ଆମ କାମ କୁହେ କଥା : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର () ୨୦୧୯-୨୦ ଆର୍ଥିକ ବର୍ଷର ବଜେଟ୍ ଉପରେ ପ୍ରତକ୍ରିୟା ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ଏହା ପ୍ରକୃତରେ ଚାଷୀ, ଗରିବ, ମହିଳା, ଅନୁସୂଚିତ ଜାତି/ଜନଜାତି କଲ୍ୟାଣକାରୀ ବଜେଟ୍ । ଏହା ଏକ ବିକାଶମୁଖୀ ବଜେଟ୍ । ଏଥିରେ କାଳିଆ, କାଳିଆ ଛାତ୍ରବୃତ୍ତି, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଭଳି ସାର୍ବଜନିତ ସ୍ୱାସ୍ଥ୍ୟ ଯୋଜନା, ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ବୃତ୍ତି, ଆମ ଗାଁ ଆମ ବିକାଶ,  ମଧୁ ବାବୁ ପେନସନ ଯୋଜନା ଭଳି ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ, ଗ୍ରାମୀଣ ଗୃହ ନିର୍ମାଣ, ପାନୀୟ ଜଳଯୋଗାଣ, ବିଦ୍ୟୁତିକରଣ, ନିଯୁକ୍ତି ସୁଯୋଗ ସୃଷ୍ଟି ଏବଂ ରାଜସ୍ୱ ଆୟ ବୃଦ୍ଧିକୁ ଗୁରୁତ୍ୱ ଦିଆଯାଇଥିବାରୁ ମୁଁ ଖୁସି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଏହି ବଜେଟ୍ ଆଗାମୀ ଦିନରେ ରାଜ୍ୟର ବିକାଶ ପାଇଁ ଆମେ ଆରମ୍ଭ କରିଥିବା ପ୍ରକ୍ରିୟାକୁ ଆଗକୁ ନେବ । ଆମେ ପ୍ରକୃତ କାମରେ ବିଶ୍ୱାସ କରୁ । କେବଳ ପ୍ରତିଶ୍ରୁତି ଦେଉନା । ଆମର କାମ କଥା କହେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
Share

Leave a Reply

Your email address will not be published. Required fields are marked *

4 × 3 =