ଟିଆଇଏଲ୍ ଲିମିଟେଡ୍ ପକ୍ଷରୁ ସ୍ନୋର୍କେଲ୍ ୟୁରୋପ ଲିମିଟେଡ୍ ସହ ବୁଝାମଣା ସ୍ୱାକ୍ଷରିତ
ଭୁବନେଶ୍ୱର: ଉତର ଓ ପୂର୍ବାଚଂଳ ଭାରତ, ଆଣ୍ଡାମାନ ଓ ନିକୋବର ଦ୍ୱୀପ ଓ ଭୁଟାନର ଅଫିସିଆଲ୍ ସେଲ୍ସ ଓ ସର୍ଭିସ୍ ସହଯୋଗୀ ହେବା ପାଇଁ ଟିଆଇଏଲ୍ ଲିମିଟେଡ୍ ପକ୍ଷରୁ ସ୍ନୋର୍କେଲ୍ ଲିମିଟେଡ୍ ୟୁରୋପ ସହ ସହଯୋଗିତା ବୁଝାମଣା ସ୍ୱାକ୍ଷର କରାଯାଇଛି । ଏହି ସହଯୋଗିତାର ଅଂଶ ସ୍ୱରୂପ ସ୍ନୋରକେଲ୍ ପକ୍ଷରୁ ଜ୍ଞାନ ଓ ସହଯୋଗ ସହ ବ୍ୟାପକ ଉତ୍ପାଦ ବର୍ଗମାଳା ପ୍ରଦାନ କରାଯିବ ଏବଂ ଟିଆଇଏଲ୍ ଏହାର ଭାରତ, ନେପାଳ ଓ ଭୁଟାନରେ ଥିବା ନେଟ୍ୱର୍କକୁ ବ୍ୟବହାର କରି ଉଚ୍ଚ ମାନର ଏରିଏଲ୍ ୱାର୍କ ପ୍ଲାଟଫର୍ମ, ଟେଲି ହାଣ୍ଡଲର ଓ ମାଟେରିଆଲ୍ ଲିଫ୍ଟ ପ୍ରଦାନ କରିବ ।
ମାଲ ପରିଚାଳନା, ଖଣି, ନିର୍ମାଣ ଓ ପ୍ରତିରକ୍ଷା କ୍ଷେତ୍ର ପାଇଁ ସ୍ୱତନ୍ତ୍ର ସମାଧାନ ପ୍ରଦାନ କରିବାର ଏକ ଅଗ୍ରଣୀ ସଂସ୍ଥା ହେଉଛି ଟିଆଇଏଲ୍ । ଟିଆଇଏଲ୍ ପ୍ରତିରକ୍ଷା କ୍ଷେତ୍ର ପାଇଁ ପ୍ରଦାନ କରୁଥିବା ସମାଧାନକୁ ଭାରତର ତିନି ସେନା ବ୍ୟବହାର କରୁଛନ୍ତି । ଏହା ରିଚ୍ ଷ୍ଟାକର୍ସ, ରଫ୍ ଟିରେନ୍ କ୍ରେନ୍, ଟ୍ରକ୍ ମାଉଂଟେଡ୍ କ୍ରେନ୍, ପିକ୍ ଆଣ୍ଡ କ୍ୟାରି କ୍ରେନ୍ର ରିଟେଲିଂ ମଧ୍ୟ କରୁଛି ।
ଟିଆଇଏଲ୍ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସୁନିଲ କୁମାର ଚର୍ତୁବେଦୀ ଓ ସ୍ନୋରକେଲ୍ ୟୁରୋପ ଲିମିଟେଡ୍ର ବିଜନେସ୍ ଡେଭେଲପ୍ମେଂଟ୍ ଡାଇରେକ୍ଟର ଶ୍ରୀ କ୍ରେଗ୍ ରେଭେଲ୍ ବୁଝାମଣାପତ୍ରରେ ସ୍ୱାକ୍ଷର କରିଛନ୍ତି । ଭାରତରେ ଉପକରଣର ଚାହିଦା ବୃ୍ଦ୍ଧି ପାଉଥିବା ବେଳେ ବ୍ୟପକ ଉତ୍ପାଦ ପ୍ରଦାନ କରିବାରେ ଟିଆଇଏଲ୍ର ଏହି ଉଦ୍ୟମ ଏକ ଅନ୍ୟ ଏକ ମାଇଲଖୁଂଟ ସାବ୍ୟସ୍ତ ହୋଇଛି
