ରାଜ୍ୟ

ମହିଳାଙ୍କ ଖାତାକୁ ଆସିଲା ସୁଭଦ୍ରା ଟଙ୍କା

ଆସିଲା ସୁଭଦ୍ରା ଟଙ୍କା । ୪ ଲକ୍ଷ ୫୭ ହଜାର ୬୮୧ ମହିଳାଙ୍କୁ ମିଳିଲା ସୁଭଦ୍ରା କିସ୍ତି । ଏଥିରେ ୧ ଲକ୍ଷ ୭୮ ହଜାର ୩୯୮ ନୂଆ ହିତାଧିକାରୀ ସାମିଲ ହୋଇଥିବା ବେଳେ ପ୍ରଥମ ଓ ଦ୍ବିତୀୟ କିସ୍ତିରୁ ବାଦ୍ ପଡ଼ିଥିବା ୨ ଲକ୍ଷ ୫୫ ହଜାର ୨୬୫ ହିତାଧିକାରୀ ବି ପାଇଛନ୍ତି ଟଙ୍କା । ଏହି ହିତାଧିକାରୀମାନେ ଏକାବେଳେ ଦୁଇଟି କିସ୍ତିର ୧୦ ହଜାର ଟଙ୍କା ପାଇଛନ୍ତି । ସେହିଭଳି ଅଭିଯୋଗ ଶୁଣାଣିରେ ୨୪ ହଜାର ୧୬ ଜଣ ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରାଯାଇଛି । ହିତାଧିକାରୀଙ୍କ ଖାତାକୁ ଗଲା ୨୫୦କୋଟି ଟଙ୍କାର ସହାୟତା ରାଶି ।

Share

Leave a Reply

Your email address will not be published. Required fields are marked *

19 − 13 =