କଚାଡି ମାରିଲା ଯଶୋଦା

ସୁନ୍ଦରୀକୁ କାବୁ କରିବା ପାଇଁ ଚନ୍ଦକାରୁ ସାତକୋଶିଆ ଯାଇଥିବା ହାତୀ ଯଶୋଦା ବନ୍ଧାହୋଇଥିବା ବେଳେ ଜଣେ ଲୋକକୁ ଦଳି ମାରିଦେଇଛି । ଅନୁଗୁଳ ଫରେଷ୍ଟ ରେଂଜ ଅଫିସ ନିକଟରେ ଯଶୋଦା ବନ୍ଧା ହୋଇଥିବା ବେଳେ ସ୍ଥାନୀୟ ମାଟିଆ ସାହିର ସୁଦୁର ପ୍ରଧାନ ନାମକ ଜଣେ ବ୍ୟକ୍ତି ଯଶୋଦାକୁ କଦଳୀ ଗଛ ଖାଇବାକୁ ଦେଉଥିବା ବେଳେ ଯଶୋଦା କଦଳୀ ଗଛ ସହ ସୁଦୁରକୁ ଟାଣିନେଇ କଚାଡି ମାରିଦେଇଥିଲା । ହାତୀ ପାଖକୁ ନଜିବା ପାଇଁ ସୁଦୁରକୁ ବାରଣ କରାଯାଇଥିଲେ ମଧ୍ୟ ସେ ତାହା ମାନିନଥିଲା । ଦୁର୍ଘଟଣା ଘଟିବା ପରେ ସରକାରଙ୍କ ପକ୍ଷରୁ ଅନୁଗୁଳ ଡିଏଫଓ ସୁଦୁରଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ସାତକୋଶିଆରେ ଅପରେସନ ସୁନ୍ଦରୀରୁ ଫେରିବା ପରେ ଅନୁଗୁଳ ରେଂଜ ଅଫିସରେ ଯଶୋଦା ବନ୍ଧା ହୋଇଥିଲା ।

Share

Leave a Reply

Your email address will not be published. Required fields are marked *

3 × three =