ଗଠନ ହେବ ଓଡିଶା ବିଧାନ ପରିଷଦ

ଭୁବନେଶ୍ବର () ଆସନ୍ତା ବିଧାନସଭାର ମୌସୁମୀ ଅଧିବେଶନରେ ଆସିବ ଓଡିଶା ବିଧାନ ପରିଷଦ ଗଠନ ସମ୍ପର୍କିତ ସଂକଳ୍ପ । ଆଜି ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବକୁ ମଂଜୁରୀ ମିଳିଛି ।

ବିଧାନ ପରିଷଦ ଗଠନ ପାଇଁ 2017ରେ ମନ୍ତ୍ରୀ ନୃସିଂହ ସାହୁଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହୋଇଥିଲା । କମିଟି କର୍ଣ୍ଣାଟକ, ମହାରାଷ୍ଟ୍ର, ବିହାର ଓ ତେଲେଙ୍ଗାନା ଗସ୍ତ କରି ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ରିପୋର୍ଟ ଦେଇଥିଲେ। କମିଟି ରିପୋର୍ଟକୁ ଆଧାର କରି ଆସନ୍ତା ଅଧିବେଶନରେ ସଂକଳ୍ପ ଆସିବ । ସମ୍ବିଧାନର ଧାରା 171 ଅନୁଯାଇ ବିଧାନ ପରିଷଦରେ ଓଡିଶା ବିଧାନସଭାର ଏକତୃତୀୟାଂଶ ଅର୍ଥାତ 49 ଜଣ ସଦସ୍ୟ ରହିବେ । ଓଡିଶା ବିଧାନସଭା କିମ୍ବା ସର୍ଦାର ପଟେଲ ହଲରେ ପରିଷଦ କାର୍ଯ୍ୟକ୍ଷମ ହେବ । କିନ୍ତୁ ତେଲେଙ୍ଗାନାରେ ଗୋଟିଏ ବିଧାନସଭା ସଚିବାଳୟରେ ଦୁଇଟି ଯାକ କାର୍ଯ୍ୟ କରୁଛି । ଆଜି ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହି ସୂଚନା ଦେଇଛନ୍ତି ।

ସେହିଭଳି ଆଜି କଳିଙ୍ଗ ଶିକ୍ଷା ସାଥି ଯୋଜନାରେ ଥିବା ତାରତମ୍ୟ ଦୂର କରିବାକୁ କ୍ୟାବିନେଟ ମଂଜୁରୀ ଦେଇଛି । ପୂର୍ବରୁ ଏହି ଯୋଜନାରେ କେବଳ ମ୍ୟାନେଜମେଣ୍ଟ, ଆଇନ, ଇଂଜିନିୟରିଂ ଓ ମେଡିକାଲ ପାଠ୍ୟକ୍ରମ ପାଇଁ ଛାତ୍ରଛାତ୍ରୀଙ୍କୁ ଋଣ ମୁଳୁଥିଲା । ଏବେ ସବୁ ବୃତ୍ତିଗତ ଉଚତ୍ତର ଶିକ୍ଷା ପାଇଁ ଏକ ପ୍ରତିଶତ ସୁଧରେ ଋଣ ଦିଆଯିବ । ସୁଧ ପରିଶୋଧ ସମୟ ସୀମା ପୂର୍ବରୁ 10ରୁ 15 ବର୍ଷ ଥିବା ବେଳେ ଏବେ ସମସ୍ତଙ୍କ ପାଇଁ ପରିଶୋଧ ସମୟ ସୀମା 15 ବର୍ଷ କରିବାକୁ ସରକାର ଘୋଷଣା କରିଛନ୍ତି । ଏହି ଯୋଜନାରେ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦିଆଯିବ ବୋଲି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି ।

ଓଡିଶା ଅବକାରୀ ନିଯୁକ୍ତି ଆଇନରେ ସଂଶୋଧନ, ମେଡିକାଲ ହେଲଥ ସେର୍ଭିସ ରୁଲରେ ସଂଶୋଧନ ଏବଂ ଓଡିଶା-ବିହାର ପର୍ଯ୍ୟଟକ ଆଇନ 1920ର ଉଛେଦ ଭଳି 8ଟି ପ୍ରସ୍ତାବକୁ ଆଜିର କ୍ୟାବିନେଟ ବୈଠକରେ ମଂଜୁରୀ ମିଳିଛି ।

Share

Leave a Reply

Your email address will not be published. Required fields are marked *

two × two =