ଜୟନାରାୟଣ ହେବେ ବିରୋଧୀଦଳ ନେତା

ଭୁବନେଶ୍ବର()  ୨୩ ବିଧାୟକଙ୍କ ସହ ପ୍ରଥମ ଥର ବିରୋଧୀ ଦଳ ଆସନରେ ବସିବ ବିଜେପି। ସେପଟେ ମିଶନ ୱାନ୍ ଟ୍ବେଣ୍ଟି ସଫଳ ହୋଇ ନ ଥିଲେ ବି ବିଜେପି ଲାଗି ପ୍ରଥମ ଥର ବିରୋଧୀ ଦଳ ନେତା ବାଛିବାର ସୁଯୋଗ ରହିଛି । ହେଲେ ଏ ପର୍ୟ୍ୟନ୍ତ ବିଜେପି ର ସେ ପ୍ରକ୍ରିୟା ଆରମ୍ଭ ହେଇପାରିନାହିଁ ।

ଏହା ପୂର୍ବରୁ ସମ୍ଭାବ୍ୟ ନାଁକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ରେସରେ ସବୁଠାରୁ ଆଗରେ ରହିଛନ୍ତି ସମ୍ବଲପୁର ବିଧାୟକ ଭାବେ ନିର୍ବାଚିତ ଜୟନାରାୟଣ ମିଶ୍ର । ପୂର୍ବରୁ ୩ ଥର ବିଧାୟକ ହୋଇଛନ୍ତି, ମେଣ୍ଟ ଶାସନ ବେଳେ ମନ୍ତ୍ରୀ ବି ଥିଲେ ଜୟନାରାୟଣ । ବିଧାନସଭାର କାର୍ୟ୍ୟକ୍ରମକୁ ନେଇ ତାଙ୍କ ପାଖରେ ରହିଛି ଭରପୁର ଅଭିଜ୍ଞତା ।

Share

Leave a Reply

Your email address will not be published. Required fields are marked *

20 − 8 =