ରାଜ୍ୟ

ଫେରୁଛନ୍ତି ସାରଥୀ! ହିମାଳୟରେ ଚାଲିଛି ଧ୍ୟାନ

ଆତ୍ମଘୋଷିତ ବାବା ସାରଥି ଓରଫ ସନ୍ତୋଷ ରାଉଳଙ୍କ ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଛି । ସାମାଜିକ ଗଣମାଧ୍ୟମରେ ସଂକ୍ରାନ୍ତରେ ଏକାଧିକ ଫଟୋ ପୋଷ୍ଟ କରାଯାଇଛି । ସେ ହିମାଳୟ ପର୍ବତମାଳାରେ ଧ୍ୟାନ ମୁଦ୍ରାରେ ଓ ଅନ୍ୟ ଭଂଗୀରେ ଥିବା ଫଟୋ ଦେଖିବାକୁ ମିଳିଛି । ଯାହାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହି ଫଟୋ ପ୍ରଘଟ ହେବା ପରେ ସ୍ଥାନୀୟ ବାସିନ୍ଦା ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସାରଥିଙ୍କୁ ସର୍ତ୍ତମୂଳକ ଜାମିନ ମିଳିବା ପରଠାରୁ ସେ ସର୍ବସାଧାରଣ ସ୍ଥାନରେ ନଜର ଆସୁନଥିଲେ । ଜେଲ୍‌ରୁ ଫେରିବା ପରେ ପ୍ରଥମ ଥର ପାଇଁ ସେ ସାମ୍ନାକୁ ଆସିଛନ୍ତି ।

ସୂଚନା ଥାଉ କି, ୨୦୧୫ ମସିହାରେ ସେ ଯୌନ ବ୍ୟଭିଚାର, ସମ୍ପତ୍ତି ହଡ଼ପ, ଧର୍ମ ନାମରେ ସାଧାରଣ ଲୋକଙ୍କୁ ଠକିବା ଆଦି ବିଭିନ୍ନ ଅଭିଯୋଗରେ ଗିରଫ ହୋଇ ଦୀର୍ଘ ଦିନ ଜେଲରେ ରହିଥିଲେ ।

Share

Leave a Reply

Your email address will not be published. Required fields are marked *

fifteen + seven =