Businessରାଜ୍ୟ

ସପ୍ତମଆର୍ଥିକଅନ୍ତର୍ଭୁକ୍ତିକରଣକର୍ମଶାଳାଅନୁଷ୍ଠିତ

ଭୁବନେଶ୍ୱର: ଓଡ଼ିଶାର ଅପହଞ୍ଚ ଅଞ୍ଚଳଗୁଡ଼ିକରେ କ୍ଷୁଦ୍ର ଆର୍ଥିକ ସଂସ୍ଥାମାନେ ବିଭିନ୍ନ ଆର୍ଥିକ ସେବା ଯୋଗାଇ ରାଜ୍ୟର ପ୍ରଗତିରେ ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀ ରଖିପାରିଛନ୍ତି। ଋଣ ସେବା ସହିତ ଆର୍ଥିକ ଓ ଡିଜିଟାଲ ସାକ୍ଷରତା, ସାମାଜିକ ସୁରକ୍ଷା ଇତ୍ୟାଦି ସେବା ପ୍ରଦାନ କରିବାରେ ମଧ୍ୟ ସେମାନେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।

ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ଏହି କର୍ମଶାଳାକୁ ଭାରତୀୟ ରିଜର୍ଭ ବ୍ୟାଙ୍କର ଆଞ୍ଚଳିକ ନିର୍ଦ୍ଦେଶକ ଶ୍ରୀ ଶାରଦା ପ୍ରସନ୍ନ ମହାନ୍ତି ଉଦ୍‌ଘାଟନ କରି ଏହି ବିଷୟ ଉଲ୍ଲେଖ କରିଥିଲେ। ସେ ଓଡ଼ିଶାର ଆର୍ଥିକ ଅନ୍ତର୍ଭୁକ୍ତିକରଣରେ କ୍ଷୁଦ୍ର ଆର୍ଥିକ ସଂସ୍ଥାମାନଙ୍କ ଅବଦାନ ଉପରେ ଆଲୋକପାତ କରି ଉତ୍ସାହିତ କରିଥିଲେ।

ଏହା ସହ ସେ ଉପସ୍ଥିତ ସ୍ୱୟଂ ସହାୟକ ଦଳର ମହିଳାମାନଙ୍କୁ ସମୟମତେ ଋଣ ଫେରସ୍ତ କରିବା ଏବଂ ନିଜ ଋଣ ଫେରସ୍ତ ସାମର୍ଥ୍ୟ ଅନୁଯାୟୀ ଋଣ ଗ୍ରହଣ କରିବା ପାଇଁ ପରାମର୍ଶ ଦେଇଥିଲେ।

କର୍ମଶାଳାରେ ଓସାଫିର ସଭାପତି ଶ୍ରୀ ଦିବ୍ୟଜ୍ୟୋତି ପଟ୍ଟନାୟକ ଅଧ୍ୟକ୍ଷତା କରି କହିଥିଲେ ଯେ, ରାଜ୍ୟରେ ଗ୍ରାମୀଣ ମହିଳାମାନଙ୍କ ଆୟ ବୃଦ୍ଧି ପାଇଁ ବିଭିନ୍ନ କ୍ଷୁଦ୍ର ବ୍ୟବସାୟ, ଘରୋଇ ଉଦ୍ୟୋଗ, ଜଳ ପରିମଳ ଓ ଗୃହ ନିର୍ମାଣ ଭଳି କ୍ଷେତ୍ରରେ କ୍ଷୁଦ୍ର ଆର୍ଥିକ ସଂସ୍ଥାମାନଙ୍କ ମାଧ୍ୟମରେ ମୋଟ ୧୮ ହଜାର କୋଟି ଟଙ୍କାର ଋଣ ସହାୟତା ପ୍ରଦାନ କରାଯାଇଛି।

ବର୍ତ୍ତମାନ ଏହି ସଂସ୍ଥାଗୁଡ଼ିକରେ ୧୫ ହଜାରରୁ ଅଧିକ ଯୁବକ-ଯୁବତୀ କର୍ମନିଯୁକ୍ତି ପାଇଛନ୍ତି। ଓଡ଼ିଶାର ସର୍ବାଙ୍ଗୀନ ବିକାଶରେ ଓସାଫି ଆଗାମୀ ଦିନରେ ଏହାର ଉଦ୍ୟୋଗ ବିକାଶ ସହାୟତାକୁ ବହୁଗୁଣିତ କରିବ ବୋଲି ସେ କହିଥିଲେ।

