ପଛରେ ବସିଲେ ବି ହେଲମେଟ ପିନ୍ଧିବା ବାଧ୍ୟତାମୂଳକ

ଭୁବନେଶ୍ୱର() ଏଣିକି ପଛରେ ବସିଲେ ବି ପିନ୍ଧିବାକୁ ପଡିବ ହେଲମେଟ୍ । ଦୁଇ ଚକିଆ ଯାନ ଚାଳକଙ୍କ ପାଇଁ ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ ଥିଲା । ଆଇନ୍ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତେବେ ଦୁର୍ଘଟଣା କମେଇବା ପାଇଁ ଏଭଳି ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର ।

ଏଥିସହିତ କାର ଚାଳକଙ୍କ ସହ ଗାଡିରେ ବସିଥିବା ଅନ୍ୟ ସମସ୍ତ ଯାତ୍ରୀମାନଙ୍କୁ ବି ସିଟ୍ ବେଲ୍ଟ ପିନ୍ଧିବା ପାଇଁ ବାଧ୍ୟତାମୂଳକ କରାଯାଇଛି । ତେବେ ନୂଆ ମୋଟର ଯାନ ଆଇନର ସମୟ ସୀମା ସରିବା ପରେ ଏହାକୁ ରାଜ୍ୟବ୍ୟାପି କଡାକଡି ଭାବରେ ଲାଗୁ କରାଯିବା ନେଇ ପୁଣି ଥରେ ଚେତାବନୀ ଦେଇଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।
୩ ମାସର ପରିବର୍ଦ୍ଧିତ ଅବଧି ସରିବା ପରେ ରାଜ୍ୟରେ ପୁଣି ଥରେ କଡାକଡି ଭାବେ ଲାଗୁ କରାଯିବ ନୂଆ ମୋଟର ଯାନ ଆଇନ । ପୁଣି ନିୟମ ଭାଙ୍ଗିଲେ ଚାଳକଙ୍କଠାରୁ ଆଦାୟ କରାଯିବ ମୋଟା ଅଙ୍କର ଫାଇନ ।

Share

Leave a Reply

Your email address will not be published. Required fields are marked *

seven − three =