ସ୍ନୋରକେଲ ୟୁରୋପ ଲିମିଟେଡର ମଧ୍ୟପ୍ରାଚ୍ୟ ଏବଂ ଭାରତର ବ୍ୟବସାୟ ବିକାଶ ନିର୍ଦ୍ଦେଶକ କ୍ରେଗ ରେଭେଲ କହିଛନ୍ତି ଯେ, “ଭାରତ, ନେପାଳ ଏବଂ ଭୁଟାନରେ ଟିଆଇଏଲ୍ ଲିମିଟେଡକୁ ଆମର ବିକ୍ରୟ ଏବଂ ସେବା ଅଂଶୀଦାର ଭାବରେ ପାଇ ଆମେ ଉତ୍ସାହିତ । ଏଡବ୍ଲ୍ୟୁପି କ୍ଷେତ୍ରରେ ବ୍ରାଣ୍ଡର ଐତିହ୍ୟ ଏବଂ ଏହାର ଅତ୍ୟନ୍ତ ଅଭିଜ୍ଞ ଦଳ ଏହାକୁ ଏହି ଅଂଚଳରେ ସ୍ନୋରକେଲ୍ ପାଇଁ ଆଦର୍ଶ ଅଂଶୀଦାର କରିବେ । ଆମେ ଟିଆଇଏଲ୍ ଅଂଚଳରେ ନୂତନ ଗ୍ରାହକଙ୍କ ନିକଟରେ ପହଂଚିବା ଏବଂ ସେମାନଙ୍କ ନିକଟରେ ସେହି ଶକ୍ତିଶାଳୀ ଉତ୍ପାଦ ପହଂଚାଇବାକୁ ଚାହୁଛି ଯାହା ଉଭୟ ସ୍ନୋରକେଲ୍ ଏବଂ ଟିଆଇଏଲ୍ ପାଇଁ ପରିଚିତ ।”
“ଭାରତ, ନେପାଳ ଓ ଭୁଟାନରେ ସ୍ନୋରକେଲ୍ ସହ ଏହି ଭାଗିଦାରୀ ଆରମ୍ଭ କରି ଟିଆଇଏଲ୍ ଲିମିଟେଡ୍ ଆନନ୍ଦିତ । ଆମର ଗ୍ରାହକମାନେ ଆମକୁ ଅତ୍ୟନ୍ତ ବିଶ୍ୱସନୀୟ ଏବଂ ଦୃଢ଼ ଉତ୍ପାଦ ପାଇଁ ଜାଣିଛନ୍ତି ଯାହା ବିଭିନ୍ନ ଏବଂ ଚାହିଦାପୂର୍ଣ୍ଣ କାର୍ଯ୍ୟ ପରିବେଶରେ ସୁରକ୍ଷିତ ଭାବରେ ପ୍ରଦର୍ଶନ କରିପାରିବ । ସ୍ନୋରକେଲ୍ ଭାରତୀୟ ଗ୍ରାହକମାନଙ୍କୁ ଯେଉଁ ଉତ୍ପାଦ ପ୍ରଦାନ କରୁଛି ତାହା ସମାନ ଗୁଣବତା ଏବଂ ନିର୍ଭରଶୀଳତା ପାଇଁ ବିଶ୍ୱସ୍ତରରେ ଜଣାଶୁଣା । ଆମେ ଅନୁଭବ କରୁଛୁ ଯେ ଏହି ସହଯୋଗିତା ଏକ ପ୍ରାକୃତିକ ଭାବେ ଉପୁକ୍ତ ଏବଂ ଏହା ସୁରକ୍ଷିତ, ଶକ୍ତିଶାଳୀ ଏବଂ ବହୁମୁଖୀ ଆକାଶମାର୍ଗରେ କାର୍ଯ୍ୟ ପ୍ଲାଟଫର୍ମ ପାଇଁ ଭାରତୀୟ ବଜାରର ଚାହିଦା ପୂରଣ କରିବ ବୋଲି ଟିଆଇଏଲ୍ ଲିମିଟେଡ୍ର ନିର୍ଦେଶକ ତଥା ସଭାପତି ଆଲୋକ ତ୍ରିପାଠୀ କହିଛନ୍ତି ।”

