34ଟି ବୁଥରେ ସାନି ମତଦାନ

ଭୁବନେଶ୍ୱର () ତୃତୀୟ ଏବଂ ଚତୁର୍ଥ ପର୍ଯ୍ୟାୟରେ ଅନିୟମିତତା ଅଭିଯୋଗ ତଥା ପ୍ରମାଣ ହେତୁ ବାତିଲ୍‌ ହୋଇଥିବା ମତଦାନ ଆସନ୍ତା ୧୯ ତାରିଖରେ ହୋଇପାରେ। ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି।

ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୧୨ଟି ଏବଂ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ୨୨ଟି ବୁଥରେ ଅନିୟମିତା ଦେଖାଯାଇଥିବାରୁ ସେସବୁ ବୁଥରେ ହୋଇଥିବା ମତଦାନକୁ ନାକଚ କରାଯାଇ ପୁଣିଥରେ ନିର୍ବାଚନ କରିବାକୁ ସ୍ଥିର କରାଯାଇଥିଲା।

ଏହିଦିନ ପାଟକୁରା ବିଧାନସଭା ନିର୍ବାଚନ ସହ ସମ୍ପୃକ୍ତ ବୁଥଗୁଡ଼ିକରେ ସାନି ନିର୍ବାଚନ ଘୋଷଣା କରାଯାଇଥିଲା। କିନ୍ତୁ ନିର୍ବାଚନ କମିଶନ ବାତ୍ୟା ପରିସ୍ଥିତିକୁ ଦେଖି ପାଟକୁରା ନୁର୍ବାଚନକୁ ଦୁଇମାସ ଘୁଞ୍ଚାଇଥିଲେ। ହେଲେ ସାନି ନିର୍ବାଚନ ନେଇ କୌଣସି ସୂଚନା ଦେଇ ନାହାନ୍ତି। ଏଣୁ ଆଶା କରାଯାଉଛି ତାହା ଅପରିବର୍ତ୍ତିତ ରହିଛି।

ଶ୍ରୀ କୁମାର କହିଛନ୍ତି, ମତଦାନ ସଂଗ୍ରହ କରାଯାଇଥିବା ଇଭିଏମ୍‌ଗୁଡ଼ିକ ନିରାପଦ ଅବସ୍ଥାରେ ଷ୍ଟ୍ରଙ୍ଗରୁମ୍‌ରେ ରହିଛି। ଫନି ପ୍ରଭାବ ଏହି ଇଭିଏମ୍‌ ଉପରେ ପଡ଼ିନାହିଁ। ଯେଉଁଠି ବ୍ୟାରିକେଡ୍‌ ଭାଙ୍ଗିଛି ସେଠାରେ ପୁଲିସବଳ ମୁତ୍ତୟନ ରହିଛନ୍ତି। କେବଳ ପୁରୀରେ ଏପରି ଅବସ୍ଥା ହୋଇଛି ବୋଲି ଶ୍ରୀ କୁମାର ସୂଚନା ଦେଇଛନ୍ତି।

ଏବେ କମିଶନଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଗଣତି ତାଲିମ୍‌ କାର୍ଯ୍ୟକ୍ରମରେ ଅଧିକାରୀମାନେ ଯୋଗ ଦେଉଛନ୍ତି। ପ୍ରତି ନିର୍ବାଚନ ମଣ୍ଡଳୀର ୫ଟି ବୁଥରୁ ସଂଗ୍ରହ କରାଯାଇଥିବା ଇଭିଏମ୍‌କୁ ଏକାଠି ଗଣତି କରାଯିବ ବୋଲି ଶ୍ରୀ କୁମାର କହିଛନ୍ତି। ଏଥିଲାଗି ଆବଶ୍ୟକ ଇଭିଏମ୍‌, ଭିଭିପାଟ୍ ସ୍ଲିପ୍‌ ଗଣତି ଲାଗି ରିଟଣ୍ଣିଂ ଅଧିକାରୀ ଦିଆଯିବ। ମେ ମାସ ୧୩ ତାରିଖରୁ ଏହି ତାଲିମ ଆରମ୍ଭ ହୋଇ ୧୯ ଯାଏ ଚାଲିବ।

Share

Leave a Reply

Your email address will not be published. Required fields are marked *

ten − 8 =