମଧ୍ୟରେ ରହିଛି 130ଟି ପାନୀୟ ଜଳ ପ୍ରକଳ୍ପ, 14ଟି ସ୍ବେରେଜ ପ୍ରକଳ୍ପ ଏବଂ 48ଟି ପାର୍କ ପ୍ରକଳ୍ପ । ବର୍ତ୍ତମାନ ସୁଦ୍ଧା ଏହିସବୁ ପ୍ରକଳ୍ପ ମଧ୍ୟରୁ 187ଟି ପ୍ରକଳ୍ପର ଟେଣ୍ଟର ଦିଆସରିଥିବା ବେଳେ 42ଟି ପ୍ରକଳ୍ପ କାମ ସରିଛି । କେନ୍ଦ୍ର ଓ ରାଜ୍ୟର ସମାନ ଭାଗିଦାରୀରେ କାର୍ଯ୍ୟକାରୀ ହେଉଥିବା ଏହିସବୁ ପ୍ରକଳ୍ପ ପାଇଁ 1810 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।

ଭୁବନେଶ୍ବର, କଟକ, ପୁରୀ, ବ୍ରହ୍ମପୁର, ସମ୍ବଲପୁର, ସମ୍ବଲପୁର, ବାଲେଶ୍ବର, ଭଦ୍ରକ ଓ ବାରିପଦା ସହରରେ ଅମୃତ ଯୋଜନା କାର୍ଯ୍ୟକାରୀ ହେଉଛି । 2015-16ରୁ ତିନି ବର୍ଷ ମଧ୍ୟରେ ରାଜ୍ୟ ସରକାର ସଂସ୍କାର କ୍ଷେତ୍ରରେ ମାଇଲଖୁଣ୍ଟି ସୃଷ୍ଟି କରିଥିବାରୁ ରାଜ୍ୟକୁ 41. 66 କୋଟି ଟଙ୍କାର ପ୍ରୋତ୍ସାହନ ରାଶି ମିଳିଛି ।

Share

Leave a Reply

Your email address will not be published. Required fields are marked *

2 × five =