ମଶା ଦାଉରୁ ପାଆନ୍ତୁ ମୁକ୍ତି, ଆପଣାନ୍ତୁ ଏହି ଘରୋଇ ଉପଚାର …

ଡେଙ୍ଗୁର ପ୍ରକୋପ ଆରମ୍ଭ ହୋଇଯାଇଛି । ଏଥିପାଇଁ ରକ୍ତ ପିଉଥିବା ମଶା ମାନଙ୍କ ଦାଉରୁ ରକ୍ଷା ପାଇବା ନିହାତୀ ଆବଶ୍ୟକ ଅଟେ । ତେବେ ଆପଣ ଏହି ଘରୋଇ ଉପାୟ ଅବଲମ୍ବନ କରି ଆପଣଙ୍କ ଘରୁ ମଶାମାନଙ୍କୁ ତଡିପାରିବେ । ଏହି ଉପାୟ କେବଳ ଆପଣଙ୍କୁ ମଶା ମାନଙ୍କ ଠାରୁ ଦୂର କରିବ ତାହା ନୁହେଁ ଏହା ଆପଣଙ୍କ ତ୍ବଚା ପାଇଁ ମଧ୍ୟ ବହୁତ ଲାଭଦାୟକ ହେବ ।
ନିମ୍ବର ବହୁତ ସାରା ଫାଇଦା ରହିଛି । ଶରୀରର ଧ୍ୟାନ ଦେବା ବ୍ୟତିତ ମଶାକୁ ବାହାର କରିବା ପାଇଁ ମଧ୍ୟ ସାହାର୍ୟ୍ୟ କରିଥାଏ । ନଡିଆ ତେଲ ସହିତ ନିମ୍ବ ତେଲକୁ ମିଶାଇକି ନିଜ ଦେହରେ ପ୍ରୟୋଗ କଲେ ମଶା ଦାଉରୁ ରକ୍ଷା ମିଳିଥାଏ । ନିମ୍ବର ଏକ ଅଲଗା ଗନ୍ଧ ରହିଥାଏ ଯାହା ମଶାଙ୍କୁ ପ୍ରାୟ ୮ ଘଣ୍ଟା ପର୍ୟ୍ୟନ୍ତ ଦୂରରେ ରଖିଥାଏ ।
ଲମ୍ବୁ ତେଲ ଏବଂ ନୀଳଗିରିର ତେଲକୁ ମିଶ୍ରଣ କରି ପ୍ରୟୋଗ କରିବା ଏକ ଫାଇଦା ପୂର୍ଣ୍ଣ ଉପାୟ ଅଟେ । ଏହି ମିଶ୍ରଣ ବିଷୟରେ ସବୁଠାରୁ ଭଲ କଥା ହେଉଛି କି ଏହା ଘରୋଇ ଉପାୟ ଅଟେ । ଏହି ମିଶ୍ରଣର ଉପଯୋଗ କରିବା ପାଇଁ ସମାନ ଅନୁପାତରେ ଲେମ୍ବୁ ତେଲ ଏବଂ ନୀଳଗିରି ର ତେଲ ମିଶ୍ରଣ କରି ଆପଣଙ୍କ ଶରୀରରେ ଲଗାନ୍ତୁ ।
ମଶା ଦାଉରୁ ରକ୍ଷା ପାଇବା ପାଇଁ କର୍ପୁରର ପ୍ରୟୋଗ ମଧ୍ୟ କରାଯାଇପାରିବ । ଆପଣ ଶୋଉଥିବା ରୁମ୍ ରେ ଏକ କର୍ପୁର ଜାଳି ସବୁ ଝରକା କବାଟ ବନ୍ଦ କରି ଦିଅନ୍ତୁ । ୧୫ ରୁ ୨୦ ମିନିଟ୍ ପରେ କବାଟ ଖୋଲିଦିଅନ୍ତୁ ଦେଖିବେ ସବୁ ମଶା ବାହାରକୁ ପଳାଇଯିବେ ।

Share

Leave a Reply

Your email address will not be published. Required fields are marked *

4 × one =