ଏହି ଖେଳାଳିମାନେ ଥରେ ବି ବିଶ୍ୱକପ୍ ଖେଳିନାହାଁନ୍ତି , କାରଣ ଜାଣନ୍ତୁ …

କିଛି ଖେଳାଳିମାନଙ୍କ ପାଖରେ ପ୍ରତିଭାର କୌଣସି ଅଭାବ ନାହିଁ, କିନ୍ତୁ ସେମାନେ କେବେବି ବିଶ୍ୱକପ୍ ଟିମରେ ସ୍ଥାନ ପାଇନାହାନ୍ତି। ଆସନ୍ତୁ ଜାଣିବା ସେହି ୫ ବଡ଼ ଖେଳାଳି, ଯେଉଁମାନେ ବିଶ୍ୱକପ୍ ଖେଳିବାରୁ ବଞ୍ଚିତ ହୋଇଛନ୍ତି।

ଭିଭିଏସ୍ ଲକ୍ଷ୍ମଣ: ଭାରତୀୟ କ୍ରିକେଟ୍ ଦଳର ମିଡିଲ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ଭିଭିଏସ୍ ଲକ୍ଷ୍ମଣ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର, ରାହୁଲ୍ ଡ୍ରାଭିଡ୍ ଓ ସୌରଭ ଗାଙ୍ଗୁଲିଙ୍କ ସହ କେଳିଛନ୍ତି। କିନ୍ତୁ ଏହି ସଫଳ କ୍ରିକେଟରଙ୍କୁ ବିଶ୍ୱକପ୍ ଖେଳିବାର ସୁଯୋଗ ମିଳିଲା ନାହିଁ। ଲକ୍ଷ୍ମଣଙ୍କ କ୍ୟାରିୟର ଭିତରେ ଭାରତ ତିନୋଟି ବିଶ୍ୱକପ୍ ଖେଳିଛି ଏବଂ ତାଙ୍କୁ ଥରେ ବି ବିଶ୍ୱକପ୍ ପାଇଁ ଚୟନ କରାଗଲା ନାହିଁ।

କ୍ରିସ୍ ମାର୍ଟିନ୍: ନ୍ୟୁଜିଲ୍ୟାଣ୍ଡର ଏହି ପେସ ବୋଲରଙ୍କୁ ଟେଷ୍ଟ କ୍ରିକେଟରେ ବେଶ୍ ଭଲ ସଫଳତା ମିଳିଛି। ୨୦୦୦ ମସିହାରେ ପଦାର୍ପଣ କରିଥିବା ଏହି ଡାହାଣହାତୀ ପେସ୍ ବୋଲର ନ୍ୟୁଜିଲ୍ୟାଣ୍ଡ୍ ପକ୍ଷରୁ ୭୧ ଟେଷ୍ଟ ମ୍ୟାଚରେ ୨୩୩ ୱିକେଟ୍ ନେଇଛନ୍ତି। କିନ୍ତୁ ଏହି କ୍ରିକେଟରଙ୍କୁ ବିଶ୍ୱକପ୍ ଖେଳିବାର ସୁଯୋଗ ମିଳିଲା ନାହିଁ।

ଆଲିଷ୍ଟର କୁକ୍: ଇଂଲଣ୍ଡର ପୂର୍ବତନ ଟେଷ୍ଟ କ୍ୟାପଟେନ୍ ଆଲିଷ୍ଟର କୁକ୍ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍। ୨୦୦୬ରେ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିବା କୁକ୍ ୧୨ ବର୍ଷ ପର୍ୟ୍ୟନ୍ତ ଇଂଲଣ୍ଡ ପାଇଁ ସେବା କରିଥିଲେ। ଯେଉଁଥିରେ ୧୬୧ ଟେଷ୍ଟ ମ୍ୟାଚ୍ ଖେଳି ୪୫.୩୫ ହାରରେ ୧୨,୪୭୨ ରନ୍ କରିଛନ୍ତି।୨୦୧୧ ବିଶ୍ୱକପ୍ ପାଇଁ ଇଂଲଣ୍ଡ ଟିମରେ ସ୍ଥାନ ପାଇବାରୁ ଅଳ୍ପକେ ବଞ୍ଚିତ ହୋଇଥିଲେ। ସେହିପରି ୨୦୧୫ ବିଶ୍ୱକପ୍ ପୂର୍ବରୁ ତାଙ୍କୁ ଟିମରୁ ବାଦ୍ କରିଦିଆଯାଇଥିଲା।

ଜଷ୍ଟିନ୍ ଲାଙ୍ଗର: ଲାଙ୍ଗର ଅଷ୍ଟ୍ରେଲିଆର ଅନ୍ୟତମ ସଫଳ ଓପନିଂ ବ୍ୟାଟ୍ସମ୍ୟାନ୍। ସେ ଓ ମାଥ୍ୟୁ ହେଡେନଙ୍କ ଓପନିଂ ଯୋଡ଼ି ବେଶ୍ ପରିଚିତ ଥିଲା ଏବଂ ଦୁହେଁ ୧୧୩ ଟେଷ୍ଟ ମ୍ୟାଚରେ ୫୧.୮୮ ହାରରେ ୫୬୫୫ ରନ୍ କରିଛନ୍ତି। ଲାଙ୍ଗର ଅଷ୍ଟ୍ରେଲିଆ ପକ୍ଷରୁ ୧୦୫ ଟେଷ୍ଟ ମ୍ୟାଚ୍ ଖେଳି ୪୫.୨୭ ହାରରେ ୭୬୯୬ ରନ୍ କରିଛନ୍ତି। ଦିନିକିଆରେ ବିଫଳତା କାରଣରୁ ତାଙ୍କୁ ବିଶ୍ୱକପ୍ ପାଇଁ ଚୟନ କରାଯାଇନଥିଲା।

ମାଥ୍ୟୁ ହୋଗାର୍ଡ: ୨୦୦୦ ମସିହାରେ ଡେବ୍ୟୁ କରିଥିବା ଇଂଲଣ୍ଡର ଏହି ପେସ୍ ବୋଲର ୮ ବର୍ଷ ଜାତୀୟ ଦଳର ସେବା କରିଛନ୍ତି। ସେ ଇଂଲଣ୍ଡ ପକ୍ଷରୁ ୬୭ ଟେଷ୍ଟରେ ୨୪୮ ୱିକେଟ୍ ହାସଲ କରିଛନ୍ତି। ସେ ଜଣେ ସଫଳ ଟେଷ୍ଟ କ୍ରିକେଟର, କିନ୍ତୁ ଦିନିକିଆରେ ତାଙ୍କର ଏହି ପ୍ରତିଫଳନ ଦେଖିବାକୁ ମିଳିନଥିଲା। ୨୦୦୩ ବିଶ୍ୱକପରେ ହୋଗାର୍ଡଙ୍କୁ ଚୟନ କରାଯାଇଥିଲା, କିନ୍ତୁ ତାଙ୍କୁ ଗୋଟିଏ ବି ମ୍ୟାଚ୍ ଖେଳିବାକୁ ସୁଯୋଗ ମିଳିନଥିଲା।

Share

Leave a Reply

Your email address will not be published. Required fields are marked *

8 − six =