ଅନୁଷ୍ଠାନର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଶ୍ରୀ ନରେନ୍ଦ୍ର ନାୟକ କହିଥିଲେ ଯେ, ଓସାଫି ରାଜ୍ୟରେ ଥିବା ବିଭିନ୍ନ ସରକାରୀ, ବେସରକାରୀ ଅନୁଷ୍ଠାନ, ବ୍ୟାଙ୍କ, ଭାରତୀୟ ରିଜର୍ଭ ବ୍ୟାଙ୍କ, ସିଡିବି, ନାବାର୍ଡ ଇତ୍ୟାଦି ସଂସ୍ଥାମାନଙ୍କ ସହ ମିଳିତ ଭାବେ ଆର୍ଥିକ ଅନ୍ତର୍ଭୁକ୍ତିକରଣ କାର୍ଯ୍ୟକ୍ରମ ଚାଲାଇଆସୁଛି।

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆକ୍ସିଅନର ସଭାପତି ଶ୍ରୀ ମାଇକେଲ ସ୍କଲେନ୍‌, ମିଶନ ଶକ୍ତିରୁ ଶ୍ରୀ ପଦ୍ମଲୋଚନ ରାଉତରାୟ, ଭାରତୀୟ ଷ୍ଟେଟ ବ୍ୟାଙ୍କରୁ ଶ୍ରୀ କେ. ବାଲାଜୀ, ସିଡିବିରୁ ଶ୍ରୀ ପ୍ରଦ୍ୟୁମ୍ନ କୁମାର ଚୌଧରୀ, ସାଧନରୁ ଶ୍ରୀ ଚନ୍ଦନ ଠାକୁର, କ୍ରେଡିଟ ଏକ୍ସେସ ଗ୍ରାମୀଣରୁ ଶ୍ରୀ ଗଣେଶ ନାରାୟଣ, ୟୁଏନ୍‌ଡିପି ଶ୍ରୀମତୀ ଆଭା ମିଶ୍ର, ଇସାଫ ସ୍ମଲ୍ ଫାଇନାନ୍ସ ବ୍ୟାଙ୍କରୁ ଶ୍ରୀ ସାଇବୁ, ଜନ କଲ୍ୟାଣ ସଂସ୍ଥାରୁ ଏସ୍.କେ. ମିଶ୍ର, କିଟରୁ ଡାକ୍ତର ଦେବାଶିଷ ମହାପାତ୍ର, ସମ୍ପର୍କରୁ ଶ୍ରୀ ମୋହନ ବଳିୟାର ସିଂହ, ଶ୍ରୀ ସୁଶାନ୍ତ କୁମାର ସାହୁ,  କୋଟାକ ଲାଇଫ, ଏଚଡ଼ିଏଫସି ଲାଇଫ ର କର୍ମକର୍ତ୍ତା, ଦୀପକ ନାଥ, ସାଇବର ସିକ୍ୟୁରିଟି ଏକ୍ସପର୍ଟ, ଓସାଫିର ବୋର୍ଡ ସଦସ୍ୟ ଶ୍ରୀ ଆଲୋକ ପଟ୍ଟନାୟକ, ଯୁଗଳ କିଶୋରେ ପଟ୍ଟନାୟକ, ଗୋବିନ୍ଦ ଦାସ, ଅଞ୍ଜନ ପୃଷ୍ଟି, ଅଜିତ କୁମାର ସାବତ, ଅମୂଲ୍ୟ ସାହୁ, ଶ୍ରୀ ପ୍ରଶାନ୍ତ ସାହୁ, ଆଶିଷ କୁମାର ଦାସ ପ୍ରମୁଖ ଯୋଗଦେଇ ଆର୍ଥିକ ଅନ୍ତର୍ଭୁକ୍ତିକରଣର ବିଭିନ୍ନ ଦିଗ, ମହିଳା ଉଦ୍ୟୋଗୀ, ଡିଜିଟାଲ ସାକ୍ଷରତା ଇତ୍ୟାଦି ବିଷୟରେ ଆଲୋଚନା କରିଥିଲେ।

କର୍ମଶାଳାରେ ଓଡ଼ିଶାର ୩୦ଟି ଜିଲ୍ଲାରୁ ୫୦୦ରୁ ଅଧିକ ସ୍ୱୟଂ ସହାୟକ ଦଳର ମହିଳାମାନେ ଅଂଶଗ୍ରହଣ କରିଥିଲେ।

Share

Leave a Reply

Your email address will not be published. Required fields are marked *

15 − six =